କୋଭିଡ୍‌ର ତୃତୀୟ ଲହର ଗାଏବ୍‌ ! କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ୍‌ର ତୃତୀୟ ଲହର ଭୟାବହତାକୁ ନେଇ ଯେଉଁ ପରିମାଣରେ ଆକଳନ କରାଯାଇଥିଲା ସେମିତି କିଛି ସଙ୍କେତ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ଥିବା ବ୍ୟବଧାନକୁ ହିସାବକୁ ନେଇ ଏଭଳି ଆକଳନ କରିଛନ୍ତି ବିଶେଷଜ୍ଞ। ପୂର୍ବରୁ କେତେକ ଡାକ୍ତର ଓ ଭାଇରୋଲୋଜିଷ୍ଟ ଅକ୍ଟୋବର ଓ ନଭେମ୍ବରରେ ସମ୍ଭାବ୍ୟ ତୃତୀୟ ଲହର ନେଇ ସତର୍କ କରାଥିଲେ। ତେବେ ମହାମାରୀ କୋଭିଡ୍‌ ଦୁର୍ବଳ ହେଉଥିବାରୁ ଆଗକୁ ସେମିତି କିଛି ସଙ୍କେତ ନାହିଁ […]

Covid19

Tapas Behera
  • Published: Monday, 18 October 2021
  • , Updated: 18 October 2021, 05:26 PM IST

ନୂଆଦିଲ୍ଲୀ: କୋଭିଡ୍‌ର ତୃତୀୟ ଲହର ଭୟାବହତାକୁ ନେଇ ଯେଉଁ ପରିମାଣରେ ଆକଳନ କରାଯାଇଥିଲା ସେମିତି କିଛି ସଙ୍କେତ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ଥିବା ବ୍ୟବଧାନକୁ ହିସାବକୁ ନେଇ ଏଭଳି ଆକଳନ କରିଛନ୍ତି ବିଶେଷଜ୍ଞ। ପୂର୍ବରୁ କେତେକ ଡାକ୍ତର ଓ ଭାଇରୋଲୋଜିଷ୍ଟ ଅକ୍ଟୋବର ଓ ନଭେମ୍ବରରେ ସମ୍ଭାବ୍ୟ ତୃତୀୟ ଲହର ନେଇ ସତର୍କ କରାଥିଲେ। ତେବେ ମହାମାରୀ କୋଭିଡ୍‌ ଦୁର୍ବଳ ହେଉଥିବାରୁ ଆଗକୁ ସେମିତି କିଛି ସଙ୍କେତ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସେମାନେ କହିଛନ୍ତି ଯେ, ଜେନୋମିକ୍ କ୍ରମ ଏବଂ ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ କରାଯାଇଥିବା ଅନ୍ୟାନ୍ୟ ଅଧ୍ୟୟନରୁ ଭାଇରସ ମ୍ୟୁଟିଂ ବା ନୂଆ ଭ୍ୟରିଆଣ୍ଟର ଆବିର୍ଭାବ ନେଇ ସଙ୍କେତ ମିଳି ନାହିଁ। କିନ୍ତୁ ଇନଫେକ୍ସନ ମାତ୍ରା ମାଇଲଡ୍‌ ରହିବ ବୋଲି କୁହାଯାଇଛି।

କୋଭିଡ୍‌ ବିହେଭିୟରକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ସୁଦ୍ଧା ଦେଶର ସବୁ ନାଗରିକ ଟିକାକରଣ ହେବା ଜରୁରୀ ବୋଲି ବିଷେଶଜ୍ଞମାନେ କହିଛନ୍ତି।  ଜେନୋମିକ୍ ସିକ୍ୱେନ୍ସିଂ ଠିକ୍‌ ଭାବେ କରାଯାଉଛି ଏବଂ ୧୦ ପ୍ରତିଶତ ପଜିଟିଭ ନମୁନା ପ୍ରତିଦିନ ଅଧ୍ୟୟନ କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ କମିଶନର ରଣଦୀପ ଡି କହିଛନ୍ତି। ଏହାରି ଭିତରେ ଭାଇରସର ନୂତନ ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ କମିଶନର କହିଛନ୍ତି। ଏହା ଏକ ଖୁସର କଥା ବୋଲି ସେ କହିଛନ୍ତି।

Related story