ନବାବ ମଲିକଙ୍କୁ ଏନ୍‌ସିବି ଦେଲା ଜବାବ

ମୁମ୍ବାଇ: ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ସମୀର ୱାଙ୍ଖେଡେଙ୍କୁ ବରାବର ସମାଲୋଚନା କରି ଆସୁଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ପାଲଟା ଜବାବ ଦେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଏନ୍‌ସିବି ପ୍ରମାଣ ମାଗିବା ସହିତ ସେ କାହିଁକି କୋର୍ଟଙ୍କ ଦ୍ୱାରସ୍ଥ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି। ସମୀର ୱାଙ୍ଖେଡେ ଦୁବାଇ ଓ ମାଲଦ୍ୱୀପ ଯାଇଥିଲେ ବୋଲି ନବାବ ଯେଉଁ ଅଭିଯୋଗ କରି […]

Nawab Mallick

Jitendra Garnayak
  • Published: Sunday, 07 November 2021
  • , Updated: 07 November 2021, 01:52 PM IST

ମୁମ୍ବାଇ: ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ସମୀର ୱାଙ୍ଖେଡେଙ୍କୁ ବରାବର ସମାଲୋଚନା କରି ଆସୁଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ପାଲଟା ଜବାବ ଦେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଏନ୍‌ସିବି ପ୍ରମାଣ ମାଗିବା ସହିତ ସେ କାହିଁକି କୋର୍ଟଙ୍କ ଦ୍ୱାରସ୍ଥ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି।

ସମୀର ୱାଙ୍ଖେଡେ ଦୁବାଇ ଓ ମାଲଦ୍ୱୀପ ଯାଇଥିଲେ ବୋଲି ନବାବ ଯେଉଁ ଅଭିଯୋଗ କରି ଆସୁଛନ୍ତି, ତା’ର ପ୍ରମାଣ ଦିଅନ୍ତୁ ବୋଲି ଏନ୍‌ସିବି କହିଛି। ତା’ସହିତ ବିଜେପି ନେତା ମୋହିତ ଭାରତୀୟା ଓରଫ ମୋହିତ କମ୍ବୋଜଙ୍କ ସହିତ ସେ କଥାବାର୍ତ୍ତା ହୋଇଥିବାର ବି ପ୍ରମାଣ ଦିଅନ୍ତୁ ବୋଲି ଏନ୍‌ସିବି କହିଛି।

ଏନ୍‌ସିବି ଆହୁରି କହିଛି, ଏତେ ସବୁ ଅଭିଯୋଗ କରିବା ବଦଳରେ ନବାବ ମଲିକ କାହିଁକି କୋର୍ଟ ଯାଉ ନାହାନ୍ତି।

ଅନ୍ୟପକ୍ଷରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକ କହିଛନ୍ତି ଯେ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା। ବଟି ଆଦାୟ କରିବା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା। ଆଉ ଏହାର ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ। କ୍ରୁଜ୍ ପାର୍ଟି ପାଇଁ ଆର୍ଯ୍ୟନ ଖାଁ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ। ମୋହିତ କମ୍ବୋଜ ହେଉଛନ୍ତି ଏହାର ମାଷ୍ଟର ମାଇଣ୍ଡ। ବଟି ଆଦାୟ କରିବାରେ ସେ ହେଉଛନ୍ତି ସମୀର ୱାଙ୍ଖେଡେଙ୍କ ପାର୍ଟନର।

Related story