କରୋନାରୁ ବର୍ତ୍ତିବା ପାଇଁ ଏୟାରପୋର୍ଟରେ ମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ଭୋପାଲ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହେବାରୁ ରାଜନେତାମାନେ ଏଥିରୁ ବର୍ତ୍ତିବା ପାଇଁ ଭଗବାନଙ୍କ ଶରଣ ପଶିଥିବା ଅନୁଭବ ହେଉଛି। ଏହାର ଉଦାହରଣ ସ୍ୱରୂପ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଉଷା ଠାକୁରଙ୍କ ନିଆଯାଉ। ଶିବରାଜ ସିଂହ ଚୌହାନଙ୍କ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଥିବା ଶ୍ରୀମତୀ ଠାକୁର କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ ଅବଳମ୍ବନ କରିଛନ୍ତି। ସେ ବିନା ମାସ୍କରେ ଏୟାରପୋର୍ଟରେ ପୂଜାର୍ଚ୍ଚନା କରି କରୋନାକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। […]

Puja-For-Corona

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 04:02 PM IST

ଭୋପାଲ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହେବାରୁ ରାଜନେତାମାନେ ଏଥିରୁ ବର୍ତ୍ତିବା ପାଇଁ ଭଗବାନଙ୍କ ଶରଣ ପଶିଥିବା ଅନୁଭବ ହେଉଛି। ଏହାର ଉଦାହରଣ ସ୍ୱରୂପ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଉଷା ଠାକୁରଙ୍କ ନିଆଯାଉ। ଶିବରାଜ ସିଂହ ଚୌହାନଙ୍କ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଥିବା ଶ୍ରୀମତୀ ଠାକୁର କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ ଅବଳମ୍ବନ କରିଛନ୍ତି। ସେ ବିନା ମାସ୍କରେ ଏୟାରପୋର୍ଟରେ ପୂଜାର୍ଚ୍ଚନା କରି କରୋନାକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଅନୁସାରେ, ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ଏୟାରପୋର୍ଟରେ ଥିବା ଦେବୀ ଅହଲ୍ୟା ବାଈ ହୋଲକରଙ୍କ ପ୍ରତିମୂର୍ତ୍ତି ଆଗରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ପ୍ରତିମୂର୍ତ୍ତି ଆଗରେ ସେ ତାଳି ମାରିବା ସହ ଭଜନ ମଧ୍ୟ ଗାନ କରୁଛନ୍ତି। କରୋନାକୁ ଦୂରେଇ ରଖିବା ପାଇଁ ମନ୍ତ୍ରୀଙ୍କ ଏହି ପୂଜାରେ ଏୟାରପୋର୍ଟ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ।

ସେ କରୋନା କବଳରୁ ମୁକ୍ତି ପାଇଁ ପୂଜା କରୁଥିଲେ ହେଁ ତାଙ୍କ ମୁହଁରେ ମାସ୍କ ନଥିଲା। ଏହାପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ଭିଡ଼ ସ୍ଥାନରେ ବିନା ମାସ୍କରେ ଦେଖିବାକୁ ମିଳିଥିଲା। ସେ କାହିଁକି ମାସ୍କ ପିନ୍ଧୁ ନାହାନ୍ତି ବୋଲି ପ୍ରଶ୍ନର ଅଜବ ଉତ୍ତର ମଧ୍ୟ ଦେଇଥିଲେ। ସେ ପ୍ରତିଦିନ ଯଜ୍ଞ ଓ ହନୁମାନ ଚାଳିଶା ପାଠ କରୁଥିବାରୁ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ ବୋଲି କହିଥିଲେ।

ସେ ଆହୁରି ଦାବି କରିଥିଲେ ଯେ ଘର ମଧ୍ୟରେ ଗୋବର ଘସିରେ ଗୋଟିଏ ଥର ଯଜ୍ଞ କଲେ ଏହା ୧୨ ଘଣ୍ଟା ଯାଏ ସାନିଟାଇଜର ଭଳି କାମ କରିବ। ମହାରାଷ୍ଟ୍ର ଭଳି ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ମନ୍ତ୍ରୀ ଉଷା ଠାକୁରଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related story