ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଲକ୍ଷ୍ନୌ: ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କୁ ଲକ୍ଷ୍ନୌରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା, ଅମ୍ଳଜାନ ସ୍ତର ହ୍ରାସ ଏବଂ ପରିସ୍ରା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅଯୋଧ୍ୟାରେ ଏକ ଡାକ୍ତରୀ ଟିମ୍‌ ରବିବାର ସକାଳେ ମହନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲା। ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ […]

670

Tapas Behera
  • Published: Sunday, 03 October 2021
  • , Updated: 04 October 2021, 11:58 AM IST

ଲକ୍ଷ୍ନୌ: ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କୁ ଲକ୍ଷ୍ନୌରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା, ଅମ୍ଳଜାନ ସ୍ତର ହ୍ରାସ ଏବଂ ପରିସ୍ରା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

ଅଯୋଧ୍ୟାରେ ଏକ ଡାକ୍ତରୀ ଟିମ୍‌ ରବିବାର ସକାଳେ ମହନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲା। ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ।  ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ମହନ୍ତଙ୍କୁ ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୩ ବର୍ଷୀୟ ନୃତ୍ୟ ଗୋପାଳଦାସ  ଗତ ବର୍ଷ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ  ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ସର୍ବସାଧାରଣ କାର୍ଯ୍ୟରୁ ଦୂରେଇ ରହି ତାଙ୍କ ବାସଭବନରେ ଏକାକି ରହିଆସୁଥିଲେ।

Related story