ଭଗତ ସିଂହଙ୍କୁ ଆତଙ୍କବାଦୀ କହି ଅଡ଼ୁଆରେ ପଞ୍ଜାବ ସାଂସଦ

ଚଣ୍ଡିଗଡ଼: ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ପଞ୍ଜାବର ଜଣେ ସାଂସଦ ଆତଙ୍କବାଦୀ କହି ଅଡ଼ୁଆରେ ପଡ଼ିଛନ୍ତି। ସଙ୍ଗରୁରରୁ ନୂଆ କରି ନିର୍ବାଚିତ ହୋଇଥିବା ଅକାଳୀ ଦଳର ସାଂସଦ ସିମରନଜିତ ସିଂହ ମାନ୍‌ ସର୍ବସମ୍ମୁଖରେ ଭଗତ ସିଂହଙ୍କୁ ଆତଙ୍କବାଦୀ କହିଛନ୍ତି। ସାଂସଦ ମାନ କହିଛନ୍ତି, “ଭଗତ ସିଂହ ଜଣେ ଯୁବ ଇଂରେଜ ନୌସେନା ଅଫିସରଙ୍କୁ ହତ୍ୟା କରିଥିଲେ। ସେ ଜଣେ ଅମୃତଧାରୀ ଶିଖ କନଷ୍ଟେବଲଙ୍କୁ ମାରିଥିଲେ। ସେହି ସମୟରେ ସେ ନ୍ୟାଶନାଲ ଆସେମ୍ୱ୍ଲି ଉପରକୁ ବୋମା ମାଡ଼ କରିଥିଲେ। […]

MP

Hemant Lenka
  • Published: Friday, 15 July 2022
  • , Updated: 15 July 2022, 08:08 PM IST

ଚଣ୍ଡିଗଡ଼: ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ପଞ୍ଜାବର ଜଣେ ସାଂସଦ ଆତଙ୍କବାଦୀ କହି ଅଡ଼ୁଆରେ ପଡ଼ିଛନ୍ତି। ସଙ୍ଗରୁରରୁ ନୂଆ କରି ନିର୍ବାଚିତ ହୋଇଥିବା ଅକାଳୀ ଦଳର ସାଂସଦ ସିମରନଜିତ ସିଂହ ମାନ୍‌ ସର୍ବସମ୍ମୁଖରେ ଭଗତ ସିଂହଙ୍କୁ ଆତଙ୍କବାଦୀ କହିଛନ୍ତି। ସାଂସଦ ମାନ କହିଛନ୍ତି, “ଭଗତ ସିଂହ ଜଣେ ଯୁବ ଇଂରେଜ ନୌସେନା ଅଫିସରଙ୍କୁ ହତ୍ୟା କରିଥିଲେ। ସେ ଜଣେ ଅମୃତଧାରୀ ଶିଖ କନଷ୍ଟେବଲଙ୍କୁ ମାରିଥିଲେ। ସେହି ସମୟରେ ସେ ନ୍ୟାଶନାଲ ଆସେମ୍ୱ୍ଲି ଉପରକୁ ବୋମା ମାଡ଼ କରିଥିଲେ। ଏବେ ଆପଣମାନେ କୁହନ୍ତୁ ଭଗତ ସିଂହ ଜଣେ ଆତଙ୍କବାଦୀ ଥିଲେ ନା ନଥିଲେ?”

ସାଂସଦ ମାନଙ୍କ ଏପରି ବୟାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ପଞ୍ଜାବ ରାଜନୀତିରେ ଜଣେ ବିବାଦୀୟ ନେତା ଭାବେ ସିମରନଜିତ ସିଂହ ମାନ ବେଶ ପରିଚିତ। ନିକଟରେ ସେ ସଙ୍ଗରୁର ଲୋକସଭା ନିର୍ବାଚନ ଜିତିବା ପରେ ଏହାର ସବୁ ଶ୍ରେୟ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଦରନୱାଲେକୁ ଦେଇଥିଲେ। ବିଜୟ ପରେ ସେ କହିଥିଲେ, “ଏହା ଆମ ଦଳୀୟ କର୍ମୀଙ୍କ ବିଜୟ। ଏଥିସହ ସନ୍ଥ ଜର୍ଣ୍ଣାଇଲି ସିଂହ ଭିନ୍ଦରନୱାଲେ ଦେଇଥିବା ଶିକ୍ଷା ଯୋଗୁ ଆମେ ଜିତିଛୁ। ଦୀପ ସିଂହ ସିଦ୍ଧୁ ଓ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ ଶିଖ ସଂପ୍ରଦାୟକ କ୍ଷୁବ୍ଧ ହୋଇଛନ୍ତି।

ଭାରତୀୟ ସେନା ଫି’ଦିନ ଜମ୍ମୁ-କଶ୍ମୀରରେ ମୁସଲିମଙ୍କ ଉପରେ ଅତ୍ୟାଚାର କରୁଛି ଓ ସେମାନଙ୍କୁ ହତ୍ୟା କରୁଛି। ଏ ପ୍ରସଙ୍ଗ ମୁଁ ଲୋକସଭାରେ ଉଠାଇବି। ବିହାର ଓ ଛତିଶଗଡ଼ରେ ରହୁଥିବା ଆଦିବାସୀ ଲୋକଙ୍କୁ ନକ୍ସଲ ନାଁରେ ଗୁଳି କରି ହତ୍ୟା କରାଯାଉଛି। ମୁଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ଭେଟିବି ଓ ଏ ସମ୍ପର୍କରେ ତାଙ୍କ ସହ କଥା ହେବି।”


ଆଜି ସେ ଭଗତ ସିଂହଙ୍କୁ ଅପମାନିତ କରିଥିବାରୁ ତାଙ୍କୁ କ୍ଷମା ମାଗିବାକୁ କହିଛି ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି। ସାଂସଦ ସିମରନଜିତ ସିଂହଙ୍କ ବୟାନ ସମସ୍ତଙ୍କ ଭାବାବେଗକୁ ଆଘାତ କରିଛି। ସେ ନିଜର ଲଜ୍ଜାଜନକ ବୟାନ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ପକ୍ଷରୁ ଦଳ ପକ୍ଷରୁ ଟ୍ୱିଟ କରାଯାଇଛି।

Related story