ଭେଙ୍କଟେଶଙ୍କ ଲାଗି ନଇଁଗଲା ମଞ୍ଚ, ଓହ୍ଲାଇ ଆସିଲେ ମହାମହିମ  

ନୂଆଦିଲ୍ଲୀ: କୁହାଯାଏ ମନୁଷ୍ୟର ଉଚ୍ଚତା କି ଶରୀର ନୁହେଁ ବରଂ ତା କର୍ମ ସ୍ଥିର କରିଥାଏ ତାର ପରିଚୟ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶାରୀରିକ ଉଚ୍ଚତା, କୌଣସି ପ୍ରକାରେ ସେମାନଙ୍କୁ ସଫଳତାର ଶିଖର ଛୁଇଁବାରେ ପ୍ରତିବନ୍ଧକ ସାଜି ପାରିନଥାଏ । ଏଇ ଯେମିତି ପାରା ଆଥଲେଟ୍ କେ. ଓ୍ୱାଇ. ଭେଙ୍କଟେଶ୍ । ଏମିତି ବହୁତ କମ୍ ଥର ହୋଇଥାଏ, ଯେତେବେଳେ ପୁରସ୍କାର ପ୍ରଦାନକାରୀ ଅତିଥି, ପୁରସ୍କାର ବିଜେତାଙ୍କ ସହିତ ମଞ୍ଚ ତଳକୁ ଓହ୍ଲାଇ […]

iopq

Tapas Behera
  • Published: Wednesday, 10 November 2021
  • , Updated: 10 November 2021, 08:41 PM IST

ନୂଆଦିଲ୍ଲୀ: କୁହାଯାଏ ମନୁଷ୍ୟର ଉଚ୍ଚତା କି ଶରୀର ନୁହେଁ ବରଂ ତା କର୍ମ ସ୍ଥିର କରିଥାଏ ତାର ପରିଚୟ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶାରୀରିକ ଉଚ୍ଚତା, କୌଣସି ପ୍ରକାରେ ସେମାନଙ୍କୁ ସଫଳତାର ଶିଖର ଛୁଇଁବାରେ ପ୍ରତିବନ୍ଧକ ସାଜି ପାରିନଥାଏ । ଏଇ ଯେମିତି ପାରା ଆଥଲେଟ୍ କେ. ଓ୍ୱାଇ. ଭେଙ୍କଟେଶ୍ । ଏମିତି ବହୁତ କମ୍ ଥର ହୋଇଥାଏ, ଯେତେବେଳେ ପୁରସ୍କାର ପ୍ରଦାନକାରୀ ଅତିଥି, ପୁରସ୍କାର ବିଜେତାଙ୍କ ସହିତ ମଞ୍ଚ ତଳକୁ ଓହ୍ଲାଇ ଆସନ୍ତି । ତେବେ ରାଷ୍ଟ୍ରପତି ଭବନରେ ଗତ ମଙ୍ଗଳବାର ଏମିତି ହିଁ ଦେଖିବାକୁ ମିଳିଥିଲା।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରା ଆଥଲେଟ୍ ଭେଙ୍କଟେଶଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।  ଭେଙ୍କଟେଶ୍ ଓ୍ୱାର୍ଲଡ ଡ୍ୱାର୍ଫ ଗେମ୍ସରେ ଅନେକ ମେଡାଲ୍ ଜିତିଛନ୍ତି । କ୍ରୀଡ଼ା ଓ ଏହାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ପାଇଁ ଭେଙ୍କଟେଶଙ୍କୁ ସମ୍ମାନିତ କରାଯାଇଛି ।

ଯେତେବେଳେ ଭେଙ୍କଟେଶଙ୍କୁ ସମ୍ମାନିତ କରାଯାଉଥିଲା, ସେତେବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଳିମାଡ଼ ଭିତରେ ଭେଙ୍କଟେଶ୍ ଯେତେବେଳେ ମଞ୍ଚ ନିକଟକୁ ଯାଉଥିଲେ, ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ଥିଲା । ସେ ଷ୍ଟେଜ୍ ନିକଟରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦେଖିଲେ ଯେ, ଭେଙ୍କଟେଶ୍ ବାମନ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ଉଚ୍ଚତା ବ୍ୟବଧାନ ଅଧିକ ରହିଛି । ଏହାପରେ ରାଷ୍ଟ୍ରପତି ଭେଙ୍କଟେଶଙ୍କୁ ପାହାଚରୁ ଓହ୍ଲାଇ ତଳକୁ ଯିବାକୁ କହିଥିଲେ। ଯଦ୍ୱାରା ଦୁହେଁ ଏକ ସମତଳରେ ଛିଡ଼ା ହୋଇପାରିବେ।  ଏହାପରେ ଭେଙ୍କଟେଶ ତଳକୁ ଓହ୍ଲାଇଥିଲେ । ଆଉ ତାଙ୍କ ସହିତ ରାଷ୍ଟ୍ରପତି ବି  ତାପରେ ତାଙ୍କୁ ସମ୍ମାନିତ କରାଯାଇଥିଲା।  ଏହାଦେଖି ତାଳି ମାଡ଼ରେ କଂପି ଉଠିଥିଲା ରାଷ୍ଟ୍ରପତି ଭବନର ଦରବାର।

କେ. ଓ୍ୱାଇ. ଭେଙ୍କଟେଶ୍ ହେଉଛନ୍ତି କର୍ଣ୍ଣାଟର ପାରା ଆଥଲେଟ୍।  ଯାହାଙ୍କ ଉଚ୍ଚତା ମାତ୍ର ୪ ଫୁଟ୍ ୨ ଇଞ୍ଚ୍ । ୨୦୦୫ରେ ଅନୁଷ୍ଠିତ ଚତୁର୍ଥ ବିଶ୍ୱ ଡ୍ୱାର୍ଫ ଗେମ୍ସରେ ୬ଟି ପଦକ ଜିତି ସେ ନିଜ ନାଁ ଲିମକା  ବୁକ୍ ଅଫ୍ ରେକର୍ଡସରେ ଲେଖାଇଥିଲେ । ସେ ପ୍ରଥମ ଭାରତୀୟ ଭାବେ ଏହି ଗେମ୍ସରେ ଦେଶର ପ୍ରତିନିଧିତ୍ୱ କରିଥିଲେ । ସେ ଆଥଲେଟିକ୍ସ ଓ ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିଥିଲେ । ଏବେ ସେ ବୃତ୍ତିଗତ କ୍ରୀଡ଼ାରୁ ଅବସର ନେଇସାରିଛନ୍ତି। କିନ୍ତୁ କର୍ଣ୍ଣାଟକ ପାରା ବ୍ୟାଡମିଣ୍ଟନ ସଂଘର ସଚିବ ଅଛନ୍ତି । ବୋନ୍ ଗ୍ରୋଥ୍ ଡିସ୍ଅର୍ଡର ଯୋଗୁଁ ତାଙ୍କ ଉଚ୍ଚତା ସ୍ୱାଭାବିକ ହୋଇପାରି ନଥିଲା ଏହାସତ୍ତ୍ୱେ ନିଜର କମ୍ ଉଚ୍ଚତାକୁ କେବେ ବି ନିଜ ସଫଳତାର ବାଟ ଓଗାଳିବାକୁ ଦେଇନାହାନ୍ତି । ୨୦୧୨ରେ ହୋଇଥିବା ସ୍ପାନିଶ୍ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ ବ୍ରୋଞ୍ଜ୍ ପଦକ ଜିଣିଥିଲେ।  ଏଥିସର ୨୦୦୯ ଓ୍ୱାର୍ଲଡ ଡ୍ୱାର୍ଫ ଗେମ୍ସରେ ଡିସ୍କସ୍ ଥ୍ରୋରେ ଗୋଲ୍ଡ ମେଡାଲ୍, ଜାଭେଲିନରେ ବ୍ରୋଞ୍ଜ ଏବଂ ବ୍ୟାଡମିଣ୍ଟନ ସିଙ୍ଗଲ୍ ଓ ଡବଲ୍ସ ଇଭେଣ୍ଟରେ ପଦକ ପାଇଥିଲେ । ଭାରତ ସରକାର ତାଙ୍କୁ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଦେଶର ଚତୁର୍ଥ ବଡ଼ ବେସାମିରକ ସମ୍ମାନ ପଦ୍ମଶ୍ରୀ ଦେବାକୁ ଘୋଷଣା କରିଥିଲେ।

Related story