କରୋନା ମହାମାରୀରୁ ମୁକୁଳିବା ପାଇଁ ଯଜ୍ଞ କରିବାକୁ କହିଲେ ମନ୍ତ୍ରୀ

ଇନ୍ଦୋର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ସାରା ଦେଶ ଆଉଟୁ ପାଉଟୁ ହେଉଛି। ମାସ୍କ, ସାମାଜିକ ଦୂରତା ଓ ଟିକାକରଣ ଦ୍ୱାରା ହିଁ କରୋନା ଭାଇରସକୁ ମାତ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାରରେ ସଂସ୍କୃତି ମନ୍ତ୍ରୀ ଥିବା ଉଷା ଠାକୁର ନୂଆ ତଥା ଅଜବ ଉପାୟ ଆପଣାଇବାକୁ ଲୋକଙ୍କୁ କହିଛନ୍ତି। ପରିବେଶର ବିଶୋଧନ କରିବାକୁ ଯଜ୍ଞ କରିବା ଦରକାର। ବହୁ ପୁରାତନ ଯୁଗରୁ ମହାମାରୀକୁ ଦୂର କରିବା ପାଇଁ […]

MP-Minister

Hemant Lenka
  • Published: Wednesday, 12 May 2021
  • , Updated: 12 May 2021, 05:44 PM IST

ଇନ୍ଦୋର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ସାରା ଦେଶ ଆଉଟୁ ପାଉଟୁ ହେଉଛି। ମାସ୍କ, ସାମାଜିକ ଦୂରତା ଓ ଟିକାକରଣ ଦ୍ୱାରା ହିଁ କରୋନା ଭାଇରସକୁ ମାତ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାରରେ ସଂସ୍କୃତି ମନ୍ତ୍ରୀ ଥିବା ଉଷା ଠାକୁର ନୂଆ ତଥା ଅଜବ ଉପାୟ ଆପଣାଇବାକୁ ଲୋକଙ୍କୁ କହିଛନ୍ତି।

ପରିବେଶର ବିଶୋଧନ କରିବାକୁ ଯଜ୍ଞ କରିବା ଦରକାର। ବହୁ ପୁରାତନ ଯୁଗରୁ ମହାମାରୀକୁ ଦୂର କରିବା ପାଇଁ ଯଜ୍ଞ କରାଯାଉଛି। ତେଣୁ କରୋନାରୁ ମୁକୁଳିବାକୁ ହେଲେ ଆମ ସମସ୍ତଙ୍କୁ ଗୋଟିଏ ସମୟରେ ଯଜ୍ଞ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଆମେ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛନ୍ତି ଯେ ସେମାନେ ଯଜ୍ଞ କରନ୍ତୁ ଓ ଆହୂତି ଦିଅନ୍ତୁ। ଏହାଦ୍ୱାରା ପରିବେଶ ବିଶୋଧନ ହୋଇପାରିବ। କାରଣ ଏହି ପ୍ରଥା ଓ ପରମ୍ପରା ମହାମାରୀକୁ ମୂଳପୋଛ କରିବା ପାଇଁ ବହୁ ପୁରାତନ କାଳରୁ ଆପଣା ଯାଉଛି।”

ସେ ଦାବି କରିଛନ୍ତି ଯେ ପରିବେଶକୁ ବିଶୋଧନ କରିବା ପାଇଁ ଯଜ୍ଞ ଗୋଟିଏ ମାଧ୍ୟମ। ତେଣୁ ସମସ୍ତେ ଏକା ସମୟରେ ଯଜ୍ଞରେ ଦୁଇ ଦୁଇ ଥର ଆହୂତି ଦିଅନ୍ତୁ ଓ ପରିବେଶକୁ ବିଶୋଧନ କରନ୍ତୁ। ଏପରି କଲେ ଆମ ଦେଶକୁ କୋଭିଡ-୧୯ର ତୃତୀୟ ଲହର ଆଦୌ ଛୁଇଁ ପାରିବ ନାହିଁ। ଠାକୁର ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଭାଇରାଲ ସଂକ୍ରମଣର ତୃତୀୟ ଲହରର ବିପଦ ବିଷୟରେ ଭଲ ଭାବେ ଜାଣିଛନ୍ତି।

କୁହାଯାଉଛି ତୃତୀୟ ୱେଭ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ। ଏହାର ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆମେ ଭଲ ଭାବେ ତୃତୀୟ ଲହରକୁ ମୁକାବିଲା କରିପାରିବୁ ବୋଲି ମୋର ବିଶ୍ୱାସ ରହିଛି। ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ତୃତୀୟ ୱେଭ ଆମକୁ ଆଦୌ କଷ୍ଟ ନ ଦେଉ।

ମାର୍ଚ୍ଚ ୭ରେ ମନ୍ତ୍ରୀ ଉଷା ଠାକୁର ଗୋବର ଘଷିରେ ଯଜ୍ଞ କଲେ ଘରକୁ ଏହା ୧୨ ଘଣ୍ଟା ଯାଏ ସାନିଟାଇଜ କରି ରଖିଥାଏ ବୋଲି କହିଥିଲେ।

Related story