Advertisment

ମାଟିରେ ମିଶିଲା ଟ୍ୱିନ୍‌ ଟାୱାର୍‌, ମାତ୍ର ୯ ସେକେଣ୍ଡରେ ହେଲା ଧୂଳିସାତ୍‌

ନୂଆଦିଲ୍ଲୀ: ସାଏରନ୍‌, ବିସ୍ଫୋରଣ ଆଉ ଧୂଆଁ। ମାଟିରେ ମିଶିଲା ବିବାଦୀୟ ଟ୍ୱିନ୍‌ ଟାୱାର୍‌। ନିମିଷେକରେ ହେଲା ଧୂଳିସାତ୍‌। ୩୦୦ କୋଟି ଟଙ୍କାର ଏହି ଟ୍ୱିନ୍‌ ଟାୱାର୍‌ ମାତ୍ର ୯ ସେକେଣ୍ଡରେ ଦେଖୁ ଦେଖୁ ହୋଇଗଲା ଧ୍ୱଂସ। ସାଇରନ୍‌ ବାଜିବା ପରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ଟ୍ୱିନ୍‌ ଟାୱାର୍‌। ଟ୍ୱିନ୍ ଟାୱାରର ଧ୍ୱଂସ ହେବା ପରେ ଧୂଳିର ଏକ ବିରାଟ ବାଦଲ ପୂରା ପରିବେଶରେ ଖେଳିଯାଇଛି। କୁହାଯାଉଛି […]

ଅଦ୍ୟତନ ହୋଇଛି
ମାଟିରେ ମିଶିଲା ଟ୍ୱିନ୍‌ ଟାୱାର୍‌, ମାତ୍ର ୯ ସେକେଣ୍ଡରେ ହେଲା ଧୂଳିସାତ୍‌

Twin Tower Demolition

Advertisment

ନୂଆଦିଲ୍ଲୀ: ସାଏରନ୍‌, ବିସ୍ଫୋରଣ ଆଉ ଧୂଆଁ। ମାଟିରେ ମିଶିଲା ବିବାଦୀୟ ଟ୍ୱିନ୍‌ ଟାୱାର୍‌। ନିମିଷେକରେ ହେଲା ଧୂଳିସାତ୍‌। ୩୦୦ କୋଟି ଟଙ୍କାର ଏହି ଟ୍ୱିନ୍‌ ଟାୱାର୍‌ ମାତ୍ର ୯ ସେକେଣ୍ଡରେ ଦେଖୁ ଦେଖୁ ହୋଇଗଲା ଧ୍ୱଂସ। ସାଇରନ୍‌ ବାଜିବା ପରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ଟ୍ୱିନ୍‌ ଟାୱାର୍‌।

Advertisment

ଟ୍ୱିନ୍ ଟାୱାରର ଧ୍ୱଂସ ହେବା ପରେ ଧୂଳିର ଏକ ବିରାଟ ବାଦଲ ପୂରା ପରିବେଶରେ ଖେଳିଯାଇଛି। କୁହାଯାଉଛି ଯେ ଧୂଳିର ଆସ୍ତରଣ ପ୍ରାୟ ଦୁଇ ଘଣ୍ଟା ବାୟୁରେ ରହିବ। ବିଲ୍ଡିଂକୁ ବିସ୍ଫୋରଣ କରିବା ପୂର୍ବରୁ ଆଖପାଖର ଲୋକଙ୍କୁ ହଟାଇ ଦିଆଯାଇଛି। ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନୋଟି ହସ୍ପିଟାଲକୁ ଆଲର୍ଟ କରାଯାଇଛି।

ବିସ୍ଫୋରଣ ହୋଇଥିବା ଜୋନ୍‌ରେ ୫୬୦ ପୁଲିସ କର୍ମଚାରୀ, ୧୦୦ ଜଣ ରିଜର୍ଭ ଫୋର୍ସ ଏବଂ ୪ ଟି କ୍ୱିକ୍‌ ରିସ୍ପନ୍ସ ଟିମ୍‌ ସମେତ NDRF ଦଳ ନିୟୋଜିତ ହୋଇଛି। ଉଭୟ ଟାୱାର କୁତୁବ୍ ମୀନାରଠାରୁ ମଧ୍ୟ ଉଚ୍ଚ ଥିଲା। ଏହି ଟ୍ୱିନ୍‌ ଟାୱାର୍‌କୁ 'ୱାଟରଫଲ୍‌ ଇମ୍ପ୍ଲୋଜନ' ଟେକ୍‌ନିକ୍‌ ବ୍ୟବହାର କରି ଭଙ୍ଗା ଯାଇଛି।

Advertisment

ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଛି। କେବଳ ଲୋକେ ନୁହନ୍ତି ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି। ଅନେକ ଏନଜିଓର କର୍ମକର୍ତ୍ତାମାନେ ଏହି ଅଞ୍ଚଳର କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରିଛନ୍ତି।

ଏହି ଟାୱାର ପାଇଁ ବିସ୍ଫୋରକ ଯୋଗାଇଥିବା କମ୍ପାନୀ ହରିୟାଣାର। ସେହି କମ୍ପାନୀର ଚେତନ ଦତଙ୍କ ହାତରେ ବିସ୍ଫୋରଣ କାମ ଶେଷ ହୋଇଛି। ସେ ଗ୍ରୀନ୍ ବଟନକୁ ଦବାଇ ଟାୱାର୍‌କୁ ଉଡାଇ ଦେଇଛନ୍ତି। ବିସ୍ଫୋରଣ ପରେ ଏଥିରୁ ୩୫ ହଜାର ଟନ୍‌ ଯାଏଁ ଆବର୍ଜନା ବାହାରିବ। ଯାହାକୁ ସଫା କରିବାକୁ ଅତି କମରେ ୩ ମାସ ସମୟ ଲାଗିବ।

ଆଖପାଖ ଅଞ୍ଚଳରେ ଧୂଳି ଓ କଙ୍କ୍ରିଟ ଗୁଣ୍ଡକୁ ଦୂର କରିବା ପାଇଁ ୧୦୦ଟି ପାଣି ଟ୍ୟାଙ୍କରକୁ ନିୟୋଜିତ କରାଯାଇଛି। ଏଥିସହ ୧୫ଟି ଆଣ୍ଟି ସ୍ମଗ ଗନ୍‌, ୬ଟି ମେକାନିକଲ ସ୍ପିପିଂ ମେସିନ୍‌, ପ୍ରାୟ ୨୦୦ ଜଣ ସଫେତ କର୍ମଚାରୀ ଓ ୨୦ଟି ଟ୍ରାକ୍ଟର ନିୟୋଜି କରାଯାଇଛି। କେବଳ ସେତିକି ନୁହେଁ ବିଲ୍ଡିଂ ଧ୍ୱଂସ ପରେ ଆଖପାଖରେ ଥିବା ଗଛରେ ଜମିଥିବା ଧୂଳିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଉଦ୍ୟାନ କୃଷି ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆସନ୍ତା କିଛି ଦିନ ପାଇଁ ଆଖପାଖ ଅଞ୍ଚଳରେ ପାଣି ସିଞ୍ଚନ ଜାରି ରଖାଯିବ ବୋଲି ସୂଚନା ମିଳିଛି।

ସେପଟେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି। ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ। ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ଟ୍ୱିନ୍‌ ଟାୱାର୍‌କୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଉଛି। ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି । ଗୋଟିଏ ମାସ କେବଳ ପ୍ଲାନିଂ କରାଯାଇଥିଲା। ଆଉ ୬ ମାସ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟ କାମ କରାଯାଇଛି।

ଏହି ଟ୍ୱିନ୍ ଟାୱାରକୁ ନିର୍ମାଣ କରିଥିବା କମ୍ପାନୀ ହେଉଛି ସୁପରଟେକ୍ କମ୍ପାନୀ। ଯାହାର ମାଲିକ ହେଉଛନ୍ତି ଆରକେ ଅରୋଡା। ତେବେ ଆରକେ ଅରୋଡା ହେଉଛନ୍ତି ୩୪ଟି କମ୍ପାନୀର ମାଲିକ। ସିଭିଲ ଏଭିଏସନ୍ ସହ କନସଲଟାନ୍ସି, ବ୍ରୋକିଙ୍ଗ୍, ଫିଲ୍ମସ, ହାଉସିଂ ଆଦି ଜଗତରେ ମଧ୍ୟ ସେ ନିଜର ପରିଚିତ ହାସଲ କରିଛନ୍ତି। ୧୯୯୫ ମସିହାରେ ଆରକେ ଅରୋଡା ଏହି କମ୍ପାନୀର ଆରମ୍ଭ କରିଥିଲେ।

https://twitter.com/ANI/status/1563814230070947840?s=20&t=UDL3qyNhcHMaAi0TAPy1Rg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe