ଖେଳୁଥିବା ବେଳେ ବୁଲା କୁକୁରଙ୍କ ଆକ୍ରମଣ: ଭାଇ ମୃତ, ଆଇସିୟୁରେ ଭଉଣୀ

ଲକ୍ଷ୍ନୌ: ଘର ବାହାରେ ଭାଇ ଭଉଣୀ ବେଶ ଖୁସିର ସହ ଖେଳୁଥିଲେ। କିନ୍ତୁ ହଠାତ୍‌ ଏହି ଖୁସି ପାଣି ଫୋଟକା ପରି ମିଳେଇ ଯାଇଛି। ଭାଇ ଭଉଣୀ ଖେଳୁଥିବା ବେଳେ ହଠାତ୍‌ ୨୦ରୁ ଅଧିକ ବୁଲା କୁକୁର ସେମାନଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଏଥିରେ ୮ ବର୍ଷୀୟ ଭାଇର ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷୀୟ ଭଉଣୀ ଗୁରୁତର ଅବସ୍ଥାରେ ଆଇସିୟୁରେ ରହିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ମୁସାହିବଗଞ୍ଜ ଅଞ୍ଚଳରେ ଏପରି ଦୁଃଖଦ ଘଟଣା […]

Dog

Hemant Lenka
  • Published: Thursday, 07 April 2022
  • , Updated: 07 April 2022, 01:13 PM IST

ଲକ୍ଷ୍ନୌ: ଘର ବାହାରେ ଭାଇ ଭଉଣୀ ବେଶ ଖୁସିର ସହ ଖେଳୁଥିଲେ। କିନ୍ତୁ ହଠାତ୍‌ ଏହି ଖୁସି ପାଣି ଫୋଟକା ପରି ମିଳେଇ ଯାଇଛି। ଭାଇ ଭଉଣୀ ଖେଳୁଥିବା ବେଳେ ହଠାତ୍‌ ୨୦ରୁ ଅଧିକ ବୁଲା କୁକୁର ସେମାନଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଏଥିରେ ୮ ବର୍ଷୀୟ ଭାଇର ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷୀୟ ଭଉଣୀ ଗୁରୁତର ଅବସ୍ଥାରେ ଆଇସିୟୁରେ ରହିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ମୁସାହିବଗଞ୍ଜ ଅଞ୍ଚଳରେ ଏପରି ଦୁଃଖଦ ଘଟଣା ଘଟିଛି।

ଭାଉ ଭଉଣୀ ଏକାଠି ଘର ସାମ୍ନାରେ ଖେଳୁଥିବା ବେଳେ ହଠାତ୍‌ ୨୦ରୁ ଅଧିକ ବୁଲା କୁକୁର ସେମାନଙ୍କ ପାଖକୁ ଦୌଡ଼ି ଆସି କାମୁଡ଼ିବା ଆରମ୍ଭ କରିଦେଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକ ସେଠାରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ତୁରନ୍ତ କେଜିଏମୟୁ ଟ୍ରମା ସେଣ୍ଟରୁ ନିଆଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷୀୟ ମହମ୍ମଦ ହାଇଦର ପ୍ରାଣ ହରାଇଛନ୍ତି। ତାଙ୍କର ୫ ବର୍ଷୀୟ ଭଉଣୀ ଜନତଙ୍କୁ ଗୁରତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ହାଇଦର ଓ ଜନତଙ୍କ ପରିବାର ଲୋକ କହିଛନ୍ତି, ସେମାନେ ବୁଲା କୁକୁରଙ୍କ ଦୌରାତମ୍ୟ ବିଷୟରେ ବାରମ୍ବାର ଲକ୍ଷ୍ନୌ ମ୍ୟୁନିସପାଲ କର୍ପୋରେସନ(ଏଲଏମସି)କୁ ଜଣାଇଥିଲେ। ଏଥିସହ ପ୍ରତିକାର ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏଲଏମସି ଏହାକୁ କର୍ଣ୍ଣପାତ କରି ନଥିଲା।

କିଛି ଏନଜିଓ କୁକୁରମାନଙ୍କୁ ପୌରପାଳିକା ଧରିଲେ ଆପତ୍ତି ଉଠାଉଥିବା ଏଲଏମସି ଆମକୁ କହିଥିଲା। ହେଲେ ଏବେ ଆମ ସଂସାର ଭାସି ଯାଇଛି ବୋଲି ପରିବାର ଲୋକ କହିଛନ୍ତି। ହାଇଦରଙ୍କ ବାପା ଠାକୁରଗଞ୍ଜ ପୁଲିସ୍‌ ଷ୍ଟେସନରେ ମ୍ୟୁନସିପାଲ କର୍ପୋରେସନ ଜୋନ ୬ ଓ ଅନ୍ୟମାନଙ୍କ ନାଁରେ ଏଫଆଇଆର ରୁଜୁ କରିଛନ୍ତି।

Related story