ସମୀରଙ୍କ ବାପା-ଭଉଣୀଙ୍କୁ ଆକ୍ରମଣ, ମନ୍ତ୍ରୀଙ୍କ ନାମରେ ଅଭିଯୋଗ

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ ଡ୍ରଗସ୍‌ କାରବାରରେ ତଦନ୍ତ କରୁଥିବା ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଆଣିଲେ ଗୁରୁତର ଅଭିଯୋଗ। ତାଙ୍କ ପରିବାରକୁ ଆକ୍ରୋଶମୂଳଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ଶିବସେନା ସରକାର ମନ୍ତ୍ରୀଙ୍କ ନବାବ ମଲ୍ଲିକ୍‌ଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ। ନବାବ ମଲ୍ଲିକ୍‌ ତାଙ୍କ ପରିବାକୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସମୀର ଆଇନ୍‌ର ଆଶ୍ରୟ ନେବେ ବୋଲି କହିଛନ୍ତି। ସେପଟେ ଏନସିବିର ନବାବ ମଲିକ ଅଭିଯୋଗ […]

NCB-on-nawab-mallic

Tapas Behera
  • Published: Thursday, 21 October 2021
  • , Updated: 21 October 2021, 09:03 PM IST

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ ଡ୍ରଗସ୍‌ କାରବାରରେ ତଦନ୍ତ କରୁଥିବା ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଆଣିଲେ ଗୁରୁତର ଅଭିଯୋଗ। ତାଙ୍କ ପରିବାରକୁ ଆକ୍ରୋଶମୂଳଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ଶିବସେନା ସରକାର ମନ୍ତ୍ରୀଙ୍କ ନବାବ ମଲ୍ଲିକ୍‌ଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ। ନବାବ ମଲ୍ଲିକ୍‌ ତାଙ୍କ ପରିବାକୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସମୀର ଆଇନ୍‌ର ଆଶ୍ରୟ ନେବେ ବୋଲି କହିଛନ୍ତି।

ସେପଟେ ଏନସିବିର ନବାବ ମଲିକ ଅଭିଯୋଗ କରିଛନ୍ତି ଯେ ସମୀର  ମହାମାରୀ ସମୟରେ ମାଲଦ୍ୱୀପରେ ଥିଲେ । ସେହି ସମୟରେ ବଲିଉଡର ଅନେକ ସେଲିବ୍ରେଟି ସେଠାରେ ଛୁଟି କାଟୁଥିଲେ। ମାଲଦ୍ୱୀପ ଏବଂ ଦୁବାଇରେ ଲୁଟ୍‌ରେ ସମ୍ପୃକ୍ତ ଥିଲେ ସମୀର।

ଏହାର ଜବାବରେ  ସମୀର କହିଛନ୍ତି ମନ୍ତ୍ରୀ ମିଛ କଥା କହୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ଛୁଟି ପାଇଁ ମୋ ପିଲାମାନଙ୍କ ସହିତ ମାଲଦ୍ୱୀପକୁ ଯାଇଥିଲି। ଏଥିପାଇଁ ମୁଁ ମୋ ଅଧିକାରୀଙ୍କ ଠାରୁ ଉପଯୁକ୍ତ ଅନୁମତି ନେଇଥିଲି। ମୁଁ କାହାକୁ ଭେଟି ନଥିଲି । ଏପ୍ରକାର ଅଭିଯୋଗ ଉପରେ ମୁଁ  କୌଣସି ସ୍ପଷ୍ଟୀକରଣ ଦେବାକୁ ଚାହୁଁ ନାହିଁ। ଡିସେମ୍ବରରେ ମୁଁ ଦୁବାଇରେ ନୁହେଁ ମୁମ୍ବାଇରେ ଥିଲି। ଏହାର ଅନୁସନ୍ଧାନ କରାଯାଇପାରିବ ବୋଲି ସେ କହିଛନ୍ତି।  ଅନ୍ୟପକ୍ଷରେ ତାଙ୍କ ପରିବାର ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବା ସମୀର ଅଭିଯୋଗ ଆଣିଛନ୍ତି। ମୋ ଭଉଣୀ ଏବଂ ବାପାଙ୍କୁ ଆକ୍ରମଣ କରାଯାଇଛି। ମୁଁ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି ସମୀର।

Related story