ଆର୍ଯ୍ୟନ୍‌ଙ୍କ ମାମଲାରେ କ’ଣ ଚାହୁଁଥିଲା ଏନ୍‌ସିବି ? କହିଲେ ସୁପ୍ରିମକୋର୍ଟ ଓକିଲ  

ମୁମ୍ବାଇ: ଡ୍ରଗସ୍‌ ମାମଲାରେ ଜେଲରୁ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ  ଜାମିନରେ ମୁକୁଳେଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ପ୍ରତିକ୍ରିୟା ରଖିଛନ୍ତି। ଏକ ଜାତୀୟସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁକୁଲ କହିଛନ୍ତି ଯେ, ଆର୍ଯ୍ୟନ୍‌ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତାଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କରାଯାଇଥିବା ମାମଲା ବହୁ ଦୂର ପର୍ଯ୍ୟନ୍ତ ଲମ୍ବାଯାଇଥିଲା। ସେ କହିଛନ୍ତି ଯେ , ଗିରଫ ହେବା ପରେ କୌଣସି ଅଭିଯୁକ୍ତକୁ ତଦନ୍ତ ସଂସ୍ଥା ଜେଲରେ ରଖିବାକୁ […]

aryan11

Tapas Behera
  • Published: Saturday, 30 October 2021
  • , Updated: 30 October 2021, 08:01 PM IST

ମୁମ୍ବାଇ: ଡ୍ରଗସ୍‌ ମାମଲାରେ ଜେଲରୁ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ  ଜାମିନରେ ମୁକୁଳେଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ପ୍ରତିକ୍ରିୟା ରଖିଛନ୍ତି। ଏକ ଜାତୀୟସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁକୁଲ କହିଛନ୍ତି ଯେ, ଆର୍ଯ୍ୟନ୍‌ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତାଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କରାଯାଇଥିବା ମାମଲା ବହୁ ଦୂର ପର୍ଯ୍ୟନ୍ତ ଲମ୍ବାଯାଇଥିଲା।

ସେ କହିଛନ୍ତି ଯେ , ଗିରଫ ହେବା ପରେ କୌଣସି ଅଭିଯୁକ୍ତକୁ ତଦନ୍ତ ସଂସ୍ଥା ଜେଲରେ ରଖିବାକୁ ଚେଷ୍ଟା କରିଥାଏ। ଜେଲରେ ଭିଡ଼ କମାଇବାକୁ ହେଲେ ଆଇନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଗୁଡ଼ିକୁ ସମ୍ବେଦନଶୀଳ ଓ ଅନେକ କିଛି ଶିଖିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଥିବା ମୁକୁଲ କହିଛନ୍ତି ଯେ,ଆର୍ଯ୍ୟନ୍‌ ଖାନଙ୍କଠାରୁ କୌଣସି ଡ୍ରଗସ୍ ଜବତ ହୋଇ ନାହିଁ କି ସେ ଡ୍ରଗସ୍‌ ସେବନ କରୁଥିବା କୌଣସି ପ୍ରମାଣ ନାହିଁ। ଏମିତିକି ସେ ଡ୍ରଗସ୍‌ ଟ୍ରାନ୍ସପୋର୍ଟ କି ପେଡଲିଂ କରୁଥିବା କୌଣସି ପ୍ରମାଣ ନାହିଁ। କେବଳ ସେ ଅରବାଜ ମର୍ଚ୍ଚାଣ୍ଟଙ୍କ ସମ୍ପର୍କରେ ଆସିଛନ୍ତି।  କିନ୍ତୁ ଏନ୍‌ସବି ପକ୍ଷରୁ ଏହାକୁ ଏକ କମର୍ସିଆଲ ରୂପ ଦିଆଯାଇ ମାମଲାକୁ  ଅଜଥା ଲମ୍ବା କରାଯାଇଥଲା।

ଯଦି ଜଣେ ଅଳ୍ପ ପରିମାଣର ଡ୍ରଗସ୍ ବ୍ୟବହାର କରେ ସେକ୍ଷେତ୍ରରେ  ଆଇନକୁ ଭିନ୍ନ ଭାବେ ବ୍ୟବହାର କରାଯାଇଥାଏ।   ଆଇନ ପାଳନ କରୁଥିବା ସଂସ୍ଥା ଏହି ପ୍ରଭେଦଟିକୁ ଉପଯୋଗ କରିବାରେ ବିଫଳ ହୋଇଛନ୍ତି। ସେମାନେ ଟାଣିଓଟାରି  ବ୍ୟବସାୟିକ ରୂପ ଦେବାକୁ  ଚାହିଁଛନ୍ତି ।

ସେସନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋହତଗୀ କହିଛନ୍ତି: ଆର୍ଯ୍ୟନ୍ ଖାନଙ୍କ ମାମଲାରେ କନ୍ସେସନ୍‌ ପୋଜେସନ୍‌ କହି ମାମଲାକୁ ବିସ୍ତାର କରାଯାଇଥିଲା। କୁହାଯାଇଥିଲା ଏ ସମ୍ପର୍କିତ ‘ସିଣ୍ଡିକେଟ୍’ ଅନୁସନ୍ଧାନ କରାଯାଉଛି। କିନ୍ତୁ ତଦନ୍ତକାରୀ ସଂସ୍ଥା ପାଖରେ ସେମିତି ମେଟେରିଆଲର ପ୍ରମାଣ ନଥିଲା। ସମସ୍ୟାଟି ହେଉଛି ଯେତେବେଳେ ଅଧିକାଂଶ ଅଦାଲତ ଜାମିନ ନାମଞ୍ଜୁର କରିଦିଅନ୍ତି  ସେତେବେଳେ ମାମଲାଟିକୁ  କ୍ୱାସି-ଟ୍ରାଏଲ ଭଳି ବ୍ୟବହାର କରଯାଏ।   ଲୋକମାନେ ଭୁଲିଯାଆନ୍ତି ଯେ ୧୯୭୮ ମସିହାରେ ସୁପ୍ରିମକୋର୍ଟ କହିଥିଲେ ଯେ, rule and jail is the exception’.” ଜାମିନ ହେଉଛି ଆଇନ ଏବଂ ଜେଲ ହେଉଛି ସୀମା ଲଂଘନୀୟ ପ୍ରସଙ୍ଗ।

ସୂଚନା ଅନୁଯାୟୀ, ଦୀର୍ଘ ୨୮ ଦିନ ପରେ ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଆଜି  ଜେଲରୁ ବାହାରିଛନ୍ତି। ବମ୍ବେ ହାଇକୋର୍ଟ ଜାମିନ ଦେବା ପରେ ପୁଅକୁ ଆଣିବା ପାଇଁ ନିଜେ ଶାହରୁଖଙ୍କ ଗାଡି ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲା। ଶାହରୁଖଙ୍କ ବଡିଗାର୍ଡ ରବି ଆର୍ଯ୍ୟନ୍‌ଙ୍କୁ ଆଣିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ।

୨୩ ବର୍ଷୀୟ ଆର୍ଯ୍ୟନଙ୍କୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ୩ ତାରିଖରେ ଗିରଫ କରିଥିଲା। ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ରହିଥିଲେ।

ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଶନିବାର ସକାଳେ ସେ ଜେଲରୁ ବାହାରିଛନ୍ତି। ପ୍ରକୃତରେ ଆର୍ଯ୍ୟନ ଶୁକ୍ରବାର ଜେଲରୁ ବାହାରିବାର ଥିଲା। କିନ୍ତୁ ତାଙ୍କ ଲିଗାଲ ଟିମ ଜେଲ୍‌ର ସମୟ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍‌ ଅର୍ଡର ଉପସ୍ଥାପନ କରି ପାରି ନଥିଲେ। ଫଳରେ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା।

ଆଜି ଭୋର ୫.୩୦ରେ ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପକା ଯାଉଥିବା ବକ୍ସକୁ ଖୋଲିଥିଲେ। ଏଥିରେ ଥିବା ୬ରୁ ୭ଟି ରିଲିଜ୍‌ ଅର୍ଡରକୁ ନିଜ ସହ ନେଇଥିଲେ। ଏହା ମଧ୍ୟରେ ଆର୍ଯ୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମରାଚାଣ୍ଟଙ୍କ ଜାମିନ ଅର୍ଡର ମଧ୍ୟ ରହିଥିଲା।  ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପାଇବା ପରେ କାଗଜାତ କାମ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ ୨ରୁ ୩ ଘଣ୍ଟା ସମୟ ଲାଗିଥିଲା। । ଏହାପରେ ଆର୍ଯ୍ୟନ ଜେଲରୁ ଖଲାସ ହୋଇଛନ୍ତି। ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖଙ୍କ ମନ୍ନତ ସ୍ଥିତ ବାସଭବନରୁ ୩ଟି ଏସ୍‌ୟୁଭି ଯାଇଥିଲା। ଏଥିରେ ଶାହରୁଖ ଓ ତାଙ୍କ ମ୍ୟାନେଜର ପୂଜା ରହିଥିଲେ।

Related story