Advertisment

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତ ସହିବ ଅଧିକ କ୍ଷତି! ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବିଶ୍ୱ ବଜାର ଉପରେ ପ୍ରଭାବ ପକାଇଛି। କରୋନା କାରଣରୁ ବିଶ୍ୱ ଅର୍ଥନୀତି ସଙ୍କଟରେ ରହିଥିଲା। ଏହାପରେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି ସମସ୍ୟାକୁ ଅଧିକ ଜଟିଳ କରିଥିଲା। ଏସବୁ ଭିତରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଜାପାନର ଆର୍ଥିକ କମ୍ପାନୀ ନୋମୁରା ଏହାର ରିପୋର୍ଟରେ କହିଛି ଯେ ୟୁକ୍ରେନ ସଙ୍କଟ ମହଙ୍ଗା ମାଡ଼ର ଚାପକୁ ବୃଦ୍ଧି କରିବ ଓ […]

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତ ସହିବ ଅଧିକ କ୍ଷତି! ଜାଣନ୍ତୁ ପୂରା ରିପୋର୍ଟ

war4

Advertisment

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବିଶ୍ୱ ବଜାର ଉପରେ ପ୍ରଭାବ ପକାଇଛି। କରୋନା କାରଣରୁ ବିଶ୍ୱ ଅର୍ଥନୀତି ସଙ୍କଟରେ ରହିଥିଲା। ଏହାପରେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି ସମସ୍ୟାକୁ ଅଧିକ ଜଟିଳ କରିଥିଲା। ଏସବୁ ଭିତରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଛି।

Advertisment

ଜାପାନର ଆର୍ଥିକ କମ୍ପାନୀ ନୋମୁରା ଏହାର ରିପୋର୍ଟରେ କହିଛି ଯେ ୟୁକ୍ରେନ ସଙ୍କଟ ମହଙ୍ଗା ମାଡ଼ର ଚାପକୁ ବୃଦ୍ଧି କରିବ ଓ ଏହାଦ୍ୱାରା ଏସିଆ ମହାଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ରିପୋର୍ଟରେ କୁହାଯାଇଛି ଯେ ଖାଦ୍ୟ ସମାଗ୍ରୀ ଓ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏସୀୟ ଦେଶ ଗୁଡ଼ିକ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବେ। ଯେଉଁ ଦେଶଗୁଡ଼ିକ ଆର୍ଥିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ ନୁହନ୍ତି, ସେମାନେ ଅଧିକ ଖରାପ ସ୍ଥିତିରେ ରହିବେ।

ରିପୋର୍ଟରେ କୁହାଯାଇଛି ଯେ ଭାରତ, ଥାଇଲ୍ୟାଣ୍ଡ ଓ ଫିଲିପାଇନ୍ସର ଅର୍ଥନୀତି ଉପରେ ୟୁକ୍ରେନ ସଙ୍କର ପ୍ରଭାବ ଅଧିକ ରହିବ। ଭାରତ ଅନ୍ତର୍ଜାତୀୟ ବଜାରରୁ ବିପୁଳ ପରିମାଣରେ ଅଶୋଧିତ ତୈଳ ଆମଦାନୀ କରିଥାଏ। ଏଭଳି ସ୍ଥିତିରେ ମୂଲ୍ୟ ବୃଦ୍ଧି ବାଣିଜ୍ୟ ନିଅଣ୍ଟକୁ ବଢ଼ାଇବ। ନୋମୁରା ଆକଳନ କରିଛି ଯେ ଅଶୋଧିତ ତୈଳର ଦାମ ୧୦% ବଢ଼ିବାର ଆଶଙ୍କା ରହିଛି। ତେଣୁ ସବୁ ସାମଗ୍ରୀର ଦର ବୃଦ୍ଧି ପାଇବା।

Advertisment

ଗୋଟିଏ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଯଦି ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୦ ଡଲାରକୁ ବୃଦ୍ଧି ହୁଏ, ତେବେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୦ ବେସିସ ପଏଣ୍ଟ ହ୍ରାସ ପାଇବ। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ତେଣୁ ଏପରି ସ୍ଥିତିରେ ମହଙ୍ଗା ମାଡ଼ ସବୁ କିଛିକୁ ବିଗାଡ଼ି ଦେବାର ଆଶଙ୍କା ରହିଛି।

ଘରୋଇ ଅର୍ଥନୀତି ଉପରେ ୟୁକ୍ରେନ ସଙ୍କର ପ୍ରଭାବ ପଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଛି, ତା’ ଉପରେ ସରକାର ତର୍ଜମା ଆରମ୍ଭ କରିଛନ୍ତି। ତୈଳ ଦର ବୃଦ୍ଧି ଓ ଦେଶର ବାହାରେ ବ୍ୟବସାୟ ପ୍ରଭାବିତ ହେତୁ ମୁଦ୍ରାସ୍ଫୀତିର ସମ୍ଭାବ୍ୟ ବୃଦ୍ଧିର ଆଶଙ୍କା ରହିଛି। ତେଣୁ ଏହାର ମୁକାବିଲା କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରାଯାଇଛି।

ବର୍ତ୍ତମାନ ସମୟରେ ଯୋଗାଣ ବ୍ୟାଘାତ କିମ୍ବା ବାଣିଜ୍ୟ ମାର୍ଗ ଅବରୋଧ ହେବାର ଆଶଙ୍କା ବହୁତ କମ କମ। କିନ୍ତୁ ଅଶୋଧିତ ତୈଳ ଦାମ ୭ ବର୍ଷର ରେକର୍ଡ ଭାଙ୍ଗିଛି। ଏବେ ବ୍ୟାରେଲ ପିଛା ଏହାର ମୂଲ୍ୟ ୧୦୫ ଡଲାର ରହିଛି। ତେଣୁ ଆଗାମୀ ଦିନରେ ଏହା ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦର କିମ୍ବା ଗ୍ୟାସ ଦର ବୃଦ୍ଧି କରାଯାଉନି। ୩ ମାସ ହେଲା ଦର ଅପରିବର୍ତ୍ତିତ ରହିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦାମ ବଢ଼ୁଥିଲେ ମଧ୍ୟ ସରକାର ଦରଦାମ ବୃଦ୍ଧି କରୁନାହାନ୍ତି। ବିଶେଷଜ୍ଞଙ୍କ ମତରେ ମାର୍ଚ୍ଚ ୭ ଭୋଟିଂ ପରେ ତୈଳ ଓ ଗ୍ୟାସ ଦାମ ବଢ଼ିବା ଆରମ୍ଭ ହେବ। ଏପରି କି ତୈଳ ଦର ଲିଟର ପିଛା ୧୦ ଟଙ୍କାରୁ ଅଧିକ ବଢ଼ିପାରେ।

ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ସର୍ବାଧିକ ତୈଳ ଆମାଦାନୀ କରୁଥିବା ରାଷ୍ଟ୍ରଙ୍କ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ତେଣୁ ଏହାର ପ୍ରଭାବ ନିଶ୍ଚିତ ଭାବେ ଲୋକଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe