ଅଙ୍କିତାଙ୍କ ଶବ ସତ୍କାର ପାଇଁ ରାଜି ହେଲେ ପରିବାର ଲୋକେ

ଡେରାଡୁନ: ଜଣେ ୧୯ ବର୍ଷୀୟ ଯୁବତୀଙ୍କ ହତ୍ୟାକାଣ୍ଡକୁ ନେଇ ଋଶିକେଶରେ କମ୍ପନ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଅଙ୍କିତାର ଶବ ସତ୍କାର ପାଇଁ ଶେଷରେ ପରିବାର ଲୋକେ ରାଜି ହୋଇଛନ୍ତି। ତେବେ ପ୍ରଥମେ ରାସ୍ତାରୁ ଜନଗହଳିକୁ ହଟାଇବା ପାଇଁ ପରିବାର ଲୋକେ ପ୍ରଶାସନକୁ କହିଛନ୍ତି। ପୂର୍ବରୁ ଅଙ୍କିତାଙ୍କ ହତ୍ୟାର ତଦନ୍ତରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ପରିବାର ଲୋକେ। ଏଥିସହ  ଝିଅର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇ ଥିଲେ । ସରକାର […]

ankita

  • Published: Sunday, 25 September 2022
  • , Updated: 25 September 2022, 05:19 PM IST

ଡେରାଡୁନ: ଜଣେ ୧୯ ବର୍ଷୀୟ ଯୁବତୀଙ୍କ ହତ୍ୟାକାଣ୍ଡକୁ ନେଇ ଋଶିକେଶରେ କମ୍ପନ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଅଙ୍କିତାର ଶବ ସତ୍କାର ପାଇଁ ଶେଷରେ ପରିବାର ଲୋକେ ରାଜି ହୋଇଛନ୍ତି। ତେବେ ପ୍ରଥମେ ରାସ୍ତାରୁ ଜନଗହଳିକୁ ହଟାଇବା ପାଇଁ ପରିବାର ଲୋକେ ପ୍ରଶାସନକୁ କହିଛନ୍ତି। ପୂର୍ବରୁ ଅଙ୍କିତାଙ୍କ ହତ୍ୟାର ତଦନ୍ତରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ପରିବାର ଲୋକେ। ଏଥିସହ  ଝିଅର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇ ଥିଲେ । ସରକାର ତରବରିଆ ଭାବେ ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟକୁ ଭାଙ୍ଗି ଦେବା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ। ରସର୍ଟ ଭାଙ୍ଗି ସରକାର ପ୍ରମାଣ ନଷ୍ଠ ଏବଂ ପରୋକ୍ଷରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିବା ପରିବାର ଲୋକେ ଅଭିଯୋଗ  କରିଥିଲେ।  ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ ଶବ ସଂସ୍କାର କରିବେ ନାହିଁ ବୋଲି ପରିବାର ଲୋକେ କହିଥିଲା।

ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଶ୍ରୀନଗର ଓ କେଦେରନାଥ ଜାତୀୟ ରାଜପଥକୁ ଅବରୋଧ କରଥିଲେ। ହେଲେ ଅବରୋଧ ହଟାଇବା ପାଇଁ ଉଭୟ ପ୍ରଶାସନ ଓ ପରିବାର ଲୋକେ ଅନୁରୋଧ କରିଥିଲେ ମଧ୍ୟ ଲୋକେ ହଟି ନଥିଲେ।   ଏ ସମ୍ପର୍କରେ ପୌରି  ଜିଲ୍ଲା ମାଜିଷ୍ଟ୍ରେଟ ଡ.ବିଜୟ କହିଛନ୍ତି ଯେ,  ଅଙ୍କିତାଙ୍କ ଶବ ପାଣିରୁ ଉଦ୍ଧାର ହେବା ପରେ ଋଷିକେଶରେ ଥିବା ଏମ୍ସରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ିବା ଯୋଗୁ ଅଙ୍କିତାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ଶରୀରରେ ମାଡ଼ ମରାଯିବା ଯୋଗୁ କ୍ଷତିଚିହ୍ନ ମଧ୍ୟ ରହିଛି। ବ୍ୟବଚ୍ଛେଦ ପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

୪ ଜଣିଆ ଡାକ୍ତର ଟିମ୍ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିଲା।  ଆମେ ଅଙ୍କିତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ। ସେମାନେ ଶବ ସତ୍କାର ପାଇଁ ରାଜି ଥିବା କହିଛନ୍ତି। ବିରୋଧୀ ମଧ୍ୟ ତରବିଆର ଭାବେ ପୁଲକିତଙ୍କ ରିସର୍ଟ ଉପରେ ବୁଲଡୋଜର ଚାଲିବା ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ କରିବାକୁ ରିସର୍ଟକୁ ଭାଙ୍ଗି ଦିଆଯାଇଥିବା ଲୋକମାନେ ସନ୍ଦେହ କରୁଛନ୍ତି। ସରକାର ଏହା ଉପରେ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି। ଗତକାଲି ସକାଳେ ଋଷିକେଶର ଚିଲ୍ଲା କେନାଲରୁ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।  ସୂଚନା ଅନୁଯାୟୀ ୧୯ ବର୍ଷୀୟ ଅଙ୍କିତା ପୁଲକିତଙ୍କ ରିସର୍ଟରେ ରିସେପ୍‌ସନିଷ୍ଟ୍‌ ଭାବେ କାମ କରୁଥିଲେ। ଅଙ୍କିତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ ରହିବାକୁ ପୁଲିକିତ୍ ଓ ତାଙ୍କର ଦୁଇ ସହଯୋଗୀ (ରିସର୍ଟ ମ୍ୟାନେଜର ସୌରଭ ଭାସ୍କର ଓ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତା) ବାଧ୍ୟ କରୁଥିଲେ । ତେବେ ଅଙ୍କିତା ଏଥିରେ ଅରାଜି ହେବାରୁ ଏହି ତିନିଜଣ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ପରେ ପୁଲକିତଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Related story