ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ ପାଇଁ ଗୃହ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନିୟମ ଅନୁଯାୟୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇଁ ଶୁକ୍ରବାର ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀ ହିଁ ଭାରତରେ ନାଗରିକତା ପାଇଁ ଆବେଦନ କରିପାରିବେ। ଯେଉଁମାନେ କି ଗୁଜରାଟ, ରାଜସ୍ଥାନ, ଛତିଶଗଡ, ହରିଆଣା ଏବଂ ପଞ୍ଜାବର ୧୩ଟି ଜିଲ୍ଲାରେ ରହୁଛନ୍ତି। ଗୃହ ମନ୍ତ୍ରାଳୟ ଅଧିନିୟମ ୧୯୯୫ ଏବଂ ସଂଶୋଧିତ ଅଧିନିୟମ ୨୦୦୯ ଅନୁଯାୟୀ ଏହି ବିଜ୍ଞପ୍ତି […]

caa

caa

Subhransu Sekhar
  • Published: Saturday, 29 May 2021
  • Updated: 29 May 2021, 10:43 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନିୟମ ଅନୁଯାୟୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇଁ ଶୁକ୍ରବାର ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀ ହିଁ ଭାରତରେ ନାଗରିକତା ପାଇଁ ଆବେଦନ କରିପାରିବେ। ଯେଉଁମାନେ କି ଗୁଜରାଟ, ରାଜସ୍ଥାନ, ଛତିଶଗଡ, ହରିଆଣା ଏବଂ ପଞ୍ଜାବର ୧୩ଟି ଜିଲ୍ଲାରେ ରହୁଛନ୍ତି। ଗୃହ ମନ୍ତ୍ରାଳୟ ଅଧିନିୟମ ୧୯୯୫ ଏବଂ ସଂଶୋଧିତ ଅଧିନିୟମ ୨୦୦୯ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଅନ୍ ଲାଇନ ରହିଛି।

୨୦୧୯ରେ କେନ୍ଦ୍ର ସରକାର ଏହି ସିଏଏ ଆଣିଥିଲେ। ଅଣ ବିଜେପି ଶାସିତ ରାଜ୍ୟରେ ଏହି ନିୟମକୁ ବିରୋଧ କରାଯାଇଥିଲା। ଯଦିଓ ଏପର୍ଯ୍ୟନ୍ତ ନିୟମ ସ୍ଥିର ହୋଇନାହିଁ ତଥାପି କେନ୍ଦ୍ର ସରକାର ମେ ୨୮ରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସିଏଏ ଲାଗୁ ହେବ।

ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସିଏଏ-୧୯୯୫ର ଧାରା ୧୬ରେ ଦିଆଯାଇଥିବା ଅଧିକାରକୁ ବ୍ୟବହାର କରି କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭାରତୀୟ ନାଗରିକ ଭାବରେ ଗ୍ରହଣ କରିଛନ୍ତି।

ଗୃହ ମନ୍ତ୍ରଣାଳୟ କହିଛି ଯେ ଶରଣାର୍ଥୀଙ୍କ ଆବେଦନକୁ ରାଜ୍ୟ ସଚିବ କିମ୍ବା ଜିଲ୍ଲାପାଳ ଯାଞ୍ଚ କରିପାରିବେ। ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ରହିବ। ଏହା ବ୍ୟତୀତ ଜିଲ୍ଲାପାଳ କିମ୍ବା ରାଜ୍ୟ ଗୃହ ସଚିବ କେନ୍ଦ୍ରର ନିୟମ ଅନୁଯାୟୀ ଏକ ଅନଲାଇନ୍ ଏବଂ ଲିଖିତ ରେଜିଷ୍ଟର ତିଆରି କରିବେ। ଯେଉଁଥିରେ ଶରଣାର୍ଥୀଙ୍କୁ ଭାରତର ନାଗରିକ ଭାବରେ ପଞ୍ଜୀକରଣ ବିଷୟରେ ସୂଚନା ରହିବ। ଏହାର ଏକ ନକଲ ସାତ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ପଡ଼ିବ।

୨୦୧୯ରେ କେନ୍ଦ୍ରର ମୋଦି ସରକାର ଏହି ସିଏଏ ଆଣିଥିଲେ। ସେତେବେଳେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା। ଏହି ବିରୋଧ ରାଜଧାନୀ ଦିଲ୍ଲୀରେ ଅଧିକ ଦେଖିବାକୁ ମିଳିଥିଲା। ୨୦୨୦ରେ ଏହାକୁ ନେଇ ଦିଲ୍ଲୀରେ ଦଙ୍ଗା ମଧ୍ୟ ହୋଇଥିଲା। ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ବର୍ଗର ଲୋକେ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇ ଦୀର୍ଘ ଦିନ ହେବ ଭାରତରେ ରହୁଛନ୍ତି। ସେମାନଙ୍କୁ ସିଏଏ ଜରିଆରେ କେନ୍ଦ୍ର ନାଗରିକତ୍ୱ ଦେବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story