ସେ ଲଙ୍କା ହେଉ କି କୁରୁକ୍ଷେତ୍ର , ଯୁଦ୍ଧ ଆମ ପାଇଁ ଅନ୍ତିମ ବିକଳ୍ପ: ମୋଦି

ଲଦାଖ: ଶକ୍ତି, ସାମର୍ଥ୍ୟ ବିନା ଶାନ୍ତି ଅସମ୍ଭବ। ଆଜି କାରଗିଲରେ ଯବାନମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। କିନ୍ତୁ ବିଜେପି ସରକାର ଯୁଦ୍ଧକୁ ଏକ ଅନ୍ତିମ ବିକଳ୍ପ ଭାବେ ବିଚାର କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ମଧ୍ୟ ସୀମାରେ ଯବାନଙ୍କ ସହ  ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୋଦି। ଆଜି କାରଗିଲରେ ଯବାନଙ୍କ ଗହଣରେ ଦୀପାବଳି ଉତ୍ସବରେ ସାମିଲ ହୋଇ ମୋଦି ପୁଣିଥରେ ସୁରକ୍ଷାବଳଙ୍କ ମନୋବଳ ବୃଦ୍ଧି କରିଛନ୍ତି। ସେ […]

modi-2

modi-2

Tapas Behera
  • Published: Monday, 24 October 2022
  • Updated: 24 October 2022, 04:37 PM IST

Sports

Latest News

ଲଦାଖ: ଶକ୍ତି, ସାମର୍ଥ୍ୟ ବିନା ଶାନ୍ତି ଅସମ୍ଭବ। ଆଜି କାରଗିଲରେ ଯବାନମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। କିନ୍ତୁ ବିଜେପି ସରକାର ଯୁଦ୍ଧକୁ ଏକ ଅନ୍ତିମ ବିକଳ୍ପ ଭାବେ ବିଚାର କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ମଧ୍ୟ ସୀମାରେ ଯବାନଙ୍କ ସହ  ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୋଦି। ଆଜି କାରଗିଲରେ ଯବାନଙ୍କ ଗହଣରେ ଦୀପାବଳି ଉତ୍ସବରେ ସାମିଲ ହୋଇ ମୋଦି ପୁଣିଥରେ ସୁରକ୍ଷାବଳଙ୍କ ମନୋବଳ ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଆମେ ସର୍ବଦା ଯୁଦ୍ଧକୁ ଅନ୍ତିମ ବିକଳ୍ପ ଭାବେ ବିଚାର କରିଥାଉ। ସେ ଲଙ୍କା ହେଉ କି କୁରୁକ୍ଷେତ୍ର ଯୁଦ୍ଧ ଟାଳିବାକୁ ସମସ୍ତ ପ୍ରକାର ଉଦ୍ୟମ ବିଫଳ ହେଲେ ଶେଷ ବିକଳ୍ପଟିକୁ ବାଛିଥାଉ। ଆମେ ବିଶ୍ୱରେ ଶାନ୍ତିର ପକ୍ଷବାଦୀ ରାଷ୍ଟ୍ର। ସୀମାରେ ସମସ୍ତ ସୈନ୍ୟ ତାଙ୍କ ପରିବାର ଭଳି ମୋଦି କହିଛନ୍ତି। ସେମାନଙ୍କ ବିନା ସେ ଭଲ ଦୀପାବଳି ପାଳି ପାରିବେ ନାହିଁ।

ସୀମାରେ ମୁତୟନ ସୈନ୍ୟମାନଙ୍କର ପରାକ୍ରମ, ବୀରତା ଓ ସାହସିକତାକୁ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତର ସୀମାକୁ କେହି ନଜର ପକାଇଲେ ଆମ ସଶସ୍ତ୍ର ବାହିନୀ ସେମାନଙ୍କୁ ମୁହଁତୋଡ଼ ଜବାବ ଦେବେ। ଆମେ ଯୁଦ୍ଧର ବିରୋଧୀ ହୋଇଥିଲେ ବି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ । ସେହିଭଳି ଭାରତର ୩ ସେନାକୁ ଆଗାମୀ ଦିନରେ ୪୦୦ ପ୍ରକାର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ମିଳିବ ବୋଲି କହିଛନ୍ତି ମୋଦି ।

ସବୁବର୍ଷ ଭଳି ଏ ବର୍ଷ ବି ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆଜି ସକାଳେ କାର୍ଗିଲରେ ପହଞ୍ଚିଥିଲେ । କାର୍ଗିଲରେ ମୁତୟନ ହୋଇଥିବା ବୀର ଯବାନଙ୍କ ସହ ଉତ୍ସବ ମନାଇଥିଲେ । ଏହି ଅବସରରେ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ । ମୋଦିଙ୍କୁ ନିଜ ଗହଣରେ ପାଇ ଯବାନମାନେ ପରିବେଷଣ କରିଥିଲେ ବନ୍ଦେ ମାତରମ ସଙ୍ଗୀତ । ପ୍ରଧାନମନ୍ତ୍ରୀ ବି ସେମାନଙ୍କ ସହ ତାଳ ମିଳାଇଥିବା ଦେଖିବାକୁ ମିଳିଥିଲା ।

୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ୨୦୧୪ରେ ସେ ସିଆଚିନରେ ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଥିଲେ । ସେହିପରି ୨୦୧୯ ଓ ୨୦୨୧ରେ ଜମ୍ମୁ କାଶ୍ମୀରର ରଜୌରୀରେ ଯବାନଙ୍କ ସହ ଦୀପାବଳି ପାଳିଥିଲେ।

୨୦୧୫ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ରେ ହିମାଚଳର କିନୌରରେ ଓ ୨୦୧୭ ଜମ୍ମୁକଶ୍ମୀରର ଗୁରେଜ ପହଞ୍ଚିଥିଲେ। ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନାର ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos