କ୍ଷମତାର ଉଚିତ୍ ବ୍ୟବହାର ଗଡ଼କରୀଙ୍କୁ ଜଣା: ଶରଦ ପାୱାର

ପୁଣେ: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଶନିବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପ୍ରଶଂସା କରିଛନ୍ତି। ବିକାଶ ଦିଗରେ ମନ୍ତ୍ରୀଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି।  ବିକାଶ କ୍ଷେତ୍ରରେ କ୍ଷମତାକୁ କିଭଳି ସଦ୍‌ଉପାୟରେ ବ୍ୟବହାର କରାଯାଇ ପାରେ ତାହା ନିତିନ ଗଡକରୀଙ୍କୁ ଜଣା ବୋଲି  ଶରଦ ପାୱାର କହିଛନ୍ତି। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦଳର ନେତା ହୋଇଥିଲେ ମଧ୍ୟ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ। ଶ୍ରୀ ଗଡକରୀ ଅହମ୍ମଦନଗରରେ ଅନେକ ପ୍ରକଳ୍ପର ଉଦଘାଟନ […]

678

Tapas Behera
  • Published: Saturday, 02 October 2021
  • , Updated: 02 October 2021, 07:20 PM IST

ପୁଣେ: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଶନିବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପ୍ରଶଂସା କରିଛନ୍ତି। ବିକାଶ ଦିଗରେ ମନ୍ତ୍ରୀଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି।  ବିକାଶ କ୍ଷେତ୍ରରେ କ୍ଷମତାକୁ କିଭଳି ସଦ୍‌ଉପାୟରେ ବ୍ୟବହାର କରାଯାଇ ପାରେ ତାହା ନିତିନ ଗଡକରୀଙ୍କୁ ଜଣା ବୋଲି  ଶରଦ ପାୱାର କହିଛନ୍ତି। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦଳର ନେତା ହୋଇଥିଲେ ମଧ୍ୟ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ।

ଶ୍ରୀ ଗଡକରୀ ଅହମ୍ମଦନଗରରେ ଅନେକ ପ୍ରକଳ୍ପର ଉଦଘାଟନ କରିଥିବାରୁ ସହରର ଦୀର୍ଘ ଦିନର ସମସ୍ୟାର ସମାଧାନ କରିବ ବୋଲି ସେ କହିଛନ୍ତି। ଶରଦ ପାୱାର ଆହୁରି କହିଛନ୍ତି ଯେ, ଗୋଟିଏ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହେବା ପରେ ପ୍ରାୟତଃ  କିଛି ହୁଏ ନାହିଁ । କିନ୍ତୁ ଗଡ଼କରୀଙ୍କ କ୍ଷେତ୍ରରେ ତାହା ଭିନ୍ନ ବୋଲି ସେ କହିଛନ୍ତି। ଗଡ଼କରୀ ଯାହା ଦାୟିତ୍ୱ ନିଅନ୍ତି ତାହା ସେ କରନ୍ତି ।

ସେ ଆହୁରି କହିଛନ୍ତି ଯେ, ଗଡକରୀ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଦାୟିତ୍ୱ ନେବା ପୂର୍ବରୁ ପ୍ରାୟ ୫୦୦୦କିଲୋମିଟର କାମ ସରିଥିଲା। କିନ୍ତୁ ସେ ଦାୟିତ୍ ଗ୍ରହଣ କରିବା ପରେ ଏହା ୧୨,୦୦୦ କିଲୋମିଟର ଅତିକ୍ରମ କରିଛି।  ଲୋକଙ୍କ ପ୍ରତିନିଧି ଭାବେ ବିକାଶକୁ ତ୍ୱାରାନ୍ନିତ କରିବାରେ ଗଡ଼କରୀ ଉଦାହରଣ ବୋଲି ସେ କହିଛନ୍ତି।  ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାର କୃଷକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ,  ଆଖୁ ବ୍ୟବହାର କେବଳ ଚିନି ଉତ୍ପାଦନରେ ସୀମିତ ରହିବା ଉଚତ୍ ନୁହେଁ  ଏବଂ ସେମାନେ ଏହାକୁ ଇଥାନଲ ପାଇଁ କଞ୍ଚାମାଲ ଭାବରେ ଭାବିବା ଉଚିତ୍।

Related story