ଜ୍ଞାନବାପୀ ମସଜିଦ୍‌ ମାମଲା, ୟୁ-ଟର୍ଣ୍ଣ ନେଲା ହିନ୍ଦୁ ପକ୍ଷ

ବାରାଣସି: ବାରାଣସିରେ ଜ୍ଞାନବାପୀ ମସଜିଦ୍‌କୁ ନେଇ ବାବାଦ ସୃଷ୍ଟି ହୋଇଥିବା ବେଳେ ହଠାତ୍ ମାମଲା ଭିନ୍ନ ମୋଡ଼ ନେଇଛି। ମସଜିଦ୍‌ କମ୍ପ୍ଲେକ୍ସରେ ଶିବଲିଙ୍ଗ ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ଥିବା ଦାବି କରି ସେ ବିଷୟରେ ତଥ୍ୟ ପଦାକୁ ଆଣିବାକୁ ଚାହୁଁଥିବା  ହିନ୍ଦୁ ସଙ୍ଗଠନ ହଠାତ୍‌ ମତ ବଦଳାଇଛି। ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରୁ ସର୍ବେକ୍ଷେଣ ବେଳେ ସେଠାରୁ ଉତ୍ତୋଳନ ହୋଇଥିବା  ଭିଡିଓ କଣ୍ଟେଣ୍ଟ ଓ ଫଟୋକୁ ସାର୍ବଜନୀନ ନକରିବାକୁ ବିଶ୍ୱ ବୈଦିକ ସନାତନ ସଙ୍ଗଠନ(ବିଏସଏସ)ର ମୁଖ୍ୟ ଜିତେନ୍ଦ୍ର […]

Gyanvapi-mosque

Tapas Behera
  • Published: Friday, 27 May 2022
  • , Updated: 27 May 2022, 04:05 PM IST

ବାରାଣସି: ବାରାଣସିରେ ଜ୍ଞାନବାପୀ ମସଜିଦ୍‌କୁ ନେଇ ବାବାଦ ସୃଷ୍ଟି ହୋଇଥିବା ବେଳେ ହଠାତ୍ ମାମଲା ଭିନ୍ନ ମୋଡ଼ ନେଇଛି। ମସଜିଦ୍‌ କମ୍ପ୍ଲେକ୍ସରେ ଶିବଲିଙ୍ଗ ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ଥିବା ଦାବି କରି ସେ ବିଷୟରେ ତଥ୍ୟ ପଦାକୁ ଆଣିବାକୁ ଚାହୁଁଥିବା  ହିନ୍ଦୁ ସଙ୍ଗଠନ ହଠାତ୍‌ ମତ ବଦଳାଇଛି। ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରୁ ସର୍ବେକ୍ଷେଣ ବେଳେ ସେଠାରୁ ଉତ୍ତୋଳନ ହୋଇଥିବା  ଭିଡିଓ କଣ୍ଟେଣ୍ଟ ଓ ଫଟୋକୁ ସାର୍ବଜନୀନ ନକରିବାକୁ ବିଶ୍ୱ ବୈଦିକ ସନାତନ ସଙ୍ଗଠନ(ବିଏସଏସ)ର ମୁଖ୍ୟ ଜିତେନ୍ଦ୍ର ସିଂହ ଭିଷେଣ ଦାବି କରିଛନ୍ତି। ଜାତୀୟ ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବକୁ ଦୃଷ୍ଟିରେ ଦୃଷ୍ଟିରେ ସେ ଏଭଳି ଦାବି କରିଛନ୍ତି। ଜିତେନ୍ଦ୍ର ସିଂହ ହେଉଛନ୍ତି କାଶୀ ବିଶ୍ୱନାଥ-ଜ୍ଞାନବାପୀ  କମ୍ପ୍ଲେକ୍ସ ମାମଲାର ହିନ୍ଦୁ ସଙ୍ଗଠନ ପକ୍ଷରୁ ଅନ୍ୟତମ ପକ୍ଷ।  ଏ ସମ୍ପର୍କରେ ବାରାଣସିର ଜିଲ୍ଲା ଜଜ୍‌ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଜିତେନ୍ଦ୍ର ସିଂହ।

ଏହି ଚିଠିରେ ସେ ଲେଖିଛନ୍ତି ଯେ, ବାରାଣସିର ସିନିର ଡିଭିଜନ୍‌ ସଭିଲ ଜଜ୍‌ଙ୍କ ନିର୍ଦ୍ଦେଶରେ ଜ୍ଞାନବାପୀ ମସଜିଦ୍‌ରେ ଭିଡିଓ ସର୍ଭେହ କରାଯାଥିଲା। ଏ ବାବାଦରେ ତଥ୍ୟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି।  କିନ୍ତୁ ଜାତୀୟ ସୁରକ୍ଷା ଏବଂ ସାମ୍ପ୍ରାଦାୟିକ ସଦ୍‌ ଭାବ ଦୃଷ୍ଟିରୁ ଏହି ସବୁ  ତଥ୍ୟ ପ୍ରଘଟ ହେବା ଅନୁଚିତ୍‌। ଭିଷେଣ କହିଛନ୍ତି ଯେ, ଏହା ଦ୍ୱାରା କିଛି ଦେଶ ବିରୋଧୀ ତତ୍ତ୍ୱ ଏହି ସବୁ ଉପାଦାନକୁ ନେଇ ରାଜନୀତି କରିବା ସହ ସାମ୍ପ୍ରଦୟିକ ବିଭେଦ ସଷ୍ଟି କରିବେ।

ଫଳରେ ଦେଶରେ ଅଶାନ୍ତି ସୃଷ୍ଟି ହେବ। ଏହା ପୂର୍ବରୁ  ମୁସଲିମ ପକ୍ଷ କୋର୍ଟଙ୍କୁ କହିଥିଲେ ଯେ,.ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ବାହାରିବା ଖବର ଏକ ଗୁଜବ। ଏହି ବିଭ୍ରାନ୍ତିକର ଖବର ପ୍ରଚାର ହେଉଥିବାରୁ ଏହା ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି।  ବାରାଣସି କୋର୍ଟରେ ଏହି ମତ ରଖିଛି ମସଜିଦ୍‌ କମିଟି। ହିନ୍ଦୁ ପକ୍ଷ  କରିଥିବା ଦାବିକୁ ଚାଲେଞ୍ଚ କରିଛି  ମୁସଲିମ ପକ୍ଷ। ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ଥିବା କେବଳ ଅଭିଯୋଗ ହେଉଛି। ଏହା କିନ୍ତୁ ପ୍ରମାଣିତ ହୋଇ ନାହିଁ। ଏହା କେବଳ ଏକ ଗୁଜବ। ଏହା ଦ୍ୱାରା ସାଧାରଣରେ ଅଶାନ୍ତି ଏବଂ ଘୃଣାଭାବ ବ୍ୟାପୁଛି। ଏହା ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରାଯାଉଛି।

Related story