Advertisment

କ୍ୟୁବା ଖସି ଯିବାକୁ ଯୋଜନା କରିଥିଲେ ପଳାତକ ମେହୁଲ ଚୋକ୍ସି!

ଡୋମିନିକା: ଭାରତରୁ ଫେରାର ହୋଇ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଏବେ ଡୋମିନିକା ଜେଲରେ ଅଛନ୍ତି। ତେବେ ସେ ଆଣ୍ଟିଗୁଆରୁ ଡୋମିନିକା ଦେଇ କ୍ୟୁବା ଫେରାର ହେବାକୁ ଯୋଜନା କରିଥିବା ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବାରିକା କହିଛନ୍ତି। ବାରବାରଙ୍କୁ ଆଗାମୀ ଦିନରେ ସେ କ୍ୟୁବାରେ ଭେଟିବେ ବୋଲି ମଧ୍ୟ କହିଥିଲେ। ଏଥିପାଇଁ ସେ ଡୋମିନିକା ଯାଇଥିଲେ ବୋଲି ନିଜେ ବାରବରା କହିଛନ୍ତି। କୁହାଯାଉଥିଲା ଯେ ଚୋକ୍ସି ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ […]

ଅଦ୍ୟତନ ହୋଇଛି
କ୍ୟୁବା ଖସି ଯିବାକୁ ଯୋଜନା କରିଥିଲେ ପଳାତକ ମେହୁଲ ଚୋକ୍ସି!

Mehul

Advertisment

ଡୋମିନିକା: ଭାରତରୁ ଫେରାର ହୋଇ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଏବେ ଡୋମିନିକା ଜେଲରେ ଅଛନ୍ତି। ତେବେ ସେ ଆଣ୍ଟିଗୁଆରୁ ଡୋମିନିକା ଦେଇ କ୍ୟୁବା ଫେରାର ହେବାକୁ ଯୋଜନା କରିଥିବା ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବାରିକା କହିଛନ୍ତି।

Advertisment

ବାରବାରଙ୍କୁ ଆଗାମୀ ଦିନରେ ସେ କ୍ୟୁବାରେ ଭେଟିବେ ବୋଲି ମଧ୍ୟ କହିଥିଲେ। ଏଥିପାଇଁ ସେ ଡୋମିନିକା ଯାଇଥିଲେ ବୋଲି ନିଜେ ବାରବରା କହିଛନ୍ତି। କୁହାଯାଉଥିଲା ଯେ ଚୋକ୍ସି ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ବାରବରାଙ୍କ ସହ ଡୋମିନିକାକୁ ରୋମାଣ୍ଟିକ ଟ୍ରିପରେ ଯାଇଥିବା ବେଳେ ଗିରଫ ହୋଇଛନ୍ତି।

ସେହିପରି ଚୋକ୍ସିଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ଡୋମିନିକା ନିଆଯାଇଥିବା ତାଙ୍କ ଓକିଲ ଓ ପରିବାର ଲୋକ ଅଭିଯୋଗ କରିଥିଲେ। ହେଲେ ଏବେ ବାରବରା ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଚୋକ୍ସି କେବେ ହେଲେ ମୋ ସହ ସେ ଫେରାର ହେବାକୁ ଯୋଜନା କରିଥିବା ବିଷୟରେ କଥା ହୋଇ ନଥିଲେ। ସେ ମୋତେ ଦୁଇଥର କେବେ କ୍ୟୁବା ଯାଇଛି କି ନାହିଁ ପଚାରିଥିଲେ। ସେହିପରି ପରବର୍ତ୍ତୀ ସମୟରେ ଆମେ କ୍ୟୁବାରେ ଦେଖା ହେବା ବୋଲି ମଧ୍ୟ କହିଥିଲେ।

ସେ କେବେ ହେଲେ ନିଜର ଫେରାର ଯୋଜନା ସମ୍ପର୍କରେ ମୋତେ କହି ନଥିଲେ। କିନ୍ତୁ ମୁଁ ନିଶ୍ଚିତ ଯେ ଡୋମିନିକା ତାଙ୍କର ଲକ୍ଷ୍ୟସ୍ଥଳ ନଥିଲା। ଯଦି ମୋତେ ପଚରା ଯାଏ, ତା’ହେଲେ ମୁଁ ନିଶ୍ଚିତ ଯେ ସେ କ୍ୟୁବା ଯିବାକୁ ହିଁ ଯୋଜନା କରିଥିଲେ।”

ନିକଟରେ ଆଣ୍ଟିଗୁଆ ପୁଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ ଦାଖଲ କରି ଚୋକ୍ସି କହିଥିଲେ ଯେ ସେ ବାରବରାଙ୍କୁ ଦେଖା କରିବାକୁ ଯିବା ବେଳେ ତାଙ୍କୁ ୮ରୁ ୧୦ ଜଣ ଲୋକ ଆକ୍ରମଣ କରିଥିଲେ। ଏହାପରେ ସେ ତାଙ୍କୁ ଅପହରଣ କରି ନେଇଥିଲେ।

Mehul Choksi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe