ନାଗପୁର: ଜେଲ ଭିତରେ ଥାଇ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ଧମକ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଶନିବାର କଲଡିଟେଲସ୍ ରେକର୍ଡ଼ରୁ ଏକଥା ଜାଣିବାକୁ ପାଇଛି ପୁଲିସ। କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ୟାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗପୁର ପୋଲିସର ଏକ ଟିମ୍ ତଦନ୍ତ ପାଇଁ ବେଲାଗାଭି ଯାଇ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।
ମହାରାଷ୍ଟ୍ରର କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷାକୁ ବଢ଼ାଇ ଦିଅଯାଛି। ଖାମଲା ଅଞ୍ଚଳରେ ଗଡକରୀଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟକୁ ଗତକାଲି ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇଟି ହତ୍ୟା ଧମକ କଲ ଆସିଥିଲା। ଟଙ୍କା ପାଇଁ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି।
ପୂର୍ବାହ୍ନ ୧୧:୩୦ରୁ ୧୧.୪୦ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସ ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇ ଥର କଲ୍ କରି ଜଣେ ଅଜଣା ବ୍ୟକ୍ତି ଟଙ୍କା ଦାବି କଥିଲେ ଏବଂ ଟଙ୍କା ନଦେଲେ ଗଡ଼କରୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲେ। ସେ ମଧ୍ୟ ଅଫିସ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। କଲ୍ କରିଥିବା ବ୍ୟକ୍ତି ଜୟେଶ କାନ୍ତା ଦାଉଦର ନାମ ମଧ୍ୟ ନେଇଥିଲା । ସଡ଼କ ପରିବହନ ମନ୍ତ୍ରୀଙ୍କ ଘର ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ନାଗପୁର ଅଫିସ ପକ୍ଷରୁ ଏନେଇ ପୁଲିସରେ ଏତଲା ରୁଜୁ ହୋଇଛି। ପୁଲିସ ଏବେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ଏବଂ ମନ୍ତ୍ରୀଙ୍କ ଅଫିସ୍ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।