ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି, ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଛନ୍ତି। ରାଜ୍ୟଗୁଡ଼ିକ […]

Nupur-sharma

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 04:00 PM IST

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଛନ୍ତି।

ରାଜ୍ୟଗୁଡ଼ିକ ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ଶୁଣାଣି ନ ହେବା ଯାଏ ନୂପୁର ଶର୍ମା ଗିରଫ ହୋଇପାରିବେ ନାହିଁ। ତାଙ୍କ ନାଁରେ ମୋଟ ୯ଟି ଏଫଆଇଆର ବିଭିନ୍ନ ରାଜ୍ୟରେ ରୁଜୁ ହୋଇଛି। ଏଗୁଡ଼ିକ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଏବେ ଏହାର ଶୁଣାଣି ଅଗଷ୍ଟ ୧୦ରେ କରିବେ।

ସୁପ୍ରିମକୋର୍ଟ ଆଜି ଆବେଦନର ଶୁଣାଣି କରି ଦିଲ୍ଲୀ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକା, ଉତ୍ତର ପ୍ରଦେଶ, ଜମ୍ମ-କଶ୍ମୀର ଓ ଆସାମ ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି। ନୂପୁର ଶର୍ମା ନିୟମିତ ଭାବେ ହତ୍ୟା ଧମକ ପାଉଛନ୍ତି। ତେଣୁ ସେ ଅନ୍ୟ ଆଇନଗତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଉ ବୋଲି ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହା ଶୁଣାଣିବା ପରେ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି।

ଜୁଲାଇ ୧ରେ ମଧ୍ୟ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କ ଆବେଦନ ଶୁଣାଣି କରିଥିଲେ। ନୂପୁର ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫଆଇଆରକୁ ଏକାଠି କରି ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ତେବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପରଡିୱାଲଙ୍କ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏଥିସହ ନୂପୁର ଶର୍ମାଙ୍କୁ ବିବାଦୀୟ ବୟାନ ପାଇଁ ମନଇଚ୍ଛା ସମାଲୋଚନା କରିଥିଲେ।

ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିବା ପରେ ନୂପୁର ଶର୍ମା ନୂଆ ଭେଳିକି ଦେଖାଇଥିଲେ। ସମାଲୋଚନା ପରେ କୁଆଡ଼େ ତାଙ୍କୁ ଆହୁରି ଅନେକ ହତ୍ୟା ଧମକ ମିଳିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ସେ ସୁପ୍ରିମକୋର୍ଟରେ ପୁଣି ଆବେଦନ କରିଥିଲେ। ଆଜି କୋର୍ଟ ଏହାକୁ ଗ୍ରହଣ କରି ତାଙ୍କୁ ଅଗଷ୍ଟ ୧୦ ତାରିଖ ଯାଏ ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story