ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କର: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ଭାଇରସ ପ୍ରବେଶ କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଟ୍ୱିଟ୍‌ କରି ସେ କହିଛନ୍ତି, ମିଷ୍ଟର ପିଏମ! ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ।  ଓମିକ୍ରନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ସହ ଅଧିକାଂଶ ରାଷ୍ଟ୍ର ବିମାନ ଚଳାଚଳ ବନ୍ଦ କରିଛନ୍ତି। ଆମେ କାହିଁକି ବିଳମ୍ବ କରିବା ବୋଲି ସେ […]

arvind-kejriwal

Tapas Behera
  • Published: Tuesday, 30 November 2021
  • , Updated: 30 November 2021, 10:53 PM IST

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ଭାଇରସ ପ୍ରବେଶ କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଟ୍ୱିଟ୍‌ କରି ସେ କହିଛନ୍ତି, ମିଷ୍ଟର ପିଏମ! ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ।  ଓମିକ୍ରନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ସହ ଅଧିକାଂଶ ରାଷ୍ଟ୍ର ବିମାନ ଚଳାଚଳ ବନ୍ଦ କରିଛନ୍ତି।

ଆମେ କାହିଁକି ବିଳମ୍ବ କରିବା ବୋଲି ସେ ପ୍ରଶ୍ନ କରିଛନ୍ତି? କରୋନାର ପ୍ରଥମ ୱେଭ ବେଳେ ମଧ୍ୟ ଆମେ ବିମାନ ଚଳାଚଳ ଉପରେ କଟକଣା ଲଗାଇବାରେ ବିଳମ୍ବ କରିଥିଲେ ବୋଲି  ସେ କହିଛନ୍ତି। ସେପଟେ ଆଜି ସୁଦ୍ଧା ଏହା ୧୬ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ ଭାଇରସ ।

ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍‌, ସ୍ୱିଜରଲାଣ୍ଡ୍‌, ଚେକ୍‌ ଗଣତନ୍ତ୍ର ଏବଂ ବ୍ରିଟେନ୍‌। ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ କରୋନାର ଏହି ନୂଆ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ସତର୍କ କରାଇଛି।

Related story