ସମ୍ବିଧାନର ସ୍ପିରିଟକୁ ପ୍ରଚାର ପ୍ରସାର କରାଇବାରେ ରାଜନୈତିକ ଦଳ ବିଫଳ : କେରଳ ରାଜ୍ୟପାଳ

ନୂଆଦିଲ୍ଲୀ: ସମ୍ବିଧାନର ସ୍ପିରିଟକୁ ପ୍ରଚାର ପ୍ରସାର କରିବାରେ ରାଜନୈତିକ ଦଳ ମାନେ ବିଫଳ ହୋଇଛନ୍ତି। ଏକଥା କହିଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍‌।  ଭାରତୀୟ ସଭ୍ୟତାର ଗରିମାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯେ, ଏହାର ଢ଼ାଞ୍ଚା କୌଣସି ଧର୍ମ ଉପରେ ପର୍ଯ୍ୟବେଶିତ ନୁହେଁ। ସେହିପରି ଦେଶର ସଂଖ୍ୟା ଲଘୁ କିଏ ତାହା ସୁପ୍ରିମ କୋର୍ଟ ମଧ୍ୟ ବିଶ୍ଲେଷଣ କରିପାରି ନାହାନ୍ତି। ଏକ ଜାତୀୟ ଘରୋଇ ଟିଭି ଚେନାଲର କନକ୍ଲେଭରେ ଯୋଗ ଦେଇ ଆରିଫ୍ ମହମ୍ମଦ […]

ip

Tapas Behera
  • Published: Saturday, 09 October 2021
  • , Updated: 09 October 2021, 07:58 PM IST

ନୂଆଦିଲ୍ଲୀ: ସମ୍ବିଧାନର ସ୍ପିରିଟକୁ ପ୍ରଚାର ପ୍ରସାର କରିବାରେ ରାଜନୈତିକ ଦଳ ମାନେ ବିଫଳ ହୋଇଛନ୍ତି। ଏକଥା କହିଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍‌।  ଭାରତୀୟ ସଭ୍ୟତାର ଗରିମାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯେ, ଏହାର ଢ଼ାଞ୍ଚା କୌଣସି ଧର୍ମ ଉପରେ ପର୍ଯ୍ୟବେଶିତ ନୁହେଁ। ସେହିପରି ଦେଶର ସଂଖ୍ୟା ଲଘୁ କିଏ ତାହା ସୁପ୍ରିମ କୋର୍ଟ ମଧ୍ୟ ବିଶ୍ଲେଷଣ କରିପାରି ନାହାନ୍ତି। ଏକ ଜାତୀୟ ଘରୋଇ ଟିଭି ଚେନାଲର କନକ୍ଲେଭରେ ଯୋଗ ଦେଇ ଆରିଫ୍ ମହମ୍ମଦ ଖାନ୍‌ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆତ୍ମାକୁ ବୁଝିବାରେ ଏବଂ ଏହାର ଉଦ୍ଦେଶ୍ୟକୁ  ପ୍ରଚାର ପ୍ରସାର କରାଇବାରେ ରାଜନୈତିକ ଦଳ ମାନେ ବିଫଳ ହୋଇଛନ୍ତି।

ସେଥିପାଇଁ ଗଣମାଧ୍ୟମାନେ ରାଜନୈତିକ ଦଳକୁ ପ୍ରଶ୍ନ କରିବା ଉଚିତ । ତେବେ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ସଂସ୍କାରକୁ ନେଇ ଏନଡିଏ ସରକାରଙ୍କ ଉଦ୍ୟମକୁ ରାଜ୍ୟପାଳ ଆରିଫ୍ ମହମ୍ମଦ ପ୍ରଶଂସା କରିଛନ୍ତି।

ଟ୍ରିପଲ ତଲାକକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ସେ ଏହାକୁ ସମର୍ଥନ କରିଛନ୍ତି । ମୋଦି ସରକାରରେ ନଜମା ହେପାତୁଲାଙ୍କ ପରେ ଆରିଫ୍‌ ମହମ୍ମଦ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦବିରେ ଅଭିସିକ୍ତ ହେବା ଦ୍ୱିତୀୟ ମୁସଲିମ। କେବଳ ମୁସଲିମ ଭାବନା ପାଇଁ ଦେଶ ବିଭାଜନ ହୋଇଥିଲା। ବିଭାଜନରୁ ଆମେ କିଛି ଶିକ୍ଷାଲାଭ କରିଛେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସମ୍ବିଧାନ ପ୍ରଣୟନ ସଭାରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଥିଲା। ପ୍ରଥମଟି ଛୁଆଁ-ଅଛୁଆଁ ଭେଦବାବାର ଉଚ୍ଛେଦ ଏବଂ ଦ୍ୱିତୀୟଟି ଅଲଗା ମତଦାନ ନିୟମର ଉଚ୍ଛେଦ ବୋଲି ସେ କହିଛନ୍ତି।

Related story