କରୋନା ଟିକା ନେଇ ଯାଉଥିବା ଗାଡ଼ି ରାସ୍ତାରେ ହେଲା ଖରାପ, ଲୋକମାନେ କ’ଣ କଲେ ଦେଖନ୍ତୁ

ପାଟନା: କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। ଏଥିପାଇଁ ବିଭିନ୍ନ ରାଜ୍ୟକୁ ଟିକା ମଧ୍ୟ ପଠାଯାଉଛି। ଏସବୁ ଭିତରେ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ବିହାରର ପାଟନାକୁ ପ୍ରାୟ ୯ ଲକ୍ଷ ଟିକାର ଡୋଜ୍‌ ନେଇ ଯାଉଥିବା ଗୋଟିଏ ଗାଡ଼ି ଅଧା ରାସ୍ତାରେ ଖରାପ ହୋଇଯାଇଛି। ରାସ୍ତାରେ ଟିକା ଭର୍ତ୍ତି ଗାଡ଼ିର ବ୍ୟାଟେରୀ ଡାଉନ ହୋଇଯିବାରୁ ଲୋକମାନେ ଏହାକୁ ଧକ୍କା ଦେଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। […]

bihar

Hemant Lenka
  • Published: Friday, 09 April 2021
  • , Updated: 09 April 2021, 06:14 PM IST

ପାଟନା: କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। ଏଥିପାଇଁ ବିଭିନ୍ନ ରାଜ୍ୟକୁ ଟିକା ମଧ୍ୟ ପଠାଯାଉଛି। ଏସବୁ ଭିତରେ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ବିହାରର ପାଟନାକୁ ପ୍ରାୟ ୯ ଲକ୍ଷ ଟିକାର ଡୋଜ୍‌ ନେଇ ଯାଉଥିବା ଗୋଟିଏ ଗାଡ଼ି ଅଧା ରାସ୍ତାରେ ଖରାପ ହୋଇଯାଇଛି।

ରାସ୍ତାରେ ଟିକା ଭର୍ତ୍ତି ଗାଡ଼ିର ବ୍ୟାଟେରୀ ଡାଉନ ହୋଇଯିବାରୁ ଲୋକମାନେ ଏହାକୁ ଧକ୍କା ଦେଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ଧକ୍କା ଦେବାରୁ ଗାଡ଼ିଟି ପୁଣି ଷ୍ଟାର୍ଟ ହୋଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ଏହି ଭିଡିଓକୁ ଏନଡିଭି ସାମ୍ବାଦିକ ମନୀଷ କୁମାର ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ବ୍ୟାଟେରୀ ଡାଉନ କାରଣରୁ ଭିଡିଓରେ ଯେଉଁ ଗାଡ଼ିକୁ ଧକ୍କା ଦିଆଯାଉଛି, ସେଥିରେ ପ୍ରାୟ ୯ ଲକ୍ଷ କରୋନା ଟିକା ରହିଛି। ଆଜି ଏହି ଟିକା ବିହାରର ପାଟନାରେ ପହଞ୍ଚିଛି।”


ଏହି ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ଖରାପ ଗାଡ଼ିରେ ଟିକା ପରିବହନ କରାଯାଉଥିବାରୁ ଅନେକ ଲୋକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ତେଜସ୍ୱୀ ଯାଦବ ଠିକ କଥା କହିଥିଲେ। ମୁଖ୍ୟମନ୍ତ୍ରୀ ମହୋଦୟ ଡିପ୍ରେସନରେ ଅଛନ୍ତି। ଲାଗୁଛି ସରକାରକୁ ମଧ୍ୟ ଧକ୍କା ମାରି ମାରି ଚଳାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

Related story