କଂଗ୍ରେସ ସହ ସମ୍ପର୍କ ତୁଟାଇଲେ, ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଲେ କ୍ୟାପ୍ଟେନ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲେ। ଦିଲ୍ଲୀରୁ ଚଣ୍ଡିଗଡ଼ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିବା ଘୋଷଣା କରିଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ସେ କଂଗ୍ରେସ ସହ ରହିଥିଲେ। ହେଲେ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ସେ ଆଜି ଏପରି ଚରମପ ପଦକ୍ଷେପ ନେଇଥିବା ପରୋକ୍ଷରେ ସମସ୍ତଙ୍କୁ କହିଛନ୍ତି। କଂଗ୍ରେସ ସହ କ୍ୟାପ୍ଟେନ ସମ୍ପର୍କଚ୍ଛିନ୍ନ କରିଥିବା ବେଳେ […]

amrindra

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 08:02 PM IST

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲେ। ଦିଲ୍ଲୀରୁ ଚଣ୍ଡିଗଡ଼ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିବା ଘୋଷଣା କରିଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ସେ କଂଗ୍ରେସ ସହ ରହିଥିଲେ।

ହେଲେ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ସେ ଆଜି ଏପରି ଚରମପ ପଦକ୍ଷେପ ନେଇଥିବା ପରୋକ୍ଷରେ ସମସ୍ତଙ୍କୁ କହିଛନ୍ତି। କଂଗ୍ରେସ ସହ କ୍ୟାପ୍ଟେନ ସମ୍ପର୍କଚ୍ଛିନ୍ନ କରିଥିବା ବେଳେ ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ସିଦ୍ଧୁ କେବେ ହେଲେ ପଞ୍ଜାବରେ ଜିତି ପାରିବେ ନାହିଁ ବୋଲି ଆଜି ଅମରିନ୍ଦର କହିଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ମୁଁ ଆଜି କଂଗ୍ରେସ ଛାଡ଼ୁଛି। ଅମିତ ଶାହଙ୍କ ସହ ମୋର ଆଲୋଚନା କୌଣସି ପ୍ରକାରର ରାଜନୀତିକ ଅଭିସନ୍ଧି ପାଇଁ ହୋଇ ନଥିଲା। ମୁଁ ସୁରକ୍ଷା ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଛି। ଅଜିତ ଡୋଭାଲଙ୍କ ସହ ପାକ୍‌ ସୀମାରୁ ପଞ୍ଜାବରେ ଉଡ଼ୁଥିବା ଡ୍ରୋନ ସମ୍ପର୍କରେ ଆଲୋଚନା କରିଛି। ଦେଶର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିବାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଦେବା ସମ୍ଭବ ନୁହେଁ।”

ସେ କଂଗ୍ରେସ ଛାଡ଼ିଥିଲେ ମଧ୍ୟ ବିଜେପିରେ ଯୋଗଦେବେ ନାହିଁ ବୋଲି ପୁଣିଥରେ ଦୋହରାଇଛନ୍ତି। ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନେବେ, ସେ ବିଷୟରେ ଖୁବଶୀଘ୍ର ଅମରିନ୍ଦର ନିଜେ ଘୋଷଣା କରିବେ ବୋଲି କହିଛନ୍ତି। ଫ୍ଲୋର ଟେଷ୍ଟ ସମ୍ପର୍କରେ ତାଙ୍କ କ୍ୟାମ୍ପ ଦାବି କରିଥିଲା। ଏ ସମ୍ପର୍କରେ କ୍ୟାପ୍ଟେନ କହିଛନ୍ତି, “ବାଚସ୍ପତି ଗୃହରେ ଫ୍ଲୋର ଟେଷ୍ଟ ହେବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଅଧିକାରକୁ ଦଖଲ କରିବାକୁ ଚାହୁଁଛନ୍ତି।”

ସିଦ୍ଧୁଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ମୁଁ ପୂର୍ବରୁ ଆପଣମାନଙ୍କୁ କହି ସାରିଛି ଯେ ସିଦ୍ଧୁ ପଞ୍ଜାବ ପାଇଁ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ଯଦି ସେ ରାଜ୍ୟରେ ନିର୍ବାଚନ ଲଢ଼ିବେ, ତା’ହେଲେ ମୁଁ ତାଙ୍କୁ ଜିତିବାକୁ ଦେବିନାହିଁ। ସେ କେଉଁ ସ୍ଥାନରୁ ବି ଜିତି ପାରିବେ ନାହିଁ। ମୋ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପଞ୍ଜାବ କଂଗ୍ରେସରେ ମୁଖ୍ୟ ଭାବେ ନେତାମାନେ କାର୍ଯ୍ୟ କରିଛନ୍ତି। ହେଲେ ସିଦ୍ଧୁ ଯାହା କଲେ, ପୂର୍ବରୁ କେହି ବି କରି ନଥିଲେ।”

ଏହାପୂର୍ବରୁ ଅମରିନ୍ଦର ସିଂହ ନିଜ ଟ୍ୱିଟର ଆକାଉଣ୍ଟର ବାୟୋରୁ କଂଗ୍ରେସ ଟ୍ୟାଗକୁ ହଟାଇ ଦେଇଥିଲେ। ତେବେ ସେ ପଞ୍ଜାବ ପାଇଁ କାର୍ଯ୍ୟ କରିବା ଜାରି ରଖିବେ ବୋଲି କହିଥିଲେ।

Related story