ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।  କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ।  ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ ଓପେକ୍ ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଆସନ୍ତା ମାସ ଅର୍ଥାତ୍ ନଭେମ୍ବରରେ ଦୈନିକ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ । କୋଭିଡ୍ ପରେ […]

Petrol-9

  • Published: Friday, 07 October 2022
  • , Updated: 07 October 2022, 08:34 AM IST

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।  କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ।  ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ ଓପେକ୍ ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଆସନ୍ତା ମାସ ଅର୍ଥାତ୍ ନଭେମ୍ବରରେ ଦୈନିକ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ ।

କୋଭିଡ୍ ପରେ ଏତେ ବଡ଼ ଉତ୍ପାଦନ କାଟ୍ କେବେ ଦେଖିବାକୁ ମିଳିନଥିଲା ।  ତେଣୁ ଉତ୍ପାଦନ କମିଲେ ଆପେ ଆପେ ବିଶ୍ୱସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।  ତୈଳ ଦରକୁ ବଢ଼ାଇଲେ ମାନ୍ଦାବସ୍ଥା ସହ ଜୁଝୁଥିବା ବିଶ୍ୱ ଅର୍ଥନୀତିକୁ ଗତି ମିଳିବ ବୋଲି ଯୁକ୍ତି ଦର୍ଶାଇଛି ଓପେକ୍ ପ୍ଲସ୍ ।  ଅନ୍ୟପକ୍ଷରେ ସାଉଦି ଆରବ ଓ ରୁଷ ନେତୃତ୍ୱାଧୀନ ଓପେକି ଏଭଳି ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ।  ୟୁକ୍ରେନ୍ ଯୁଦ୍ଧ ଏବଂ ପରବର୍ତ୍ତୀ ବିଭିନ୍ନ କଟକଣାକୁ ଦେଖି ରୁଷ ଜାଣିଶୁଣି ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛି ହ୍ୱାଇଟ୍‌ହାଉସ୍‌।

ଏଭଳି ନିଷ୍ପତ୍ତିକୁ ଅପରିଣାମଦର୍ଶିତା ବୋଲି କହିଛି ହ୍ୱାଇଟ୍‌ହାଉସ୍‌।  ନଭେମ୍ବର ୮ରେ ଆମେରିକାରେ ମିଡ୍ ଟର୍ମ ଇଲେକ୍ସନ ବା ୪୩୫ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଓ ୩୫ ସିନେଟ୍ ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଲୋକଙ୍କ ମତକୁ ନିଶ୍ଚିତ ପ୍ରଭାବିତ କରିବ।   ଅନ୍ୟପକ୍ଷରେ ରୁଷ ଉପରେ କଟକଣା ଲଗାଇ ତେଲ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଥିବା ୟୁରୋପୀୟ ସଂଘକୁ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ିବ ବୋଲି କୁହାଯାଉଛି ।

Related story