ଓଡିଶାର ୩,୯୩୩ ଗାଁ ପାଇଁ ଖୁସି ଖବର ଆଣିଛନ୍ତି ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଲାର ୩ ହଜାର ୯୩୩ ଗାଁରେ ପହଞ୍ଚିବ 4G ମୋବାଇଲ ସେବା । ସବୁ ଗାଁରେ ହାଇସ୍ପିଡ୍ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗୀକରଣ ହେବ । ଓଡ଼ିଶା ସହ ୫ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରର ୪୪ଟି ଆକାଂକ୍ଷୀ ଜିଲ୍ଲାର ୭ ହଜାର ୨୮୭ ଗାଁରେ ହେବ ହାଇସ୍ପିଡ୍ ଇଣ୍ଟରନେଟ୍ । ଏନେଇ USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Ashwini Vaishnaw

Tapas Behera
  • Published: Wednesday, 17 November 2021
  • , Updated: 17 November 2021, 08:18 PM IST

ନୂଆଦିଲ୍ଲୀ: ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଲାର ୩ ହଜାର ୯୩୩ ଗାଁରେ ପହଞ୍ଚିବ 4G ମୋବାଇଲ ସେବା । ସବୁ ଗାଁରେ ହାଇସ୍ପିଡ୍ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗୀକରଣ ହେବ । ଓଡ଼ିଶା ସହ ୫ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରର ୪୪ଟି ଆକାଂକ୍ଷୀ ଜିଲ୍ଲାର ୭ ହଜାର ୨୮୭ ଗାଁରେ ହେବ ହାଇସ୍ପିଡ୍ ଇଣ୍ଟରନେଟ୍ ।

ଏନେଇ USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାମାନଙ୍କରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।  ଏହି ନିଷ୍ପତ୍ତି ଅପହଂଚ ଗାଁରେ ଡିଜିଟାଲ୍ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ଯ୍ୟକୁ ସହଯୋଗ କରିବ।

ତାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜଭୁତ୍ କରିବା ସଙ୍ଗେ ସଙ୍ଗେ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଇଣ୍ଟରନେଟ୍ ପ୍ରଦାନ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।  ଟେଲିକମ୍ ସଂଯୋଗ କ୍ଷେତ୍ରରେ ଏଭଳି ଏକ ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related story