ପୋପ୍‌ଙ୍କୁ ଭେଟି ଭାରତକୁ ନିମନ୍ତ୍ରଣ କଲେ ମୋଦି

ଭାଟିକାନସିଟି: ଶନିବାର ଭାଟିକାନ ସିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋପ୍‌ ଫ୍ରାନ୍ସିସଙ୍କୁ ଭେଟି ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।  ତାଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପାଇଁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏହି  ରିପୋର୍ଟ ପ୍ରକାଶ ପାଇଛି।  ଏନେଇ ମୋଦି ଟ୍ୱିଟ୍‌ […]

pope1

Tapas Behera
  • Published: Saturday, 30 October 2021
  • , Updated: 30 October 2021, 03:46 PM IST

ଭାଟିକାନସିଟି: ଶନିବାର ଭାଟିକାନ ସିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋପ୍‌ ଫ୍ରାନ୍ସିସଙ୍କୁ ଭେଟି ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।  ତାଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପାଇଁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏହି  ରିପୋର୍ଟ ପ୍ରକାଶ ପାଇଛି।  ଏନେଇ ମୋଦି ଟ୍ୱିଟ୍‌ ମଧ୍ୟ କରିଛନ୍ତି।  ସେ ଲେଖିଛନ୍ତି ଯେ, ପୋପ୍ ଫ୍ରାନ୍ସିସଙ୍କ ସହ ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇଲି ଏବଂ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛି। ଜଳବାୟୁ ପରିବର୍ତ୍ତନ ସହ ଦାରିଦ୍ର୍ୟ ବିରୋଧରେ ଲଢେଇ ସହ ବିଭିନ୍ନ ପ୍ରସଙ୍ଗରେ ମୋଦି ତାଙ୍କ ସହ ଆଲୋଚନା କରିଛନ୍ତି।  ଶେଷଥର ପାଇଁ ୧୯୯୯ରେ ତତ୍କାଳୀନ ପୋପ୍‌ ଜନ୍‌ ପଲ୍‌ ଭାରତ ଗସ୍ତରେ ଆସିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସହ ଭେଟଘାଟ ହୋଇଥିଲା।

ଏବେ ମୋଦି ପୁଣି ଥରେ ପୋପ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଇଟାଲି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ରୋମରେ ଜି-ଟ୍ୱେଣ୍ଟ ବୈଠକରେ ଯୋଗ ଦେବା ପାଇଁ ଯାଇଛନ୍ତି। ତେବେ  ପୋପ୍ ସହିତ ସାକ୍ଷାତକାର କୌଣସି  ନିର୍ଦ୍ଦିଷ୍ଟ ଏଜେଣ୍ଡା ନଥିଲା। ଯେତେବେଳେ ପବିତ୍ରମନରେ କିଛି ଆଲୋଚନା ହେବ ସେଥିରେ ପରମ୍ପରାଗତ ଏଜେଣ୍ଡାର କୌଣସି ଆବଶ୍ୟକ ନାହିଁ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସ୍ରିଙ୍ଗାଲା କହିଛନ୍ତି।

Related story