ଅଟକିଲା କାରକେଡ୍‌, ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ମୋଦି

ଅହମ୍ମଦାବାଦ: ମାନବିକତା ଦେଖାଇଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ କାରକେଡକୁ ଅଟକାଇ ଆମ୍ଭୁଲାନ୍ସକୁ ବାଟ ଛାଡ଼ିଲେ। ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଥିବା ବେଳେ ଏମିତି ଚିତ୍ର ଆସିଛି। ମୋଦି ଆଜି ଗାନ୍ଧିନଗରରୁ  ଅହମ୍ମଦାବାଦ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଗୁଜରାଟ ମିଡିଆ ସେଲ ପକ୍ଷରୁ ଏହାର ଏକ ଭିଡିଓ ଟ୍ୱିଟ୍‌ କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ର ଦୁଇଟି ଏସୟୁଭି କାର ଅଟକି ରହିଛି।  ଅହମ୍ମଦାବାଦ-ଗାନ୍ଧିନଗର ରୋଡ଼ରେ ପ୍ରଧାନମନ୍ତ୍ରୀ […]

Modi

  • Published: Friday, 30 September 2022
  • , Updated: 30 September 2022, 05:34 PM IST

ଅହମ୍ମଦାବାଦ: ମାନବିକତା ଦେଖାଇଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ କାରକେଡକୁ ଅଟକାଇ ଆମ୍ଭୁଲାନ୍ସକୁ ବାଟ ଛାଡ଼ିଲେ। ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଥିବା ବେଳେ ଏମିତି ଚିତ୍ର ଆସିଛି। ମୋଦି ଆଜି ଗାନ୍ଧିନଗରରୁ  ଅହମ୍ମଦାବାଦ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଗୁଜରାଟ ମିଡିଆ ସେଲ ପକ୍ଷରୁ ଏହାର ଏକ ଭିଡିଓ ଟ୍ୱିଟ୍‌ କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ର ଦୁଇଟି ଏସୟୁଭି କାର ଅଟକି ରହିଛି।  ଅହମ୍ମଦାବାଦ-ଗାନ୍ଧିନଗର ରୋଡ଼ରେ ପ୍ରଧାନମନ୍ତ୍ରୀ କାରକେଡ ଅଟକି ରହିଥିଲା। ଆଜି ମୋଦିଙ୍କ ଗସ୍ତ ଅବସରରେ ଉକ୍ତ ରାସ୍ତାରେ କଡ଼ା ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
https://twitter.com/sanghaviharsh/status/1575760898446135296?s=20&t=pJN8mIt-hhADhRvsvtAsyQ

ଉକ୍ତ ରାସ୍ତାରେ ସାଧାରଣ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଭିଭିଆଇପି ବର୍ଗରେ ଯାଉଥିବାରୁ ରାଜ୍ୟ ପ୍ରଶାସନ  ଆଲର୍ଟ ଥିଲା। ହେଲେ ଏହି ସମୟରେ ଆମ୍ବୁଲାନ୍ସ ଆସିବାରୁ ମୋଦି ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମକୁ ଅଟାକଇ ଆଗେ ଆମ୍ଭୁଲାନ୍ସକୁ ବାଟ ଛାଡ଼ି ଥିଲେ। ସୂଚନା ଅନୁଯାୟୀ ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଧାନସଭା ନିର୍ବାଚନ ପୂର୍ବରୁ ୨୯ ହଜାର କୋଟି ଟଙ୍କାର ଭେଟି ଧରି ନିଜ ଗୃହରାଜ୍ୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ଏଠାରେ ମୋଦି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଏହାସହ ଅହମ୍ମଦାବାଦ ମେଟ୍ରୋରେ ମଧ୍ୟ ଯାତ୍ରା କରିଥିଲେ ମୋଦି।

Related story