ଟିଭି କିମ୍ବା ଦୁଇ ଚକିଆ ଗାଡ଼ି ଥିଲେ ବିପିଏଲ କାର୍ଡ ଫେରାଇବାକୁ ବାଧ୍ୟ, ନଚେତ ହେବ କାର୍ଯ୍ୟାନୁଷ୍ଠାନ

ବେଲାଗାଭି: ବିପିଏଲ କାର୍ଡ ହାତେଇଥିବା ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କର୍ଣ୍ଣାଟକା ସରକାର। ଯଦି କେହି ଟିଭି, ଫ୍ରିଜ୍‌, ଦୁଇ ଚକିଆ ଗାଡ଼ି କିମ୍ବା ୫ ଏକରରୁ ଅଧିକ ଜମିର ମାଲିକ ହୋଇ ମଧ୍ୟ ବିପିଏଲ କାର୍ଡ ରଖିଛନ୍ତି, ତା’ହେଲେ ସେମାନେ ତୁରନ୍ତ ଏହାକୁ ଫେରସ୍ତ କରନ୍ତୁ। ମାର୍ଚ୍ଚ ୩୧ ସୁଦ୍ଧା ଅଯୋଗ୍ୟ ହିତାଧିକାରୀମାନେ ଯଦି କାର୍ଡ ଫେରସ୍ତ ନ କରିବେ, ତା’ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ଣ୍ଣାଟକା […]

BPL-Card

Hemant Lenka
  • Published: Monday, 15 February 2021
  • , Updated: 15 February 2021, 05:42 PM IST

ବେଲାଗାଭି: ବିପିଏଲ କାର୍ଡ ହାତେଇଥିବା ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କର୍ଣ୍ଣାଟକା ସରକାର। ଯଦି କେହି ଟିଭି, ଫ୍ରିଜ୍‌, ଦୁଇ ଚକିଆ ଗାଡ଼ି କିମ୍ବା ୫ ଏକରରୁ ଅଧିକ ଜମିର ମାଲିକ ହୋଇ ମଧ୍ୟ ବିପିଏଲ କାର୍ଡ ରଖିଛନ୍ତି, ତା’ହେଲେ ସେମାନେ ତୁରନ୍ତ ଏହାକୁ ଫେରସ୍ତ କରନ୍ତୁ।

ମାର୍ଚ୍ଚ ୩୧ ସୁଦ୍ଧା ଅଯୋଗ୍ୟ ହିତାଧିକାରୀମାନେ ଯଦି କାର୍ଡ ଫେରସ୍ତ ନ କରିବେ, ତା’ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ଣ୍ଣାଟକା ଖାଦ୍ୟ ଓ ଯୋଗାଣ ବ୍ୟାପର ମନ୍ତ୍ରୀ ଉମେଶ କଟ୍ଟି କହିଛନ୍ତି, ବିପିଏଲ କାର୍ଡ ପାଇବାକୁ ଥିବା ଲୋକଙ୍କ ପାଇଁ ଗୋଟିଏ ପାରାମିଟିର ଧାର୍ଯ୍ୟ କରାଯାଇଛି।

ବିପିଏଲ କାର୍ଡ ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଟିଭି, ଫ୍ରିଜ୍‌, ଦୁଇ ଚକିଆ ଗାଡ଼ି କିମ୍ବା ୫ ଏକରରୁ ଅଧିକ ଜମି ନଥିବ। ଏହା ମଧ୍ୟରୁ ଯାହା ପାଖରେ ଗୋଟିଏ ବି ଜିନିଷ ଥିବ, ତା’ହେଲେ ସେ ବିପିଏଲ ଶ୍ରେଣୀରେ ଆସିବେ ନାହିଁ। ସେହିପରି ବାର୍ଷିକ ୧.୨୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କୁ ମଧ୍ୟ ବିପିଏଲ କାର୍ଡ ମିଳିବ ନାହିଁ।

ଯଦି କେହି ଉପରୋକ୍ତ କ୍ୟାଟାଗୋରୀରେ ଆସୁଥିଲେ ହେଁ ବିପିଏଲ କାର୍ଡ ରଖିଛନ୍ତି, ତା’ହେଲେ ସେମାନେ ତୁରନ୍ତ ଏହାକୁ ଫେରାଇ ଦିଅନ୍ତୁ। ୩୧ ମାର୍ଚ୍ଚ ସୁଦ୍ଧା ଯଦି ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇବେ, ତା’ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖୋଜି ବାହାର କରାଯିବ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସେ କର୍ଣ୍ଣାଟକାର ବେଲାଭି ଠାରେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏଭଳି ନିର୍ଦ୍ଦେଶନାମାକୁ ଜୋରଦାର ବିରୋଧ କରାଯାଇଛି। କଂଗ୍ରେସ କର୍ମୀମାନେ ରାଜ୍ୟରେ ଥିବା ରାସନ ଦୋକାନ ଗୁଡ଼ିକ ଆଗରେ ବିକ୍ଷୋଭ କରି ନିର୍ଦ୍ଦେଶନାମା ବିରୋଧରେ ଗର୍ଜିଛନ୍ତି। କଂଗ୍ରେସ ବିଧାୟକ ୟୁଟି ଖାଦେର କହିଛନ୍ତି, ଏଭଳି ପ୍ରସ୍ତାବ ମୁଁ ସିଦ୍ଧାରମୈୟା ସରକାରରେ ମନ୍ତ୍ରୀ ଥିବା ବେଳେ ମୋ ପାଖକୁ ଆସିଥିଲା।

ତେବେ ଅଧିକାଂଶ ଗରିବ ଲୋକ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବାରୁ ମୁଁ ଏହାକୁ ଅଗ୍ରାହ୍ୟ କରିଦେଇଥିଲି। କମ ସୁଧରେ ଲୋକଙ୍କୁ ବାଇକ, ଟିଭି, ଫ୍ରିଜ ଦେବାକୁ ଅଫର ମିଳୁଛି। ଲୋକମାନେ ମଧ୍ୟ ମଧ୍ୟ ଏହାକୁ ଅଳ୍ପ ଟଙ୍କାରେ କିଣୁଛନ୍ତି।

ଏବେ ଏହି ଲୋକ ବିରୋଧୀ ସରକାର ଗରିବଙ୍କୁ ହଇରାଣ କରିବାକୁ ପ୍ରୟାସ ଆରମ୍ଭ କରିଛି। ସରକାର ଅଧିକ ହିତାଧିକାରୀ ଖୋଜିବା ପରିବର୍ତ୍ତେ ଲୋକଙ୍କ ଠାରୁ ବିପିଏଲ କାର୍ଡ ଛଡ଼େଇ ନେବାକୁ ବସିଥିବା ସେ ଅଭିଯୋଗ କରିଛନ୍ତି।

Related story