ହରନାଜ୍‌ କିଏ? ୨୧ ବର୍ଷ ପରେ ଭାରତ ପାଇଁ ଆଣିଲେ ମିସ୍‌ ୟୁନିର୍ଭସ ମୁକୁଟ

ନୂଆଦିଲ୍ଲୀ: ହରନାଜ। ପୂରା ନାଁ ହରନାଜ କୌର ସାନ୍ଧୁ। ଦୀର୍ଘ ୨୧ ବର୍ଷ ପରେ ସେ ଭାରତ ପାଇଁ ଆଣିଲେ ମିସ୍‌ ୟୁନିର୍ଭସ୍‌ ମୁକୁଟ। ବ୍ରହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗୀତରେ ସେ ମୁକୁଟ ହାତେଇଛନ୍ତି। ଟପ୍‌ ମଡେଲଙ୍କୁ ପଛରେ ପକାଇ ସେ ବନିଛନ୍ତି ବ୍ରହ୍ମଣ ସୁନ୍ଦରୀ।  ମିସ୍ ୟୁନିଭର୍ସ ହୋଇଥିବା ୨୧ ବର୍ଷୀୟା ହରନାଜଙ୍କ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା। ଚଣ୍ଡିଗଡର ସିଖ ପରିବାରରେ ହରନଜାଙ୍କ ଜନ୍ମ। ତାଙ୍କର ପୂରା ପରିବାର ପଞ୍ଜାବର […]

harnaaz kaur-sandhu

Madhupriya Mistry
  • Published: Monday, 13 December 2021
  • , Updated: 13 December 2021, 11:38 AM IST

ନୂଆଦିଲ୍ଲୀ: ହରନାଜ। ପୂରା ନାଁ ହରନାଜ କୌର ସାନ୍ଧୁ। ଦୀର୍ଘ ୨୧ ବର୍ଷ ପରେ ସେ ଭାରତ ପାଇଁ ଆଣିଲେ ମିସ୍‌ ୟୁନିର୍ଭସ୍‌ ମୁକୁଟ। ବ୍ରହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗୀତରେ ସେ ମୁକୁଟ ହାତେଇଛନ୍ତି। ଟପ୍‌ ମଡେଲଙ୍କୁ ପଛରେ ପକାଇ ସେ ବନିଛନ୍ତି ବ୍ରହ୍ମଣ ସୁନ୍ଦରୀ।  ମିସ୍ ୟୁନିଭର୍ସ ହୋଇଥିବା ୨୧ ବର୍ଷୀୟା ହରନାଜଙ୍କ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା।

ଚଣ୍ଡିଗଡର ସିଖ ପରିବାରରେ ହରନଜାଙ୍କ ଜନ୍ମ। ତାଙ୍କର ପୂରା ପରିବାର ପଞ୍ଜାବର ମୋହାଲିରେ ରୁହନ୍ତି। ହରନାଜ ବେଶ କମ୍‌ ବୟସରେ ହିଁ ସଫଳତାର ଶିଖରରେ ପହଞ୍ଚିଛନ୍ତି। ସେ ପିଲାଟି ଦିନରୁ ନିଜ ଫିଟନେସକୁ ନେଇ ବେଶ୍‌ ଯତ୍ନବାନ ହେବା ସହ ଫ୍ୟାଶନ ପ୍ରତି ମଧ୍ୟ ଅତ୍ୟନ୍ତ ଗମ୍ଭୀର ଥିଲେ। ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ।

୧୭ ବର୍ଷ ବୟସରୁ ହିଁ ହରନାଜ ମିସ୍‌ ଚଣ୍ଡିଗଡ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ୨୦୧୭ରେ ସେ ଏହି ପ୍ରତିଯୋଗିତା ଜିତିବା ସହ ଏଠାରୁ ହିଁ ନିଜ ସଫଳତାର ଯାତ୍ରା ଆରମ୍ଭ କରିଥିଲେ ହରନାଜ । ଏହି ବଡ ସଫଳତା ପରେ ୨୦୧୮ରେ ସେ ମିସ୍‌ ମ୍ୟାକ୍ସ ଏମର୍ଜିଂ ଷ୍ଟାର ଇଣ୍ଡିଆ ମୁକୁଟ ମଧ୍ୟ ହାତେଇଥିଲେ। ଏହାପରେ ୨୦୧୯ରେ ମିସ୍‌ ଇଣ୍ଡିଆ ଇଭେଣ୍ଟରେ ସେ ଭାଗ ନେଇଥିଲେ। ଏଥିରେ ସେ ଟପ୍‌ ୧୨ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରେ ସେ ମିସ୍‌ ଡିଭା ୟୁନିର୍ଭସ ଇଣ୍ଡିଆ-୨୦୨୧ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ବାଜି ମାରିନେଇଥିଲେ। ତାଙ୍କୁ ଅଭିନେତ୍ରୀ କ୍ରିତି ସାନନ ମୁକୁଟ ପିନ୍ଧାଇଥିଲେ।

ଫିଟ୍‌ନେସ ଏବଂ ଯୋଗା ଲଭର ହରନାଜ ସବୁବେଳେ ଚାହୁଁଥିଲେ ଯେ ଦୁନିଆ ତାଙ୍କର ସୌନ୍ଦର୍ଯ୍ୟ ସହିତ ପରିଚିତ ହେଉ। ସେ ଏଥିପାଇଁ ବହୁତ କଡା ପରିଶ୍ରମ କରୁଥିଲେ। ସେ କେବଳ ସୁନ୍ଦରୀ ପ୍ରତିଯୋଗିତା ନୁହେଁ ଅନେକ ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଆଲବମ୍‌ରେ ମଧ୍ୟ କାମ କରିଛନ୍ତି। ନିଜ ଅଭିନୟ ଜାଦୁ ରେ ସମସ୍ତଙ୍କୁ କରିଛନ୍ତି ମତୁଆଲା।

ସୂଚନା ମୁତାବକ, ହରନାଜ୍ଙ୍କ ପୂର୍ବରୁ ୨୦୦୦ରେ ମିସ୍‌ ୟୁନିର୍ଭସ ଟାଇଟଲ ଲାରା ଦତ୍ତ ଜିତିଥିଲେ । ତା'ପରେ ଆଉ କୌଣସି ପ୍ରତିଯୋଗି ଭାରତ ପାଇଁ ସଫଳତା ଆଣିନଥିଲେ। ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି। ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି। ପ୍ରତିଯୋଗିତାରେ ହରନାଜ୍ ସାନ୍ଧୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମିସ୍ ପରାଗୁଏ ଦ୍ୱିତୀୟ ସ୍ଥାନରେ ଓ ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ।

Related story