କୋଭିଡ୍ ସଙ୍କଟ ସହ ଲଢ଼ି ନିଯୁକ୍ତି କଥା ଭୁଲିନୁ: ରୋଜଗାର ମେଳା ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ଉଦଘାଟନ କରିଛନ୍ତି। ୧୦ଲକ୍ଷ ନିଯୁକ୍ତି ଅଭିଯାନରେ ଏହି ମେଳା ଆରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରାମ୍ଭ ହୋଇଥିବା ବେଳେ ୭୫,୦୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନିଯୁକ୍ତି ସୁଯୋଗ ଉପରେ କ୍ରମାଗତ ଫୋକସ କରିଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ […]

modi

modi

Tapas Behera
  • Published: Saturday, 22 October 2022
  • Updated: 22 October 2022, 01:51 PM IST

Sports

Latest News

ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ଉଦଘାଟନ କରିଛନ୍ତି। ୧୦ଲକ୍ଷ ନିଯୁକ୍ତି ଅଭିଯାନରେ ଏହି ମେଳା ଆରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରାମ୍ଭ ହୋଇଥିବା ବେଳେ ୭୫,୦୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନିଯୁକ୍ତି ସୁଯୋଗ ଉପରେ କ୍ରମାଗତ ଫୋକସ କରିଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରସରକାରଙ୍କ ୩୮ଟି ମନ୍ତ୍ରଣାଳୟର ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିଛି। ନବ ନିଯୁକ୍ତମାନେ ସରକାରଙ୍କ ଗ୍ରୁପ୍-ଏ , ଗ୍ରୁପ୍‌-ବି (ଗେଜେଟେଡ୍‌), ଗ୍ରୁପ୍‌-ବି (ଅଣଗେଜେଟେଡ୍‌) ଏବଂ ଗ୍ରୁପ୍‌-ସି ଭଳି ବିଭିନ୍ନ ସ୍ତରରେ ଚାକିରି କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବାମାନଙ୍କୁ ଯଥା ସମ୍ଭବ ଅଧିକ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକାଧିକ କ୍ଷେତ୍ରରେ କାର୍ଯ୍ୟ ଚଳାଇଛନ୍ତି। ପ୍ରକୃତ କଥା ହେଉଛି ବିଶ୍ୱର ପରିସ୍ଥିତି ଏବେ ଭଲନାହିଁ। ଅନେକ ବୃହତ୍ ଅର୍ଥନୀତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେ‌ତେକ ଦେଶରେ ଉତ୍କଟ ମୁଦ୍ରସ୍ଫୀତି ଓ ବେକାରୀ ସମସ୍ୟା ସର୍ବୋଚ୍ଚସ୍ତର ଛୁଇଁଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ୍‌-୧୯ ମହାମାରୀଜନିତ ଆର୍ଥିକ ସମସ୍ୟା ସୁଧାରିବା ନିମନ୍ତେ ଭାରତ ସରକାର ମଧ୍ୟ କାର୍ଯ୍ୟ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos