Advertisment

ପୁଣି ବଢ଼ିଲା, ତେଲ ଦରରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ବ୍ରେକ୍‌। କ୍ରମାଗତ ଭାବେ ବଢ଼ୁଛି ପେଟୋଲ ଦର। ଆଜି ପୁଣି ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଜିଜେଲ୍ ଲିଟର ପ୍ରତି ୮୦ ପଇସା ଲେଖାଁଏ ବୃଦ୍ଧି ପାଇଛି। ଗତ ୯ ଦିନ ମଧ୍ୟରେ ତେଲ ଦର ଲିଟର ପ୍ରତି ୫.୬୦ ଟଙ୍କା ବୃଦ୍ଧ ପାଇଛି। ନୂଆ ଦର ସହ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୧.୦୧ ଟଙ୍କା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ  ଏହା ୧୦୦.୨୧ ଟଙ୍କା ଥିଲା।  […]

author-image
Tapas Behera
ଅଦ୍ୟତନ ହୋଇଛି
ପୁଣି ଦେଶରେ ବଢ଼ିଲା ତୈଳଦର, ପ୍ରତିଦିନ ଭାଙ୍ଗୁଛି ରେକର୍ଡ

Petrol

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ବ୍ରେକ୍‌। କ୍ରମାଗତ ଭାବେ ବଢ଼ୁଛି ପେଟୋଲ ଦର। ଆଜି ପୁଣି ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଜିଜେଲ୍ ଲିଟର ପ୍ରତି ୮୦ ପଇସା ଲେଖାଁଏ ବୃଦ୍ଧି ପାଇଛି। ଗତ ୯ ଦିନ ମଧ୍ୟରେ ତେଲ ଦର ଲିଟର ପ୍ରତି ୫.୬୦ ଟଙ୍କା ବୃଦ୍ଧ ପାଇଛି। ନୂଆ ଦର ସହ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୧.୦୧ ଟଙ୍କା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ  ଏହା ୧୦୦.୨୧ ଟଙ୍କା ଥିଲା।  ସେହିପରି ଡିଜେଲ ଦର ଲିଟର ପ୍ରତି ୯୧.୪୭ ଟଙ୍କାରୁ ବୃଦ୍ଧି ପାଇ ୯୨.୨୭ ଟଙ୍କା ଛୁଇଁଛି।

Advertisment

ମୁମ୍ବାଇରେ ପ୍ରେଟ୍ରୋଲ ଲିଟର ୧୧୫.୮୮ ଟଙ୍କାରେ ପହଞ୍ଚି ଥିବା ବେଳେ ପୂର୍ବରୁ ଏହା ୧୦୦.୧୦ ଟଙ୍କା ଥିଲା। ସମଗ୍ର ଦେଶରେ   ଆଞ୍ଚଳିକ ଟ୍ୟାକ୍ସ ଅନୁଯାୟୀ ବର୍ଦ୍ଧିତ ତାଲ ଦର ଲାଗୁ  ହେଉଛି। ମାତ୍ର ୧୨ ଦିନରେ  ତେଲ ଦର ୯ଥର ବୃଦ୍ଧି ଘଟିଲାଣି।  ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ପାଇବା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରାଗତ ଭାବେ ତେଲ ଦର ବୃଦ୍ଧି ପାଉଛି।  ପେଟ୍ରୋଲ୍ ଓ ଡିଜେଲର  ନିୟମିତ ଦରବୃଦ୍ଧି ଅସହ୍ୟ ହୋଇପଡ଼ିଛି।

ଏହାର ପ୍ରତିବାଦରେ ବିଭିନ୍ନ ସଂଗଠନଗୁଡ଼ିକ ଦୁଇଦିନିଆ ଭାରତ ବନ୍ଦ ପାଳନ କରାଯାଇଛି।  ୧୨ଦଫା ଦାବିରେ ଦିଆଯାଇଥିବା ଏହି ବନ୍ଦ ଡାକରା ଆନ୍ଦୋଳନରେ ବିକେଏମ୍‌ୟୁ, ସିପିଆଇ, ଏଆଇଟିୟୁସି, ସିଆଇଟିୟୁ, ୟୁଟିୟୁସି, ଏଚ୍‌ଏମ୍‌ଏସ୍‌, ଫର୍‌ୱାର୍ଡ ବ୍ଲକ୍‌ ଓ ଏନ୍‌ଆଇସିସିଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment
Petrol Price Hike Price Hike