ରାହୁଲ ଗାନ୍ଧି କ’ଣ ଦିବ୍ୟ ଅଧିକାର ପାଇଛନ୍ତି: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲଗାନ୍ଧିଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର। ଲମ୍ବା ସମୟ ଧରି ନେତୃତ୍ୱକୁ ଜାବୁଡ଼ି ଧରିଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇଛନ୍ତି ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କହିଛନ୍ତି ଯେ, ଦୃଢ଼ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ରହିଛି। କିନ୍ତୁ ନେତୃତ୍ୱ ଜାହିରି କରିବାର ଦିବ୍ୟଶକ୍ତି ଅଧିକାର କାହା ପାଖରେ ରହିବା ଉଚିତ ନୁହେଁ ବୋଲି ପ୍ରଶାନ୍ତ କହିଛନ୍ତି। ଦଳକୁ  ପୁନଃରୁଦ୍ଧାର ସମ୍ପର୍କରେ  ପ୍ରଶାନ୍ତ କିଶୋର […]

thm

Tapas Behera
  • Published: Thursday, 02 December 2021
  • , Updated: 02 December 2021, 06:01 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲଗାନ୍ଧିଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର। ଲମ୍ବା ସମୟ ଧରି ନେତୃତ୍ୱକୁ ଜାବୁଡ଼ି ଧରିଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇଛନ୍ତି ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କହିଛନ୍ତି ଯେ, ଦୃଢ଼ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ରହିଛି। କିନ୍ତୁ ନେତୃତ୍ୱ ଜାହିରି କରିବାର ଦିବ୍ୟଶକ୍ତି ଅଧିକାର କାହା ପାଖରେ ରହିବା ଉଚିତ ନୁହେଁ ବୋଲି ପ୍ରଶାନ୍ତ କହିଛନ୍ତି। ଦଳକୁ  ପୁନଃରୁଦ୍ଧାର ସମ୍ପର୍କରେ  ପ୍ରଶାନ୍ତ କିଶୋର କିଛି ମାସ ପୂର୍ବେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତାହା ଫଳପ୍ରଦ ହୋଇପାରି ନଥିବା କୁହାଯାଉଛି।

ତେବେ ଗତକାଲି ମୁମ୍ବାଇରେ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିବା ପରେ ଆଜି ସ୍ୱର ମିଶାଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି ଯେ, ଶକ୍ତ ବିରୋଧୀ ଦଳ ପାଇଁ କଂଗ୍ରେସର ଏକ ବଡ଼ ଭୂମିକା ରହିଛି।  କିନ୍ତୁ ଦଳରେ ଜଣକ ହାତରେ ଲମ୍ବା ସମୟ ଧରି ନେତୃତ୍ୱ ରହିବା ଉଚିତ୍ ନୁହେଁ। ଏହାକୁ ଏକ  ଦିବ୍ୟଶକ୍ତି ଅଧିକାର ଭାବିବା ଅନୁଚିତ ବୋଲି ସେ କହିଛନ୍ତି । କାରଣ ଗତ ୧୦ ବର୍ଷରେ କଂଗ୍ରେସ  ୯୦ ପ୍ରତିଶତରୁ ଅଧିକ ନିର୍ବାଚନ ହାରିସାରିଛି। ତେଣୁ ଗଣତାନ୍ତ୍ରିକ ଉପାୟରେ ବିରୋଧୀ ଦଳର ନେତା ଚୟନ କରାଯାଉ ବୋଲି ସେ କହିଛନ୍ତି। ଏନେଇ ଟ୍ୱଟ୍‌ କରିଛନ୍ତି ପ୍ରଶାନ୍ତ କିଶୋର।  ୨୦୧୯ରେ ପରାଜୟ ପରେ

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି।  ଯଦିଓ ଏବେ ତାଙ୍କ ବଦଳରେ ତାଙ୍କ ମା’ ସୋନିଆ ଗାନ୍ଧି  ଅଧ୍ୟକ୍ଷପଦ ରେ ଅଛନ୍ତି ତଥାପି କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ  ଉଠାଇଛନ୍ତି । ଗତକାଲି ମମତା କଂଗ୍ରେସ ନେତତୃତ୍ୱଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇବା ସହ ଉପା ଆଉ ନାହିଁ ବୋଲି କହିଛନ୍ତି।

ଗତ ଏପ୍ରିଲ-ମେ ବେଙ୍ଗଲ ନିର୍ବାଚନରେ ​​ମମତାଙ୍କ ବିଜୟ ପଛର ନାୟକ କୁହାଯାଉଥିବା ପ୍ରଶାନ୍ତ ଇତି ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ଭେଟି କଂଗ୍ରେସକୁ ସଜାଡ଼ିବାର ପ୍ରସ୍ତାବ ଦେଥିଲ । ୨୦୨୪ରେ କଂଗ୍ରେସ ହିଁ ବିଜେପିକୁ ଟକ୍କର ଦେଇପାରିବ ବୋଲି ପ୍ରଶାନ୍ତ ବିଶ୍ୱାସ କରନ୍ତି।  କିନ୍ତୁ ଆଲୋଚନା ଫଳପ୍ରଦ ହୋଇ ପାରିନଥିବା କୁହାଯାଉଛି।

Related story