ମଝି ନଦୀରେ ଡଙ୍ଗାରେ ବିସ୍ଫୋରଣ, ୪ ମୃତ

ପାଟନା: ମଝି ନଦୀରେ ଡଙ୍ଗାରେ ହେଲା ବିସ୍ଫୋରଣ। ଘଟଣାସ୍ଥଳରେ ହିଁ ଚାଲିଗଲା ୪ ଜଣଙ୍କ ଜୀବନ। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା। ଗଙ୍ଗା ନଦୀ ମଝିରେ ଏକ ଡଙ୍ଗାରେ  ରଖାଯାଥିବା ଗ୍ୟାସ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟି ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ମୋଟ ୨୦ ଜଣ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି […]

Boat explosion

Madhupriya Mistry
  • Published: Saturday, 06 August 2022
  • , Updated: 06 August 2022, 02:14 PM IST

ପାଟନା: ମଝି ନଦୀରେ ଡଙ୍ଗାରେ ହେଲା ବିସ୍ଫୋରଣ। ଘଟଣାସ୍ଥଳରେ ହିଁ ଚାଲିଗଲା ୪ ଜଣଙ୍କ ଜୀବନ। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା।

ଗଙ୍ଗା ନଦୀ ମଝିରେ ଏକ ଡଙ୍ଗାରେ  ରଖାଯାଥିବା ଗ୍ୟାସ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟି ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ମୋଟ ୨୦ ଜଣ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ, ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା। ଏହି ସମୟରେ ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବାବେଳେ ହଠାତ୍ ଗ୍ୟାସ୍  ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ବିସ୍ଫୋରଣ ହୋଇଥିବା ପୁଲିସ କହିଛି।

Related story