Advertisment

ହୃଦଘାତରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିବା ପୂରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ସୋମବାର ସକାଳ ସମୟରେ ସେ ଘରେ ଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ଏଥିପାଇଁ ତୁରନ୍ତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାକୁ […]

ଅଦ୍ୟତନ ହୋଇଛି
ହୃଦଘାତରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ

Minister

Advertisment

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିବା ପୂରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।

Advertisment

ସୋମବାର ସକାଳ ସମୟରେ ସେ ଘରେ ଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ଏଥିପାଇଁ ତୁରନ୍ତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାକୁ ପୂରା ଚେଷ୍ଟା କରିଥିଲେ। ହେଲେ ସକାଳ ୯.୧୬ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆଜି ସକାଳେ ଜୁବଲି ହିଲ୍ସ ସ୍ଥିତି ଆପୋଲୋ ହସ୍ପିଟାଲକୁ ଗୌତମ ରେଡ୍ଡୀଙ୍କୁ ଏମର୍ଜେନ୍ସିରେ ଅଣାଯାଇଥିଲା। ସେ ହଠାତ୍‌ ଘରେ ଟଳି ପଡ଼ିଥିଲେ। ସେ ଆମ ଇଆରୁ ସକାଳ ୭.୪୫ରେ ଆସିଥିଲେ। ଆସିବା ବେଳେ ହିଁ ସେ ହୃଦଘାତର ଶିକାର ହୋଇଥିଲେ ଓ ତାଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲୁ ନଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲା। ହେଲେ ୯.୧୬ରେ ତାଙ୍କର ଦେହାନ୍ତ ହୋଇଛି।”

Advertisment

ଏକ୍ସପୋ ୨୦୨୨ ପାଇଁ ମନ୍ତ୍ରୀ ରେଡ୍ଡୀ ଦୁବାଇ ଯାଇଥିଲେ। ସେଠାରେ ୧୦ ଦିନ ରହିବା ପରେ ରବିବାର ଘରକୁ ଫେରିଥିଲେ। ସେ ଆନ୍ଧ୍ର ସକକାରରେ ଶିଳ୍ପ ମନ୍ତ୍ରୀ ସହ ଅତିରିକ୍ତ ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଅକାଳ ବିୟୋଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ଯୁବ କ୍ୟାବିନେଟ ସହଯୋଗୀଙ୍କୁ ହରାଇ ସେ ଶବ୍ଦହୀନ ହୋଇ ପଡ଼ିଥିବା କହିଛନ୍ତି।

ମନ୍ତ୍ରୀ ଗୌତମ ରେଡ୍ଡୀ ହେଉଛନ୍ତି ପୂର୍ବତନ ସାଂସଦ ମେକାପତି ରାଜମୋହନ ରେଡ୍ଡୀଙ୍କ ପୁଅ। ଏବେ ସେ ତାଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଏକା କରି ପରପାରିକୁ ଚାଲି ଯାଇଛନ୍ତି। ୨୦୧୪ରେ ଗୌତମ ପ୍ରଥମଥର ପାଇଁ ଆତ୍ମାକୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ମଧ୍ୟ ସେ ପୁଣି ଜିତିଥିଲେ। ୨୦୧୯ରେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୌତମ ମନ୍ତ୍ରୀ ପଦ ପାଇଥିଲେ।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe