ଚିହ୍ନଟ ହେଲେ ଆଉ ୨ 'ଓମିକ୍ରନ୍‌' ଆକ୍ରାନ୍ତ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଭାରତରେ ଧୀରେ ଧୀରେ ବିସ୍ତାର କରିଲାଣି ନିଜ କାୟା। ଏବେ ପୁଣିଥରେ ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଚଣ୍ଡିଗଡ ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଲଖାଏଁ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଜଣ ବ୍ୟକ୍ତି ଇଟାଲୀ ଏବଂ ଆୟରଲ୍ୟାଣ୍ଡରୁ ଆସିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା […]

Corona

Madhupriya Mistry
  • Published: Sunday, 12 December 2021
  • , Updated: 12 December 2021, 02:45 PM IST

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଭାରତରେ ଧୀରେ ଧୀରେ ବିସ୍ତାର କରିଲାଣି ନିଜ କାୟା। ଏବେ ପୁଣିଥରେ ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଛି।

ଚଣ୍ଡିଗଡ ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଲଖାଏଁ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଜଣ ବ୍ୟକ୍ତି ଇଟାଲୀ ଏବଂ ଆୟରଲ୍ୟାଣ୍ଡରୁ ଆସିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ୩୫ରେ ପହଞ୍ଚିଛି।

ସୂଚନା ମୁତାବକ, କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଅନ୍ୟ ଭାରିଏଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ବର୍ତ୍ତମାନ ଯାଏଁ ଏହି ଭାରିଏଣ୍ଟ ଅତିକମ୍‌ରେ ବିଶ୍ୱର ୫୯ଟି ଦେଶକୁ ବ୍ୟାପିସାରିଲଣି। ଏହାକୁ ରୋକିବା ପାଇଁ  ଦେଶଗୁଡିକ ନୂଆ ନୂଆ ପ୍ରତିବନ୍ଧକ ଲଗାଇବା ପୁଣି ଆରମ୍ଭ କରିଦେଇଛନ୍ତି।

ମାସ୍କ ବ୍ୟବହାର ନକରିବା ଏବଂ ଟୀକାକରଣରେ ଅବହେଳାକୁ ନେଇ ସରକାର ଚେତାବନୀ ଦେଇଛନ୍ତି। ତିନୋଟି ରାଜ୍ୟର ଆଠଟି ଜିଲ୍ଲା ପ୍ରତି ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ନୂତନ ମାମଲାଗୁଡ଼ିକର କ୍ଲଷ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନେବାକୁ କହିଛନ୍ତି। ଏହି ତିନୋଟି ରାଜ୍ୟର ଆଠଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ଦଶ ପ୍ରତିଶତରୁ ଅଧିକ। ଏଥି ସହିତ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ କରୋନାର ଏହି ନୂତନ ଭାରିଏଣ୍ଟକୁ ନେଇ ପୂର୍ବରୁ ଚିନ୍ତା ପ୍ରକଟ କରିସାରିଛି।

Related story