ଲାଲୁଙ୍କ ପୁଅ ବୋଲି ୯ମ ପାସ୍‌ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ: ପିକେ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମାଲୋଚନା କରିଛନ୍ତି। ୯ମ ପାସ୍‌ ତେଜସ୍ୱୀ ଯାଦବ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ସେ ଲାଲୁଙ୍କ ପୁଅ ହୋଇଥିବାରୁ ୯ମ ଯାଏ ପଢ଼ି ମଧ୍ୟ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ପିକେ କହିଛନ୍ତି। ପଶ୍ଚିମ ଚମ୍ପାରନର ଦାମରାପୁର ଗାଁରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ପିକେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, […]

PK

  • Published: Saturday, 08 October 2022
  • , Updated: 08 October 2022, 04:15 PM IST

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମାଲୋଚନା କରିଛନ୍ତି। ୯ମ ପାସ୍‌ ତେଜସ୍ୱୀ ଯାଦବ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ସେ ଲାଲୁଙ୍କ ପୁଅ ହୋଇଥିବାରୁ ୯ମ ଯାଏ ପଢ଼ି ମଧ୍ୟ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ପିକେ କହିଛନ୍ତି।

ପଶ୍ଚିମ ଚମ୍ପାରନର ଦାମରାପୁର ଗାଁରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ପିକେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, “ଲାଲୁ ପ୍ରସାଦଙ୍କ ପୁଅ ୯ମ ପାସ୍‌। କିନ୍ତୁ ସେ ବିହାରର ଉପ ମୁଖ୍ୟମନ୍ତ୍ରୀ। ୯ମ ପାସ୍ କରିବା ପରେ ମଧ୍ୟ ଜଣେ ସାଧାରଣ ଲୋକର ପୁଅଙ୍କୁ ପିଓନ ଚାକିରିଟିଏ ମଧ୍ୟ ମିଳୁନି। ୯ମ ପାସ୍‌ କରିଥିଲେ ମଧ୍ୟ ସେମାନଙ୍କ ପିଲାମାନେ ପିଓନ ହୋଇପାରିବେ ନାହିଁ। କିନ୍ତୁ ଯେଉଁମାନଙ୍କ ବାପା ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ କିମ୍ବା ବିଧାୟକ ସେମାନେ ୯ମ ଫେଲ ହୋଇ ମଧ୍ୟ ଭଲ ଚାକିରି ପାଇପାରୁଛନ୍ତି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା କଥା କି ନୁହେଁ?”

ବିହାରରୁ ଅନ୍ୟତ୍ର ଯାଇ କାମ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ କମ କରିବା ପାଇଁ ପିକେ କାମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, “ନିର୍ବାଚନରେ ଆପଣମାନେ ଯଦି ଆପଣମାନଙ୍କ ମଧ୍ୟରୁ କାହାକୁ ଚୟନ କରୁଛନ୍ତି, ତା’ହେଲେ ମୁଁ ଆପଣଙ୍କ ପରିବାର ଲୋକଙ୍କୁ ପୁଣିଥରେ ଏଠାକୁ ଫେରାଇ ଆଣିବି।

ଏନେଇ ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି। ଯେଉଁମାନେ ଅଲଗା ରାଜ୍ୟରେ ବାଧ୍ୟ ହୋଇ କାମ କରୁଛନ୍ତି କିନ୍ତୁ ସେମାନେ ବିହାରରେ ରହୁଥିବା ନିଜ ପରିବାର ଲୋକଙ୍କ ସହ ସମୟ କାଟିବାକୁ ଚାହୁଁଛନ୍ତି, ସେଭଳି ଲୋକମାନଙ୍କୁ ବର୍ଷକ କିମ୍ବା ୬ ମାସ ମଧ୍ୟରେ ନିଜ ରାଜ୍ୟରେ ନିଯୁକ୍ତି ମିଳିବ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଣମାନେ ମୋତେ ଏହି ରାଜ୍ୟର ସେବା କରିବାକୁ ଅନୁମତି ଦେବେ।”


ପିକେ ଦାବି କରିଛନ୍ତି ଯେ ସେ ୩ଟି ଲକ୍ଷ୍ୟ ନେଇ ବିହାରରେ ପଦଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମ ଲକ୍ଷ୍ୟ ହେଲା-ସମାଜରେ ଥିବା ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜଣାଇବା ଓ ସେମାନଙ୍କୁ ଗୋଟିଏ ସାଧାରଣ ଗଣତାନ୍ତ୍ରିକ ପ୍ଲାଟଫର୍ମକୁ ଆଣିବା। ଦ୍ୱିତୀୟ ଲକ୍ଷ୍ୟ- ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ଜାଣି ସହର ଓ ପଞ୍ଚାୟତଗୁଡ଼ିକର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା। ତୃତୀୟ ଲକ୍ଷ୍ୟ ହେଲା-ଆସନ୍ତା ୧୫ ବର୍ଷ ମଧ୍ୟରେ ବିହାରକୁ ୧୦ଟି କ୍ଷେତ୍ରରେ ବିକଶିତ କରିବା।

Related story