'ଗିରଫଦାରୀକୁ ଏଡାଇବାକୁ ଚାହୁଁଛ ଯଦି ୧୦ କୋଟି ଦିଅ’

ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ନିଜ ଇମେଜକୁ ସୁଧାରିବାରେ ବ୍ୟସ୍ତଥିବା ଆଇପିଏସ ତଥା ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ। ଆଉ ଏହି ଅଭିଯୋଗକୁ ବୟାନ ଆକାରରେ ରେକର୍ଡ କରିଛି ସିଆଇଡି। ମହାରାଷ୍ଟ୍ର ସରକାରଙ୍କର ଦିନେ ସବୁଠୁ ଅଧିକ ନିକଟତର ଥିବା ଏହି ଆଇପିଏସ ଯଦିଓ ଗିରଫଦାରୀକୁ ଏଡାଇବାକୁ ଯାଇ କୋର୍ଟରୁ […]

parambir-singh

Subhransu Sekhar
  • Published: Wednesday, 26 May 2021
  • , Updated: 26 May 2021, 01:28 PM IST

ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ନିଜ ଇମେଜକୁ ସୁଧାରିବାରେ ବ୍ୟସ୍ତଥିବା ଆଇପିଏସ ତଥା ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ। ଆଉ ଏହି ଅଭିଯୋଗକୁ ବୟାନ ଆକାରରେ ରେକର୍ଡ କରିଛି ସିଆଇଡି।

ମହାରାଷ୍ଟ୍ର ସରକାରଙ୍କର ଦିନେ ସବୁଠୁ ଅଧିକ ନିକଟତର ଥିବା ଏହି ଆଇପିଏସ ଯଦିଓ ଗିରଫଦାରୀକୁ ଏଡାଇବାକୁ ଯାଇ କୋର୍ଟରୁ ଆଶ୍ୱସ୍ତି ପାଉଛନ୍ତି ହେଲେ ତଦନ୍ତକାରୀ ସଂସ୍ଥା ପରମବୀରଙ୍କ ସମସ୍ତ ବେଆଇନ୍ କାମର ଚିଠା ଏକଜୁଟ୍ କରି ବଡ଼ ମାମଲା ଲଦିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

ଗତକାଲି  ସିଆଇଡି ଆଗରେ କ୍ରିକେଟ ବୁକି ସୋନୁ ଜଲନ କହିଛନ୍ତି, “ଗୋଟିଏ ମାମଲାରେ ପରମବୀର ସିଂହ ତଦନ୍ତ କରୁଥିଲେ। ମୋତେ ୧୦ କୋଟି ଟଙ୍କା ଦେବାକୁ କହିଥିଲେ। ଏହି ଟଙ୍କା ସେତେବେଳର ଏପିଆଇ ପ୍ରଦୀପ ଶର୍ମାଙ୍କୁ ଦେବାକୁ କହିଥିଲେ ପରମବୀର। ୧୦ କୋଟି ଦେଲେ ମୋତେ ପୁଲିସ ଗିରଫ କରିବନି ବୋଲି ପରମବୀର ଆଶ୍ୱାସନା ଦେଇଥିଲେ”।

କ୍ରିକେଟ ବୁକି  ସୋନୁ ଜଲନ କେବଳ ପରମବୀର ସିଂହଙ୍କ ସହିତ ଇନସପେକ୍ଟର ରାଜକୁମାର କୋଠମିରେ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସିଆଇଡି ଏବେ ଏହି ସବୁ ମାମଲାର ତଦନ୍ତ କରୁଛି। ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେଙ୍କୁ ନେଇ ସୋନୁ ଜଲନ ପ୍ରଥମେ ଏ ନେଇ ଚିଠି ଲେଖି ଜଣାଇଥିଲେ। ପରେ ଡିଜିପିଙ୍କ ନିର୍ଦ୍ଦଶକ୍ରମେ ସିଆଇଡି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ସୋନୁ ଜଲନ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ୨୦୧୮ ମସିହାର । ସେତେବେଳେ ପରମବୀର ଥାନେର ପୁଲିସ କମିଶନର ଥିଲେ। ଏକ ବଟି ଆଦାୟ ମାମଲାରେ ସୋନୁ ଗିରଫ ହୋଇଥିଲେ। ଏହାପୂର୍ବରୁ ପରମବୀର ସିଂହ ତାଙ୍କୁ ଏପରି କହିଥିବା କହିଛନ୍ତି ସୋନୁ ଜଲନ।

Related story