୨୫ କୋଟି ଡିଲ୍‌ ଘଟଣା: ସମୀର ୱାଙ୍ଖଡେଙ୍କୁ କାଲି ଜେରା କରିବ ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ଆର୍ଯ୍ୟନ ଖାନଙ୍କ ଘଟଣାର ତଦନ୍ତ କରୁଥିବା ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଘଟଣାର ଜଣେ ସାକ୍ଷୀ ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କା ଡିଲ୍‌ର ଅଭିଯୋଗ ଆଣିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏବେ ଏନସିବିର ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଏନସିବିର ଏହି ଟିମ୍‌ ଦିଲ୍ଲୀରୁ ମୁମ୍ବାଇ ଆସିବ। ମୁମ୍ବାଇରେ ସେମାନେ […]

sameer

Hemant Lenka
  • Published: Tuesday, 26 October 2021
  • , Updated: 26 October 2021, 07:57 PM IST

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ଆର୍ଯ୍ୟନ ଖାନଙ୍କ ଘଟଣାର ତଦନ୍ତ କରୁଥିବା ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଘଟଣାର ଜଣେ ସାକ୍ଷୀ ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କା ଡିଲ୍‌ର ଅଭିଯୋଗ ଆଣିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଏବେ ଏନସିବିର ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଏନସିବିର ଏହି ଟିମ୍‌ ଦିଲ୍ଲୀରୁ ମୁମ୍ବାଇ ଆସିବ। ମୁମ୍ବାଇରେ ସେମାନେ ୨୫ କୋଟିର ଡିଲ୍‌ ସମ୍ପର୍କରେ ସମୀର ୱାଙ୍ଖଡେଙ୍କୁ ଜେରା କରିବେ। ଆସନ୍ତାକାଲି ଦିନ ୯ଟାରେ ଟିମ୍‌ ଦିଲ୍ଲୀ ଛାଡ଼ିବ। ଏହାପରେ ଦିନ ୧୧ଟା ପରେ ସେମାନେ ମୁମ୍ବାଇରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

ସମୀର ୱାଙ୍ଖଡେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଷ୍ଟାରକୁ ଜେରା କରୁଥିବା ବେଳେ ନିଜେ ସେହି ଫାଶରେ ପଡ଼ିଛନ୍ତି। ଏନସିବି ସମୀରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ଆସନ୍ତାକାଲି ମୁମ୍ବାଇ ଜେରା କରିବାକୁ ଆସୁଥିବା ଟିମ୍‌ର ନେତୃତ୍ୱ ଏନସିବିର ଡେପୁଟି ନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହ ନେବେ। ଏହି ଟିମ୍‌ରେ ଆଉ ୪ ଜଣ ଜୋନାଲ ନିର୍ଦ୍ଦେଶକ ରାଙ୍କର ଅଧିକାରୀ ରହିଛନ୍ତି।

ଆର୍ଯ୍ୟନଙ୍କ ଘଟଣାର ସାକ୍ଷୀ ପ୍ରଭାକର ସଇଲ ୨୫ କୋଟି ଡିଲ୍‌ର ଅଭିଯୋଗ ଆଣିବାର ଗୋଟିଏ ଦିନ ପରେ ସମୀର ୱାଙ୍ଖଡେ ତୁରନ୍ତ ମୁମ୍ବାଇ ପୁଲିସ୍‌ ମୁଖ୍ୟ ହେମନ୍ତ ନାଗରାଲେଙ୍କୁ ଚିଠି ଲେଖି ସୁରକ୍ଷା ଦାବି କରିଥିଲେ। ଏଥିସହ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିବା କହିଥିଲେ। ଆଜି ମଧ୍ୟ ସେ ବମ୍ବେ ହାଇକୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି।

ପ୍ରଭାକରଙ୍କ ବ୍ୟତୀତ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ମଧ୍ୟ ସମୀରଙ୍କ ବିରୋଧରେ ବଟି ଆଦାୟ ଠାରୁ ଆରମ୍ଭ କରି ଠକେଇ ଓ ବେଆଇନ ଫୋନ ଟ୍ୟାପିଂ ଭଳି ଅଭିଯୋଗ ଆଣିଛନ୍ତି। ଶ୍ରୀ ମଲିକ ୨୬ଟି ଅଭିଯୋଗ ସମ୍ପର୍କରେ ଟ୍ୱିଟ କରି ଏହାର ତଦନ୍ତ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଏନସିବିର ଡେପୁଟି ମହାନିର୍ଦ୍ଦେଶକ ମୁଥା ଅଶୋକ ଜୈନ ପୂରା ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ନବାବ ମଲିକ ମଧ୍ୟ ସମୀରଙ୍କ ବିରୋଧରେ ଗୋଟିଏ ଚିଠି ଏନସିବି ମହାନିର୍ଦ୍ଦେଶଙ୍କୁ ଲେଖିଛନ୍ତି। ତେବେ ଏନସିବି କହିଛି ଯେ ଏହି ଚିଠିକୁ ଆଧାର କରି ସମୀର ୱାଙ୍ଖଡେଙ୍କ ବିରୋଧରେ ଏବେ କୌଣସି ପଦକ୍ଷେପ ନିଆଯିବ ନାହିଁ। କାରଣ କେନ୍ଦ୍ର ଭିଜିଲାନ୍ସ କମିଶନରେ ଗାଇଡଲାଇନରେ ଏନେଇ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ।

Related story