ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଉ ୧୫ କୋଟି ଟଙ୍କା ଜବତ

କୋଲକାତା: ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି।  ଜବତ ଟଙ୍କା ଓ […]

Money

  • Published: Wednesday, 27 July 2022
  • , Updated: 27 July 2022, 10:13 PM IST

କୋଲକାତା: ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି।  ଜବତ ଟଙ୍କା ଓ ସୁନା ଅର୍ପିତାଙ୍କ ଘରର ଗୋଟିଏ ଥାକରେ ରହିଥିଲା।

ଇଡି ଏଗୁଡ଼ିକ ଜବତ କରିବା ସହ ଟଙ୍କା ଗଣିବା ମେସିନର ବ୍ୟବହାର କରି ହିସାବ କରୁଛି। ବର୍ତ୍ତମାନ ସୁଦ୍ଧା ୧୫ କୋଟି ଟଙ୍କା ଜବତ ହୋଇଥିବା ବେଳେ ଗଣତି ଜାରି ରହିଛି। ତେଣୁ ଏହାର ମୂଲ୍ୟ ଅଧିକ ହୋଇପାରେ ବୋଲି କୁହାଯାଇଛି। ଏହାପୂର୍ବରୁ ଅର୍ପିତାଙ୍କ ଆଉ ଗୋଟିଏ ଫ୍ଲାଟରୁ ଇଡିର ଅଧିକାରୀମାନେ ନଗଦ ୨୧ କୋଟି ଟଙ୍କା ଜବତ କରିଥିଲେ। ଏଥିସହ ସେଠାରୁ ୧ କୋଟି ଟଙ୍କା ସୁନା ମଧ୍ୟ ଜବତ କରାଯାଇଥିଲା। ଟଙ୍କା ମିଳିବା ପରେ ଇଡି ପକ୍ଷରୁ ଅର୍ପିତାଙ୍କର ୨ଟି ଫ୍ଲାଟ ମଧ୍ୟରୁ ଗୋଟିଏକୁ ଇଡି ସିଲ୍‌ କରିଛି। ସେଠାରେ ଲାଗିଥିବା ଗୋଟିଏ ନୋଟିସରେ କୁହାଯାଇଛି ଯେ ଅର୍ପିତା ଫ୍ଲାଟ ମେଣ୍ଟେନାନ୍ସ ପାଇଁ ୧୧,୮୧୯ ଟଙ୍କା ବାକି ରଖିଛନ୍ତି। ଯେଉଁ ଘରୁ ୧୫ କୋଟି ଟଙ୍କା ମିଳିଛି, ସେଠାରେ ଏଭଳି ନୋଟିସ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅର୍ପିତା ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗ ହୋଇଥିବାରୁ ଶୁକ୍ରବାର ଇଡି ତାଙ୍କ ଘରେ ରେଡ କରିଥିଲା। ଏହି ସମୟରେ ସେଠାରୁ ୨୧ କୋଟି ଟଙ୍କା ମିଳିଥିଲା। ଏହାପରେ ପ୍ରଥମେ ମନ୍ତ୍ରୀ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ପିତାଙ୍କ ଆଉ ଗୋଟିଏ ଘରୁ ବିପୁଳ ପରିମାଣର ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଠାବ କରିଛି।


ଆଜି ଇଡିର ଅଧିକାରୀମାନେ ଅର୍ପିତାଙ୍କ ବେଲଘରିଆ ଟାଉନ କ୍ଲବରେ ଥିବା ତାଙ୍କ ଘରେ ସର୍ଚ୍ଚ କରିଥିଲେ। ଏହି ସମୟରେ ଗୋଟିଏ ଥାକରେ ଟଙ୍କା ରହିଥିବା ଦେଖିବାକୁ ପାଇଥିଲେ। ଏହାକୁ ଗଣିବା ପାଇଁ ଇଡିର ଅଧିକାରୀମାନେ ଟଙ୍କା ଗଣିବା ମେସିନ ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ୧୫ କୋଟି ଟଙ୍କା ଗଣା ଯାଇଥିବା ବେଳେ ରାତି ତମାମ ଇଡିର ଅଧିକାରୀମାନେ ସର୍ଚ୍ଚ ଅପରେସନ କରିବେ ବୋଲି ଜଣାପଡ଼ିଛି।


ଏହାର ଅର୍ଥ ୨୧ କୋଟି ବାଦ ଘର ଭିତରେ ଅର୍ପିତା ଆହୁରି ବିପୁଳ ପରିମାଣର ଟଙ୍କା ରଖିଥିଲେ। ଦ୍ୱିତୀୟ ଥର ସର୍ଚ୍ଚ ଅପରେସନ ବେଳେ ହିଁ ଅତିରିକ୍ତ ଟଙ୍କା ସମ୍ପର୍କରେ ସୂଚନା ମିଳିଛି।
ଶିକ୍ଷକ ନିଯୁକ୍ତି ଦୁର୍ନୀତିରୁ ମିଳିଥିବା ଟଙ୍କା ହିଁ ଅର୍ପିତାଙ୍କ ଘରେ ଥିବା କୁହାଯାଉଛି। ଜବତ ଟଙ୍କା ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା ମୁଖାର୍ଜୀ ଇଡିକୁ କହିଛନ୍ତି।

Related story