କମୁଛି ସଂକ୍ରମଣ, ୧୫୩ ଜିଲ୍ଲାରେ ଦୈନିକ ୧୦୦ରୁ କମ୍ ମାମଲା

ନୂଆଦିଲ୍ଲୀ: ସାରା ଦେଶରେ ଜୁନ୍ ୨୧ ତାରିଖରୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ଏବେ ଦେଶର ପ୍ରତିଟି ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ। ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍ ଦେଶରେ କରୋନା ଟିକାକରଣକୁ ନେଇ ସୂଚନା ଦେଇଛନ୍ତି ଯେ ଗତକାଲି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି। ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ୬୩.୭% ପ୍ରତିଶତ ଟିକାକରଣ ହୋଇଥିବା ବେଳେ ସହରାଞ୍ଚଳରେ ମାତ୍ର ୩୬% ଟିକାକରଣ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଗ୍ରାମାଞ୍ଚଳରେ […]

VK-Paul

Ranjit Kumar Jena
  • Published: Tuesday, 22 June 2021
  • , Updated: 22 June 2021, 09:01 PM IST

ନୂଆଦିଲ୍ଲୀ: ସାରା ଦେଶରେ ଜୁନ୍ ୨୧ ତାରିଖରୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ଏବେ ଦେଶର ପ୍ରତିଟି ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ। ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍ ଦେଶରେ କରୋନା ଟିକାକରଣକୁ ନେଇ ସୂଚନା ଦେଇଛନ୍ତି ଯେ ଗତକାଲି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି।

ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ୬୩.୭% ପ୍ରତିଶତ ଟିକାକରଣ ହୋଇଥିବା ବେଳେ ସହରାଞ୍ଚଳରେ ମାତ୍ର ୩୬% ଟିକାକରଣ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ଟିକାକରଣ ଏବେ ସମ୍ଭବ। ଗତକାଲି ୪୬% ମହିଳାଙ୍କୁ ଓ ୫୩% ପୁରୁଷଙ୍କୁ ଟିକାକରଣ ହୋଇଛି। ତେବେ ଟିକାକରଣ କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଥିବା ଭିକେ ପଲ୍ କହିଛନ୍ତି ।

କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନେଇ ନିତି ଆୟୋଗ ସଦସ୍ୟ ଭିକେ ପଲ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ କମୁଛି। ଦେଶର ୫୫୩ଟି ଜିଲ୍ଲାରେ ୫ ପ୍ରତିଶତରୁ କମ୍ ଆକ୍ଟିଭ୍ କେସ୍ ରହିଛି। ଦୈନିକ ଶହେରୁ ଅଧିକ ମାମଲା ମାତ୍ର ୧୫୩ଟି ଜିଲ୍ଲାରୁ ଆସୁଛି। କରୋନା ସଂକ୍ରମଣ କମୁଥିଲେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭିକେ ପଲ୍ ।

ସେହିପରି ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ଭିକେ କହିଛନ୍ତି, ପଜିଟିଭିଟି କମୁଥିଲେ ବି ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ। ସ୍କୁଲରେ ବିଭିନ୍ନ ବର୍ଗର ଲୋକ ଯେମିତି ପିଲା, ଶିକ୍ଷକ, କର୍ମଚାରୀ ଏକାଠି ହୁଅନ୍ତି। ସେଥିମଧ୍ୟରୁ ପିଲାମାନଙ୍କୁ ଟିକାକରଣ ଏଯାଏ ଆରମ୍ଭ ହୋଇପାରିନାହିଁ। ଶିକ୍ଷକ ଓ ଅନ୍ୟ କର୍ମଚାରୀ ମଧ୍ୟ ସମସ୍ତେ ହୁଏତ ଟିକା ନେଇନଥିବେ। ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ଏବେ ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ। ପରିସ୍ଥିତିରେ ଆଉ ଟିକେ ସୁଧାର ଆସିବା ପରେ କୌଣସି ନିଷ୍ପତ୍ତି ନିଆଯାଇପାରିବ ବୋଲି ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ।

ସୂଚନାଯୋଗ୍ୟ, ମହାମାରୀ କରୋନା ବିରୋଧୀ ଟିକାରକଣ ପାଇଁ ନୂଆ ନୀତି ଜୁନ ୨୧ରୁ ଦେଶରେ କାର୍ଯ୍ୟକାରୀ ହୋଇଛି। ନୂଆ ଟିକା ନୀତି ପରେ ଭାରତରେ ଟିକାକରଣର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗତକାଲି ଗୋଟିଏ ଦିନରେ ୮୩ ଲକ୍ଷ ଡୋଜର ଟିକାକରଣ ହୋଇଛି।

Related story