ବେଜିଂ: ଫାଇନାନସିଆଲ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବ ବୋଲି ଆଶଙ୍କା ରହିଛି। ଏହାକୁ ଟାଳିବା ପାଇଁ ପାକିସ୍ତାନ ସରକାର ତାଙ୍କ ସଂସଦରେ ଦୁଇଟି ବିଧେୟକ ଆଣିଥିଲେ। ହେଲେ ଉପର ସଦନରେ ଏହା କାଟ୍ ଖାଇଛି। ଏହାରି ଭିତରେ ଭାରତ ଏବଂ ଆମେରିକା ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି। ଆଉ ଏହା ପରେ ଇସଲାମାବାଦ ସମର୍ଥନରେ ବାହାରିଛି ବେଜିଂ। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ନେଇ ଚୀନ୍ ଭାରତ-ଆମେରିକା ମିଳିତ ବିବୃତ୍ତି ଜାରି କରିଛନ୍ତି। ଜବାବରେ ଚୀନ୍ କହିଛି ଯେ ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପାକିସ୍ତାନ ଅନେକ ଉଦ୍ୟମ କରିଛି ଯେଉଁଥିପାଇଁ ଏହାକୁ ପ୍ରଶଂସା କରାଯିବା ଉଚିତ୍।
ଚୀନର ବୈଦେଶିକ ମନ୍ତ୍ରଣାଳୟ ଏହା କହିଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଆତଙ୍କବାଦ ସବୁ ଦେଶ ପାଇଁ ଏକ ଆହ୍ୱାନ। ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ବଳିଦାନ ମଧ୍ୟ ଦେଇଛି। ଅନ୍ତର୍ଜାତୀୟ ସମୁଦାୟକୁ ଏ ବାବଦରେ ବୁଝିବା ଉଚିତ୍। ଚୀନ୍ ଆତଙ୍କବାଦକୁ ବିରୋଧ କରେ। '
ଆମେରିକା ଏବଂ ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଏଥିରେ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଆମେରିକା-ଭାରତ ମିଳିତ ବିବୃତ୍ତିରେ କହିଥିଲେ ଯେ ଆତଙ୍କବାଦ ଗୋଷ୍ଠୀ ବିରୋଧରେ ପାକିସ୍ତାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଏହାର ନିୟନ୍ତ୍ରଣ ଅଞ୍ଚଳରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ନହେବ ସେ ନେଇ ସୁନିଶ୍ଚିତ କରିବା ଦରକାର। ଏହି ବୈଠକରେ ଆତଙ୍କବାଦ ବିରୋଧରେ ଭାରତ କରୁଥିବା ସମସ୍ତ କାର୍ଯ୍ୟକୁ ପାକିସ୍ତାନ ବାରମ୍ବାର ପ୍ରଶଂସା କରିଥିଲା।
ସେପ୍ଟେମ୍ବର 9-10ରେ ଏହି ବୈଠକ ଅନଲାଇନରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଭାରତ ତରଫରୁ ଆତଙ୍କବାଦ ବିରୋଧୀ ଯୁଗ୍ମ ସଚିବ ମହାବୀର ସିଂଭି ଏବଂ ଆମେରିକାର ବୈଦେଶିକ ବିଭାଗ ନାଥାନ ଏ ସେଲ୍ସ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।