ନିଟ୍‌ ପରୀକ୍ଷା ଦେଇଥିବା ଛାତ୍ରୀ ହଠାତ୍‌ ନିଖୋଜ

ଚେନ୍ନାଇ: ତାମିଲନାଡୁରେ ନିଟ୍‌ ଆଶାୟୀଙ୍କ ସହ ଜଡ଼ିତ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ନିଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଖବର ମିଳିଥିଲା। ଏବେ ଜଣେ ନିଟ୍‌ ପରୀକ୍ଷା ଦେଇଥିବା ଛାତ୍ରୀ ହଠାତ୍‌ ଘରୁ ନିଖୋଜ ହୋଇଯାଇଛନ୍ତି। ତାମିଲନାଡୁର ନାମକ୍କଲ ଜିଲ୍ଲାରେ ଏପରି ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ କରିଛନ୍ତି। ଏଥିସହ ନିଟ୍‌ ପରୀକ୍ଷାର ଉତ୍ତର ଖାତା ଦେଖିବା ପରେ ସେ ଏପରି ପଦକ୍ଷେପ ନେଇଥିବା ମଧ୍ୟ […]

NEET

Hemant Lenka
  • Published: Saturday, 18 September 2021
  • , Updated: 18 September 2021, 09:32 PM IST

ଚେନ୍ନାଇ: ତାମିଲନାଡୁରେ ନିଟ୍‌ ଆଶାୟୀଙ୍କ ସହ ଜଡ଼ିତ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ନିଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଖବର ମିଳିଥିଲା। ଏବେ ଜଣେ ନିଟ୍‌ ପରୀକ୍ଷା ଦେଇଥିବା ଛାତ୍ରୀ ହଠାତ୍‌ ଘରୁ ନିଖୋଜ ହୋଇଯାଇଛନ୍ତି।

ତାମିଲନାଡୁର ନାମକ୍କଲ ଜିଲ୍ଲାରେ ଏପରି ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ କରିଛନ୍ତି। ଏଥିସହ ନିଟ୍‌ ପରୀକ୍ଷାର ଉତ୍ତର ଖାତା ଦେଖିବା ପରେ ସେ ଏପରି ପଦକ୍ଷେପ ନେଇଥିବା ମଧ୍ୟ କହିଛନ୍ତି।

୧୯ ବର୍ଷୀୟ ଶ୍ୱେତା ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା ଦେଇଥିଲେ। ଦ୍ୱିତୀୟ ଥର ପାଇଁ ସେ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବାକୁ ନିଟ୍‌ ପରୀକ୍ଷା ଦେଇଥିଲେ। କିନ୍ତୁ ସେପ୍ଟେମ୍ବର ୧୭ରେ ସେ ଉତ୍ତରକୁ ଯାଞ୍ଚ କରିଥିଲେ। ଏହାପରେ ସେ କେଉଁ ଆଡ଼େ ଚାଲି ଯାଇଛନ୍ତି। ପରିବାର ଲୋକ ରସିପୁରମ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ଯାଞ୍ଚ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ନିଟ୍‌ ସହ ଜିଡ଼ିତ ଅଘଟଣ ତାମିଲନାଡୁରେ ବଢ଼ି ଚାଲିଥିବାରୁ ଅଭିନେତା ସୂର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନସିକସ୍ତରରେ ଶକ୍ତ ହେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମାନସିକ ଚାପରେ ଥିବା ପିଲାମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୧୦୪ ଜାରି କରାଯାଇଛି। ଏହି ନମ୍ବରରେ ବିଶେଷଜ୍ଞମାନେ ପିଲାଙ୍କ ମାନସିକ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ।

Related story