ପଞ୍ଜାବ କଂଗ୍ରେସରେ ନୂଆ ସଙ୍କଟ, କଳିର ମଞ୍ଜି ପୋତିଲେ ହରିଶ ରାୱତ!

ଚଣ୍ଡିଗଡ଼: ଲାଗୁଛି ପଞ୍ଜାବ କଂଗ୍ରେସରେ ସଙ୍କଟ ଘର କି ବସି ଯାଇଛି। ଗୋଟିଏ ସଙ୍କଟ ଯାଇଛି କି ନାହିଁ ଆଉ ଏକ ସଙ୍କଟ ଆସି ପହଞ୍ଚି ଯାଇଛି। କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ବନାମ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନେଇ ଦୀର୍ଘ କିଛି ମାସ ହେବ ଯେଉଁ ସମସ୍ୟା ଚାଲିଥିଲା, ତାହା ଶନିବାର କ୍ୟାପ୍‌ଟେନ୍‌ଙ୍କ ଇସ୍ତଫା ପରେ ଶେଷ ହୋଇଥିଲା। ତେଣୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଭାବିଥିଲେ ଏବେ ସବୁ ଠିକ୍‌ଠାକ୍ ଚାଲିବ। ତେବେ ଗତକାଲି ପଞ୍ଜାବର ନୂଆ […]

Harish Rawat

Jitendra Garnayak
  • Published: Monday, 20 September 2021
  • , Updated: 20 September 2021, 01:34 PM IST

ଚଣ୍ଡିଗଡ଼: ଲାଗୁଛି ପଞ୍ଜାବ କଂଗ୍ରେସରେ ସଙ୍କଟ ଘର କି ବସି ଯାଇଛି। ଗୋଟିଏ ସଙ୍କଟ ଯାଇଛି କି ନାହିଁ ଆଉ ଏକ ସଙ୍କଟ ଆସି ପହଞ୍ଚି ଯାଇଛି। କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ବନାମ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନେଇ ଦୀର୍ଘ କିଛି ମାସ ହେବ ଯେଉଁ ସମସ୍ୟା ଚାଲିଥିଲା, ତାହା ଶନିବାର କ୍ୟାପ୍‌ଟେନ୍‌ଙ୍କ ଇସ୍ତଫା ପରେ ଶେଷ ହୋଇଥିଲା। ତେଣୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଭାବିଥିଲେ ଏବେ ସବୁ ଠିକ୍‌ଠାକ୍ ଚାଲିବ। ତେବେ ଗତକାଲି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂହ ଚନ୍ନିଙ୍କ ନାଁ ଘୋଷଣା କରିବା ପରେ ପରେ ଦଳ ଭିତରେ କଳିର ନୂଆ ମଞ୍ଜି ପୋତି ଦେଇଥିଲେ ରାଜ୍ୟ ପ୍ରଭାରୀ ହରିଶ ରାୱତ।

ଏକ ନ୍ୟୁଜ୍ ଏଜେନ୍ସୀକୁ ଦେଇଥିବା ସାକ୍ଷାତକାରର ସେ କହିଥିଲେ ଯେ ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ନେତୃତ୍ୱରେ ଲଢ଼ିବ। ଏହା ସହିତ ସିଦ୍ଧୁ ବହୁତ ଲୋକପ୍ରିୟ ବୋଲି କହିଥିଲେ। ଆଉ ଏହାକୁ ସହଜରେ ହଜମ କରିପାରି ନାହାନ୍ତି ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ସୁନୀଲ ଜାଖଡ଼। ସେ ଖୋଲାଖୋଲି ଭାବେ ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ହରିଶଙ୍କ ଏଭଳି ମନ୍ତବ୍ୟକୁ ସେ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

[caption id="attachment_677328" align="aligncenter" width="650"] ସୁନୀଲ ଜାଖଡ଼[/caption]

ସୁନୀଲ ଜାଖଡ଼ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ଏହା ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି। ଏହା ସହିତ ଏହି ବୟାନ ଚରଣଜିତ୍ ସିଂହ ଚନ୍ନିଙ୍କ ନିଯୁକ୍ତି ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ହରମିନ୍ଦର ସିଂହ ଗିଲ୍ କହିଛନ୍ତି ଯେ ଚରଣଜିତ୍ ସିଂହ ଚନ୍ନିଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କରିଛନ୍ତି। ହରିଶ ରାୱତ କେବଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସାର୍ବଜନୀନ କରିଥିଲେ।

ୟା ମଧ୍ୟ ଆଉ ଏକ ଘଟଣା ମଧ୍ୟ ଘଟିଛି। ସୁନୀଲ ଜାଖଡ଼ଙ୍କ ପୁତୁରା ଅଜୟବୀର ଜାଖଡ଼ ପଞ୍ଜାବ କୃଷକ ନିଗମରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଭାଜପା ନେତା ଅମିତି ମାଲବୀୟ କହିଛନ୍ତି ଯେ କେବଳ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଚୌକି ଦେବା ପାଇଁ ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଏହା ପୂରା ଦଳିତ ସମାଜ ପାଇଁ ଅପମାନ। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା।

ସୂଚନାଯୋଗ୍ୟ, ଗତକାଲି ପର୍ଯ୍ୟନ୍ତ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ସୁନୀଲ ଜାଖଡ଼ଙ୍କ ନାଁ ଥିଲା ବୋଲି ଜୋର ଚର୍ଚ୍ଚା ହୋଇଥିଲା।

Related story