ଭୁଶୁଡ଼ି ପଡ଼ିଲା ୭ ମହଲା କୋଠା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଶିମଲାରେ ଗୁରୁବାର ଏକ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ଏହି କୋଠାରେ ଗତକାଲି ସକାଳେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା। ଏହା ପରେ କୋଠାଟିକୁ ଖାଲି କରି ଦିଆଯାଇଥିଲା। ପରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିଲା। କୋଠାଟି ଭୁଶୁଡ଼ି ବେଳେ ଏହାର ଭଗ୍ନାବଶେଷ ସବୁ ଆଖପାଖ […]

Building

Jitendra Garnayak
  • Published: Friday, 01 October 2021
  • , Updated: 01 October 2021, 08:20 AM IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଶିମଲାରେ ଗୁରୁବାର ଏକ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ଏହି କୋଠାରେ ଗତକାଲି ସକାଳେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା। ଏହା ପରେ କୋଠାଟିକୁ ଖାଲି କରି ଦିଆଯାଇଥିଲା। ପରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିଲା।

କୋଠାଟି ଭୁଶୁଡ଼ି ବେଳେ ଏହାର ଭଗ୍ନାବଶେଷ ସବୁ ଆଖପାଖ କୋଠା ଗୁଡ଼ିକରେ ମାଡ଼ ହୋଇଥିଲା। ଫଳରେ ୧୦ରୁ ଅଧିକ କୋଠା ପ୍ରତି ବିପଦ ସୃଷ୍ଟି ହୋଇଥିଲା।

ଶିମଲାର କଚିଘାଟି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହା ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ୧୫ ଦିନ ତଳେ ଏହି କୋଠାରେ ରହୁଥିବା ସମସ୍ତ ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଥିଲା। କିନ୍ତୁ ଶିମଲା ପୌରପାଳିକା ପକ୍ଷରୁ ଘର ଖାଲି କରିବାକୁ କୁହାଯାଇଥିଲେ ହେଁ କିଛି ପରିବାର ସେଠାରେ ରହିଥିଲେ। କୋଠାଟି ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବା ନେଇ ପୌରପାଳିକାର ଚେତାବନୀକୁ ସେମାନେ ବିଶ୍ୱାସ କରି ନଥିଲେ।

Related story