ନିଷିଦ୍ଧ ହେବ କି ପିଏଫଆଇ ? ଚିଠି ଲେଖିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ନେଇ  ମୌଳବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ଘନ ଘନ ଚଢ଼ାଉ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇ)। ଦେଶବ୍ୟାପି ଥିବା ସଙ୍ଗଠନର କାର୍ଯ୍ୟାଳୟରେ ଏନ୍‌ଆଇଏ ପକ୍ଷରୁ ମାରାଥନ୍‌ ରେଡ୍ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକାଳପ ବିରୋଧରେ ସବୁଠାରୁ ବଡ଼ ଅପରେଶନ ଆରମ୍ଭ କରିଥିବା ଏନଆଇଏ ପିଏଫଆଇ କ୍ୟାମ୍ପ ପରେ କଡ଼ ନଜାର ରଖିଛି।  ଗତ କିଛି ଦିନ ମଧ୍ୟରେ ଏନଆ‌ଇଏ  ୧୫ଟି ରାଜ୍ୟରେ ୧୫୦ଟି ସ୍ଥାନରେ ରେଡ୍ କରିଛି। ଏଥିରେ […]

nia

  • Published: Friday, 23 September 2022
  • , Updated: 23 September 2022, 08:15 AM IST

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ନେଇ  ମୌଳବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ଘନ ଘନ ଚଢ଼ାଉ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇ)। ଦେଶବ୍ୟାପି ଥିବା ସଙ୍ଗଠନର କାର୍ଯ୍ୟାଳୟରେ ଏନ୍‌ଆଇଏ ପକ୍ଷରୁ ମାରାଥନ୍‌ ରେଡ୍ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକାଳପ ବିରୋଧରେ ସବୁଠାରୁ ବଡ଼ ଅପରେଶନ ଆରମ୍ଭ କରିଥିବା ଏନଆଇଏ ପିଏଫଆଇ କ୍ୟାମ୍ପ ପରେ କଡ଼ ନଜାର ରଖିଛି।  ଗତ କିଛି ଦିନ ମଧ୍ୟରେ ଏନଆ‌ଇଏ  ୧୫ଟି ରାଜ୍ୟରେ ୧୫୦ଟି ସ୍ଥାନରେ ରେଡ୍ କରିଛି। ଏଥିରେ ୧୦୬ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଛି ଏନଆଇଏ।  ଇସଲାମିକ ସଙ୍ଗଠନ ପିଏଫଆଇ ସଦସ୍ୟଙ୍କ ବିରୋଧରେ ଗୁରୁବାର ଏନଆଇଏ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଏନ୍‌ଆଇ ସହ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଏବଂ ଆତଙ୍କବାଦୀ ନିରୋଧୀ ଟିମ୍ ପକ୍ଷରୁ ମିଳିତ ଭାବେ ରେଡ୍‌ କରାଯାଇଛି।

ଏହି ରେଡ୍ ଉପରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ପୂର୍ଣ୍ଣ ନିଘା ରଖିଛନ୍ତି।  ମୁଖ୍ୟତଃ ଆତଙ୍କବାଦୀ ସହ ସମ୍ପର୍କ, ସେମାନଙ୍କୁ ଫଣ୍ଡି ଓ  ଆତଙ୍କବାଦ ପ୍ରଶିକ୍ଷଣକୁ ନେଇ ଏନଆଇ ସତର୍କ ହୋଇଛି। ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ସନ୍ଦେହ ଘେରରେ ଥିବା ପିଏଫଆକୁ ବ୍ୟାନ କରିବା ପାଇଁ ବିଜେପି ଶାସିତ ରାଜ୍ୟ ଦାବି କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।  ଚିଠିରେ ପିଏଫଆଇ ସଙ୍ଗଠନକୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି। ଚଢଉ ବେଳେ ପିଏଫଆଇର ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିବାବେଳେ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏସବୁ ସାମଗ୍ରୀକୁ ପ୍ରମାଣଭାବେ ବିଭିନ୍ନ କୋର୍ଟରେ ଦାଖଲ କରାଯିବ ।

ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଚଢଉ ବେଶ ଶାନ୍ତିପୂର୍ଣ୍ଣ ଥିଲା ଓ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ତେବେ କେରଳ, ଆସାମ, ତାମିଲନାଡୁ ପରି କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚେନ୍ନାଇରେ ପିଏଫଆଇ କର୍ମୀମାନେ ରାସ୍ତା ରୋକ କରିଥିବାବେଳେ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ କିଛି ବର୍ଷରେ ଦେଶର ହୋଇଥିବା ଅନେକ ହିଂସା ଘଟଣାରେ ପିଏଫଆଇର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି । ଦେଶରେ ସାଂପ୍ରଦାୟିକ ସଦ୍ଭାବକୁ ବିଗାଡ଼ିବାକୁ ପିଏଫଆଇ କାମ କରୁଥିବା ଜଣାପଡ଼ିଛି । ତେବେ ଗୃହ ମନ୍ତ୍ରାଳୟ ଓ ଗୁଇନ୍ଦା ଏଜେନ୍ସିମାନେ ଗତ କିଛି ବର୍ଷ ହେଲା ପିଏଫଆଇର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଗୁରୁବାର ହୋଇଥିବା ଚଢଉରେ ପିଏଫଆଇର ଅନେକ ବରିଷ୍ଠ କର୍ମକର୍ତ୍ତା ଗିରଫ ହୋଇଛନ୍ତି । ଏହି ଚଢଉ ଦ୍ୱାରା ପିଏଫଆଇ ପ୍ରତି ଏକ ବଡ଼ ଧକ୍କା ବୋଲି ମନେ କରାଯାଉଛି । ଆଗାମୀ ଦିନରେ ପିଏଫଆଇକୁ ନିଷିଦ୍ଧ କରିବା ଉପରେ ସରକାର ବିଚାର କରୁଥିବା ଜଣାପଡ଼ିଛି।

Related story