ଏମ୍‌ସିଡି ନିର୍ବାଚନ: ୨୫୦ଟି ୱାର୍ଡରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ। ସକାଳ ୮ଟାରୁ ଭୋଟିଂ ଚାଲିଛି। ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି। ୧.୪୫ କୋଟିରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ୧୩,୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ […]

MCD Elecation

MCD Elecation

Madhupriya Mistry
  • Published: Sunday, 04 December 2022
  • Updated: 04 December 2022, 01:30 PM IST

Sports

Latest News

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ। ସକାଳ ୮ଟାରୁ ଭୋଟିଂ ଚାଲିଛି। ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି।

୧.୪୫ କୋଟିରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ୧୩,୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ମୁତୟନ ହୋଇଛନ୍ତି। ସମସ୍ତ ନିର୍ବାଚନ ମଣ୍ଡଳିରେ ମୋଟ୍ ୬୮ଟି ମଡେଲ ପୋଲିଂ ଷ୍ଟେସନ୍ ଏବଂ ୬୮ ପିଙ୍କ୍ ଷ୍ଟେସନ୍ ସ୍ଥାପନ ହୋଇଛି।

ସେପଟେ ଏମ୍‌ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିଛି। ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି।

୧୫ ବର୍ଷ ଧରି ବିଜେପି କବଜା‌ରେ ଥିବା ଏମସିଡିକୁ ପୁଣି ଥରେ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରିବ ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଏହାର ସ୍ଥିତି ଫେରିପାଇବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos