ନମାଜ ପାଠ ପାଇଁ ଜାଗା ଦେଲା ଗୁରୁଦ୍ୱାର ସଂଘ

ନୂଆଦିଲ୍ଲୀ: ସର୍ବସାଧାରଣ ଏବଂ ଖୋଲା ସ୍ଥାନରେ ନମାଜ ପାଠ ଉପରେ ଆପତ୍ତି ଉଠାଇବା ପରେ ଗୁରୁଗ୍ରାମର ସଦର ବଜାରର ଗୁରୁଦ୍ୱାର ଆସୋସିଏସନ ମୁସଲିମ ସମ୍ପ୍ରଦାୟକୁ ନିଜ ପରିସରରେ ଶୁକ୍ରବାର ପ୍ରାର୍ଥନା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି।  ଶୁକ୍ରବାର ପ୍ରାର୍ଥନା କରିବାକୁ ଚାହୁଁଥିବା ମୁସଲମାନଙ୍କ ପାଇଁ ଏକ ବେସମେଣ୍ଟ ଯୋଗାଇଦେବାର ନିଷ୍ପତ୍ତି ନିଆଯାଇଛି । ଗୁରୁଙ୍କ ଘରେ ସବୁ ଧର୍ମ ସମାନ । ତେଣୁ ଏଠାରେ ଯେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ଲୋକ ଆସି ପ୍ରାର୍ଥନା […]

namaj

Tapas Behera
  • Published: Thursday, 18 November 2021
  • , Updated: 18 November 2021, 09:48 PM IST

ନୂଆଦିଲ୍ଲୀ: ସର୍ବସାଧାରଣ ଏବଂ ଖୋଲା ସ୍ଥାନରେ ନମାଜ ପାଠ ଉପରେ ଆପତ୍ତି ଉଠାଇବା ପରେ ଗୁରୁଗ୍ରାମର ସଦର ବଜାରର ଗୁରୁଦ୍ୱାର ଆସୋସିଏସନ ମୁସଲିମ ସମ୍ପ୍ରଦାୟକୁ ନିଜ ପରିସରରେ ଶୁକ୍ରବାର ପ୍ରାର୍ଥନା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି।  ଶୁକ୍ରବାର ପ୍ରାର୍ଥନା କରିବାକୁ ଚାହୁଁଥିବା ମୁସଲମାନଙ୍କ ପାଇଁ ଏକ ବେସମେଣ୍ଟ ଯୋଗାଇଦେବାର ନିଷ୍ପତ୍ତି ନିଆଯାଇଛି ।

ଗୁରୁଙ୍କ ଘରେ ସବୁ ଧର୍ମ ସମାନ । ତେଣୁ ଏଠାରେ ଯେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ଲୋକ ଆସି ପ୍ରାର୍ଥନା କରିପାରିବ ବୋଲି ସିଦ୍ଧୁ ଗୁରୁଦ୍ୱାରା ସଭାପତି ଶେର୍ଦିଲ୍ ସିଂହ  କହିଛନ୍ତି। ପୂର୍ବରୁ  ହରିୟାଣାର ଗୁରୁଗ୍ରାମ ପ୍ରଶାସନ ପକ୍ଷରୁ ସବୁ ରାସ୍ତାରେ ନମାଜ ପାଠ ନେଇ କଟକଣା ଲଗାଯାଇଥିଲା । ୩୭ଟି ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରୁ ୮ଟିରେ ନମାଜ ପାଠ ଅନୁମତିକୁ ପ୍ରତ୍ୟାହାର କରିନେଇଛି ଗୁରୁଗ୍ରାମ ପ୍ରଶାସନ। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ୮ଟି ସ୍ଥାନରେ ନମାଜ ପାଠ ନେଇ ମିଳିଥିବା ଅନୁମତି ରଦ୍ଦ କରାଯାଇଛି।

ଏନେଇ ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀଭାବେ ନୋଟିସ ଜାରି କରାଯାଇଛି। ସର୍ବସାଧାରଣରେ ନମାଜ ପାଠ ପାଇଁ  ପ୍ରଶାସନର ସହମତି ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଛି। ଏଥିସହ କୌଣସି ମସଜିଦ, ଇଦଗାହ କିମ୍ବା ଘରୋଇ ଜାଗାରେ ନମାଜ ପାଠ କରିହେବ ବୋଲି କୁହାଯାଇଛି। ଏସବୁ ଜାଗାକୁ ଛାଡ଼ି ଯଦି ଅନ୍ୟ କେଉଁଠି ନମାଜ ପାଠ ନେଇ ଅଭିଯୋଗ ଆସେ ତେବେ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇ ଥିଲା ।

Related story