ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସୀମାରେ ଯବାନଙ୍କ ଉପରକୁ ଗୁଳିମାଡ଼

ଶ୍ରୀଗର: ବନ୍ୟାରେ ଉବୁଟୁବୁ ହେଉଥିଲେ ବି ସୁଧୁରୁନି ପାକିସ୍ତାନ। ପୁଣି ଥରେ କିରିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ଜମ୍ମୁକଶ୍ମୀରର ଅରନିୟା ସେକ୍ଟରରେ କିରିଛି ଗୁଳିମାଡ। ପାକିସ୍ତାନୀ ସୈନିକମାନେ ସୀମାକୁ ଘେରି ରହିଥିବା ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ତେବେ ଭାରତ ମଧ୍ୟ ଏହାର ଦେଇଛି ମୁହଁତୋଡ ଜବାବ। Today morning the alert BSF Jammu troops gave a befitting reply to the unprovoked firing by Pakistan rangers on BSF patroling […]

pak-violates-ceasefire

Madhupriya Mistry
  • Published: Tuesday, 06 September 2022
  • , Updated: 06 September 2022, 01:10 PM IST

ଶ୍ରୀଗର: ବନ୍ୟାରେ ଉବୁଟୁବୁ ହେଉଥିଲେ ବି ସୁଧୁରୁନି ପାକିସ୍ତାନ। ପୁଣି ଥରେ କିରିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ଜମ୍ମୁକଶ୍ମୀରର ଅରନିୟା ସେକ୍ଟରରେ କିରିଛି ଗୁଳିମାଡ। ପାକିସ୍ତାନୀ ସୈନିକମାନେ ସୀମାକୁ ଘେରି ରହିଥିବା ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ତେବେ ଭାରତ ମଧ୍ୟ ଏହାର ଦେଇଛି ମୁହଁତୋଡ ଜବାବ।

https://twitter.com/ANI/status/1567035871886725122?s=20&t=8rJXpS3UmgpbaSfIFxgqvA

ସୂଚନା ମୁତାବକ, ଆଜି ସକାଳୁ ପାକିସ୍ତାନୀ ସେନା ଅରନିୟା ସେକ୍ଟରରେ ବିଏସ୍‌ଏଫ୍‌ ପେଟ୍ରୋଲିଂ ଟିମ୍‌ ଉପରାକୁ ଗୁଳିମାଡ କରିଛି। ତେବେ ଏଥିରେ କୌଣସି ଯବାନ ମୃତହାତ ହୋଇନଥିବା ସୂଚନା ମିଳିଛି। ଏହା ପରେ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ପାକିସ୍ତାନ ସେନାକୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଭାରତ ପଟୁ ମଧ୍ୟ ପ୍ରବଳ ଗୁଳିମାଡ ହୋଇଛି।

ବିଏସ୍‌ଏଫ୍‌ କହିଛି, ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଉପରେ ରେଞ୍ଜର୍ସ ଅଫ୍ ପାକିସ୍ତାନ ଗୁଳି ଚଳାଇଛି। ସୀମାନ୍ତରେ ଭାରତ ଦ୍ୱାରା ପରିଚାଳିତ ଫେନ୍‌ସିଂ କାମକୁ କାର୍ଯ୍ୟକୁ ପାକିସ୍ତାନୀ ରେଞ୍ଜର୍ସ ବିରୋଧ କରୁଥିଲେ। ଏହା ପରେ ସେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି।

Related story