ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ପେଟ୍ରୋଲ୍ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଏହା ସହିତ ଲଗାତାର ୨୧ ଦିନ ହେଲା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ଚାଲିଛି। ଏହି ୨୧ ଦିନରେ ଡିଜେଲ୍ ଲିଟର ପିଛା ୧୧ ଟଙ୍କା ବଢ଼ିଥିବା ବେଳେ ପେଟ୍ରୋଲ୍ ୯.୧୨ ଟଙ୍କା ବୃଦ୍ଧି ପାଇଛି।
ପୁଣି ଦାମ୍ ବଢ଼ିବା ଯୋଗୁ ଦିଲ୍ଲୀରେ ପେଟ୍ରୋଲ୍ର ଲିଟର ପିଛା ଦର ୮୦ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ଦର ୮୦ଟଙ୍କା ୪୦ ପଇସା ହୋଇଛି।
ମୁମ୍ବାଇରେ ପେଟ୍ରୋଲ ଦର ୮୭ ଟଙ୍କା ୧୪ ପଇସା ହୋଇଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୭୧ ପଇସା ହୋଇଛି।
ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି ଯଥାକ୍ରମେ ୮୩.୫୯ ଓ ୮୨.୦୫ ଟଙ୍କା ହୋଇଛି। ସେହିପରି ଏହି ଦୁଇ ସ୍ଥାନରେ ଡିଜେଲ୍ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।
National
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
National
ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍ ବାହାରେ ବିସ୍ଫୋରଣ
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନାଇଟ୍ କ୍ଲବ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।
National
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ
ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।